ଗାନ୍ଧୀନଗର: ପଶୁପ୍ରେମୀ ଗୁଜୁରାଟ କୁଚ ଜିଲ୍ଲାର ନବୀନ ଭାଇ । ଭାରି ଦରଦି ମଣିଷଟିଏ । ସେଇଥି ପାଇଁ ତ ଦୁର୍ଘଟଣାରେ ଦୁଇ ଗୋଡ ହରାଇଥିବା ବୁଲା କୁକୁର ପାଇଁ ତିଆରି କରିଛନ୍ତି ହ୍ବିଲ ଚେୟାର ।
ନବୀନ ଭାଇ ବନ ବିଭାଗରେ କାର୍ଯ୍ୟ କରନ୍ତି । କୁଚ୍ ଜିଲ୍ଲାର ମାଣ୍ଡଭି ତାଲୁକା ଅନ୍ତର୍ଗତ କାଠଡା ଗାଁର ବାସିନ୍ଦା ନବୀନଭାଇ ଚରଣ । ଦୁର୍ଘଟଣାରେ ଆହତ କୁକୁରମାନଙ୍କ ପାଇଁ ହ୍ୱିଲ୍ ଚେୟାର ତିଆରି କରି ସେମାନଙ୍କୁ ପୁଣି ଥରେ ଚଲାଇବାକୁ ଶକ୍ତି ଦେଇଥାନ୍ତି ସେ ।
ନବୀନଭାଇ କହିଛନ୍ତି ଯେ ଆଜିକାଲି ଲୋକମାନେ ଦ୍ରୁତ ଗତିରେ ଗାଡି ଚଳାଉଛନ୍ତି । ଫଳରେ ଅନେକ ଦୁର୍ଘଟଣାରେ ପଶୁମାନେ ଆହତ ହେଉଛନ୍ତି । ଦୁର୍ଘଟଣା ଯୋଗୁଁ କିଛି ପଶୁଙ୍କ ଗୋଡ କାମ କରେନି ।
ଆଉ କେତେକ ଦୁର୍ଘଟଣାରେ ପଶୁମାନଙ୍କର ହାଡ ଭାଙ୍ଗି ଯାଇଥାଏ । ଯେଉଁ କାରଣରୁ ସେମାନେ ସାରା ଜୀବନ ଅସହାୟ ହୋଇଯାଆନ୍ତି । ଶୀତଦିନେ ପ୍ରାୟତଃ ବୁଲା କୁକୁରମାନେ ଥଣ୍ତା କାକରରୁ ନିଜକୁ ରକ୍ଷା କରିବା ପାଇଁ ଗାଡି ତଳେ ବିଶ୍ରାମ ନେଇଛନ୍ତି ।
ଡ୍ରାଇଭରମାନେ ଗାଡି ଚକା ତଳକୁ ନ ଦେଖି କୁକୁରମାନଙ୍କ ଉପରେ ଗାଡି ଚଢାଇ ଦିଆନ୍ତି । ଯାହାଦ୍ୱାରା ସେମାନଙ୍କୁ ଆଘାତ ଲାଗିବାର ବହୁ ନଜିର ମଧ୍ୟ ରହିଛି । ତେବେ ଦୁର୍ଘଟଣାର ସମ୍ମୁଖିନ ହେଉଥିବା କୁକୁରଙ୍କୁ ଏପରି ହ୍ବିଲ ଚେୟାର ସହଯୋଗରେ ସେମାନଙ୍କୁ ପୁଣି ଥରେ ଠିକ କରାଯାଇପାରିବ ।
ଏପରି ଭାବରେ ହ୍ବିଲ ଚେୟାର ବ୍ୟବହାର କରିବା ଦ୍ବାରା ସେମାନେ ଏକ ମାସ ମଧ୍ୟରେ ଠିକ ଭାବରେ ଚାଲି ପାରିବେ । ନବୀନ ଭାଇଙ୍କ ଦ୍ୱାରା ନିର୍ମିତ ହ୍ୱିଲ୍ ଚେୟାର ଆହତ କୁକୁରମାନଙ୍କ ପାଇଁ ଫିଟ୍ କରିବା ପାଇଁ ସହାୟକ ମଧ୍ୟ ହେଉଛି । ତେବେ ଏହି ହ୍ବିଲ ଚେୟାର ଦୁର୍ଘଟଣାର ସମ୍ମୁଖିନ ହୋଇଥିବା କୁକୁରମାନେ ବ୍ୟବହାର କରିବା ଦ୍ବାରା ସେମାନେ ପୂର୍ବପରି ବୁଲି ପାରିବା ସହ ଭାଙ୍ଗି ଯାଇଥିବା ହାଡ ଗୁଡିକ ମଧ୍ୟ ଯୋଡି ହୋଇଯାଇଥାଏ ।
ଏହାବି ପଢନ୍ତୁ :Balasore Bus Accident: ଦୁର୍ଘଟଣା ଥିଲା କେତେ ଭୟଙ୍କର ? ବଖାଣିଲେ ଉଦ୍ଧାରକାରୀ
ତେବେ ଏହି ହ୍ବିଲ ଚେୟାରର ଦାମ ରହିଛି ମାତ୍ର ୫ ଶହ ଟଙ୍କା । କେବଳ ନବୀନ ନୁହେଁ ତାଙ୍କ ପିତାମାତା ମଧ୍ୟ କୁକୁରଙ୍କ ସେବା ବହୁ ବର୍ଷ ଧରି କରି ଆସୁଛନ୍ତି । ସକାଳ ୯ଟାରୁ ୧୨ଟା ମଧ୍ୟରେ କୁକୁରଙ୍କୁ ରୁଟି ଓ ରାବିଡି ମଧ୍ୟ ଖାଇବାକୁ ଦିଆଯାଏ । ଚରଣ ପରିବାର କୁକୁରଙ୍କ ସହ ପାରାକୁ ମଧ୍ୟ ଚଣା ଖାଇବାକୁ ଦେଇଥାନ୍ତି । ଏହାସହ ସଂନ୍ଧ୍ୟା ସମୟରେ ପିମ୍ପୁଡି ମାନଙ୍କୁ ମଧ୍ୟ ଅଟା ଖାଇବାକୁ ଦିଆଯାଇଥାଏ । ଦୀର୍ଘ ୨୫ ବର୍ଷ ଧରି ଚରଣଙ୍କ ପରିବାର ଏପରି ଭାବରେ ପଶୁ ପକ୍ଷୀଙ୍କ ସେବା କରିଆସୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ