ଭାରତରେ ଜାତୀୟ ଡିୱର୍ମିଂ ଦିବସ ବର୍ଷକୁ ଦୁଇ ଥର ପାଳନ କରାଯାଏ । ଫେବ୍ରୁଆରୀ ୧୦ ଓ ଅଗଷ୍ଟ ୧୦ରେ ପାଳନ କରାଯାଏ ଏହି ଦିବସ । ୧ରୁ ୧୪ ବର୍ଷର ବୟସ ପିଲାଙ୍କ ମଧ୍ୟରେ ଇନଟେସଟିନାଲ ୱର୍ମ ବା ସଏଲ-ଟ୍ରାନସମିଟେଡ ହେଲମିନ୍ଥସ-ଏସଟିଏଚ ସଂକ୍ରମଣ ଦୂର ପାଇଁ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ଉଦ୍ଦେଶ୍ୟ । ଏସଟିଏଚ ହେଉଛି ଶିଶୁମାନେ ଆକ୍ରାନ୍ତ ହେଉଥିବା ଏକ ସଂକ୍ରମଣ । ସଏଲ ଟ୍ରାନସମିଟଡ୍ ହେଲମିନ୍ଥ ସଂକ୍ରମଣ ଓ ଡିୱର୍ମିଂ ଏସଟିଏଚ ପିଲାମାନଙ୍କ ସାମଗ୍ରିକ ଅଭିବୃଦ୍ଧି ଉପରେ ପ୍ରଭାବ ପକାଇବା ସହ ସେମାନଙ୍କର ପ୍ରତିରୋଧକ ଶକ୍ତି ହ୍ରାସ କରିଥାଏ ଏବଂ ସେମାନଙ୍କୁ ଅଳସ କରିଦେଇଥାଏ । ଉପଯୁକ୍ତ ପରିଷ୍କାର ପରିଚ୍ଛନ୍ନତାର ଅଭାବ ହିଁ ଏଭଳି ସ୍ୱାସ୍ଥ୍ୟ ସ୍ଥିତିର ଏକ ମୁଖ୍ୟ କାରଣ ହୋଇଥାଏ । ନିଜକୁ ସଫାସୁତୁରା ରଖିବାରେ ଅବହେଳା ଓ ଉପଯୁକ୍ତ ବିଶୋଧନର ଅଭାବ ପିଲାମାନଙ୍କ କ୍ଷେତ୍ରରେ ଅନେକ ରୋଗ ଓ ସଂକ୍ରମଣର କାରଣ ହୋଇଥାଏ ।
ଏପରି ଏକ ସଂକ୍ରମଣ ହେଲା ସଏଲ ଟ୍ରାନସମିଟଡ ହେଲମିନଥ୍ –ଏସଟିଏଚ ବା ଇଂଟେଷ୍ଟିନାଲ୍ ୱର୍ମ ବା କୃମି । ପିଲାମାନଙ୍କୁ ସଂକ୍ରମିତ କରୁଥିବା ଏହା ଏକ ସାଧାରଣ ରୋଗ । ବିଶେଷ କରି ଗ୍ରାମାଂଚଳରେ ବସବାସ କରୁଥିବା ପିଲାମାନେ ଏହି ରୋଗରେ ପୀଡିତ ହୁଅନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ-ଡବ୍ଲୁଏଚଓ ଅନୁସାରେ ୧ ରୁ ୧୪ ବର୍ଷ ବୟସ ମଧ୍ୟରେ ଭାରତର ୨୪୧ ମିଲିଅନ ପିଲା କୃମି ସଂକ୍ରମଣରେ ପୀଡିତ ହେବା ଆଶଙ୍କା ରହିଛି । ଯଦି ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତାହା ହେଲେ ସ୍ଥିତି ଆହୁରି ଖରାପ ହେବା ନେଇ ଆଶଙ୍କା ପ୍ରକାଶ କରାଯାଇଛି । ଏ ସଂପର୍କରେ ଅଧିକ ଜାଣିବା ପାଇଁ ଆମେ ହାଇଦ୍ରାବାଦର ରେନବୋ୍ ହସପିଟାଲର ବିଶେଷଜ୍ଞ ଡକ୍ଟର ବିଜୟାନନ୍ଦ ଜମାଲପୁରୀଙ୍କ ସହ ଆଲୋଚନା କରିଥିଲୁ । ଏସଟିଏଚ ଓ ଡିୱର୍ମିଂ ନେଇ ସେ ବିସ୍ତୃତ ତଥ୍ୟ ଦେଇଥିଲେ ।
ଏସଟିଏଚ୍ କିପରି ବ୍ୟାପେ ?
ଡକ୍ଟର ବିଜୟାନନ୍ଦ କହନ୍ତି ଯେ, ସଏଲ ଟ୍ରାମସମିଟଡ୍ ହେଲମିନ୍ଥ ବା ପାରାସିଟିକ କୃମି ସାଧାରଣତଃ ପ୍ରଦୂଷିତ ଖାଦ୍ୟ ଓ ଅଧୁଆ ଏବଂ ଅପରିଷ୍କୃତ ହାତ ଦ୍ୱାରା ବ୍ୟାପେ । ରାଉଣ୍ଡୱର୍ମ, ହ୍ୱିପୱର୍ମ ଓ ହୁକୱର୍ମ ଦ୍ୱାରା ହିଁ ସାଧାରଣତଃ ସଂକ୍ରମଣ ବ୍ୟାପେ । ଯେତେବେଳେ ଜଣେ ସଂକ୍ରମିତ ଲୋକ ଖୋଲାରେ ମଳତ୍ୟଗ କରେ, ପ୍ରାପ୍ତବୟସ୍କ ୱର୍ମର ଅଣ୍ଡା ମଳ ଜରିଆରେ ମାଟିରେ ପ୍ରବେଶ କରେ । ଏହି ପ୍ରଦୂଷିତ ମାଟି ବିଭିନ୍ନ ଉପାୟରେ ସଂକ୍ରମଣର କାରଣ ହୋଇଥାଏ । ତେଣୁ ଫଳ ଓ ପନିପରିବା ନ ଧୋଇ ଖାଇଲେ ବା କଂଚାରେ ଖାଇଲେ ସଂକ୍ରମଣ ବ୍ୟାପେ । ହାତ ନ ଧୋଇ ଖାଇଲେ, ପାଇଖାନା ଗଲା ପରେ ଭଲ ଭାବେ ହାତ ନ ଧୋଇଲେ ଓ ପ୍ରଦୂଷିତ ପାଣି ପିଇଲେ ସଂକ୍ରମଣ ବ୍ୟାପେ ।
କୃମିଗୁଡିକ କ’ଣ କରନ୍ତି ?
ଆମର ବିଶେଷଜ୍ଞ କହନ୍ତି ଯେ, କୃମିଗୁଡିକ ଥରେ ଆମ ଶରୀରରେ ପ୍ରବେଶ କଲେ,ସେମାନେ ଅନ୍ତଃନଳିରେ ପ୍ରବେଶ କରନ୍ତି । ସେମାନେ ସେଠାରେ ରହି ନ୍ୟୁଟ୍ରିଏଂଟ ଶୋଷନ୍ତି । ଏହାଛଡା ସେମାନେ ଅନ୍ତଃନଳୀୟ ଲେୟରକୁ ଧ୍ୱଂସ କରିଦିଅନ୍ତି । ଏହା ଫଳରେ ଶରୀରର ମିଶ୍ରଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ । ତେଣୁ ଅଭ୍ୟନ୍ତରୀଣ ରକ୍ତସ୍ରାବ ଓ କୁପୋଷଣ ଯୋଗୁଁ ଆନାମିଆ ଭଳି ସମସ୍ୟା ଦେଖାଯାଇଥାଏ । ଜଣକର ଶାରୀରିକ ଅଭିବୃଦ୍ଧି ଓ ଧୀଶକ୍ତି ପ୍ରଭାବିତ ହୋଇଥାଏ । ଅତି ଗୁରୁତର ସ୍ଥିତିରେ ଅନ୍ତଃନଳୀ ବ୍ଲକ୍ ହୋଇଯାଏ । ଆଉ ଏଥିପାଇଁ ଅସ୍ତ୍ରୋପଚାର ବି ବେଳେ ବେଳେ ଜରୁରୀ ହୋଇଥାଏ । ତେଣୁ ଉତ୍କଟ କୃମି ସମସ୍ୟାରୁ ନିସ୍ତାର ପାଇଁ ନିୟମିତ ବ୍ୟବଧାନରେ ଡିୱର୍ମିଂ କରିବା ଦରକାର । ବର୍ଷକୁ ଥରେ ଏହି ପ୍ରକ୍ରିୟାର ସହାୟତା ନେବା ଉଚିତ । ବିଶେଷ କରି ପିଲାମାନଙ୍କ କ୍ଷେତ୍ରରେ ଡିୱର୍ମିଂ ଜରୁରୀ ।
ଡିୱର୍ମିଂର ଗୁରୁତ୍ୱ
ପିଲାମାନଙ୍କ ମଧ୍ୟରେ ଯଦି ନିୟମିତ ବ୍ୟବଧାନରେ ଡିୱର୍ମିଂ କରାଯାଏ, ତାହା ହେଲେ ନିମ୍ନଲିଖିତ ଫାଇଦା ସବୁ ହେବ ।
. ପୋଷକ ତତ୍ୱଗୁଡିକର ସଠିକ ଅବଶୋଷଣ ହୋଇ ଶରୀରର ଅଭିବୃଦ୍ଧି ହୋଇପାରିବ ।
. ସ୍କୁଲରେ ପିଲା ପାଠପଢା ଓ ଅନ୍ୟ କ୍ଷେତ୍ରରେ ବିଚକ୍ଷଣ ହୋଇପାରିବ ।
. ଉତ୍କଟ କୃମି ସଂକ୍ରମଣ ହ୍ରାସ ହୋଇପାରିବ ।
. ଆନାମିଆ ଓ ତଳିପେଟଜନିତ ଅସୁସ୍ଥତା ହ୍ରାସ ହୋଇଥାଏ ।
. ଏହା ଶିଶୁକୁ ସକ୍ରିୟ ଓ ଦକ୍ଷ କରେ ।
ଲକ୍ଷଣ ଯଦି ଆପଣ ମନେ କରନ୍ତି ଯେ, ଆପଣଙ୍କ ଶିଶୁ ଅନ୍ତଃକୃମି ଦ୍ୱାରା ସଂକ୍ରମିତ, ତାହା ହେଲେ କିଛି ଲକ୍ଷଣ ପ୍ରକାଶ ପାଇବ । ଡକ୍ଟର ବିଜୟାନନ୍ଦଙ୍କ ଅନୁସାରେ ସେହି ଲକ୍ଷଣଗୁଡିକ ହେଲା –
. ମାନ୍ଦା ଦେଖାଯିବା
. ଆନାମିଆ
. ଆଳସ୍ୟପଣ ଓ ନିଷ୍କ୍ରିୟତା
. ଚିଡଚିଡା
. ଅତିଶୟ କ୍ଲାନ୍ତି
.ତଳିପେଟ ଯନ୍ତ୍ରଣା
. ବାରମ୍ବାର ଝାଡା
.ଡାଇରିଆ ବା କୋଷ୍ଠକାଠିନ୍ୟ
. ଭୋକ ନ ହେବା
. ସ୍କୁଲରେ ଖରାପ ପ୍ରଦର୍ଶନ
କାହା ପାଇଁ ଡିୱର୍ମିଂ ଆବଶ୍ୟକ ?
ଅନ୍ତତଃ ବର୍ଷକୁ ଥରେ ଡିୱର୍ମିଂ କରିବା ଦରକାର । ସାଧାରଣତଃ ୧୯ ବର୍ଷ ବୟସ ଯାଏଁ ଡିୱର୍ମିଂର ଆବଶ୍ୟକତା ପଡିଥାଏ । ଆମର ବିଶେଷଜ୍ଞ କହନ୍ତି ଯେ, ପ୍ରାପ୍ତ ବୟସ୍କଙ୍କ କ୍ଷେତ୍ରରେ ବି କୃମି ସଂକ୍ରମଣ ହୋଇପାରେ । ଏହା ଯେ କେବଳ ସଂକ୍ରମଣ ନୁହେଁ, ବରଂ ବ୍ୟାପକ ସଂକ୍ରମଣ । ଏହାର ଅର୍ଥ ହେଲା ଯେ, କୃମିଗୁଡିକ ବର୍ଷ ବର୍ଷ ଶରୀର ମଧ୍ୟରେ ରହି ଏହାର ବିକାଶ ଓ ଅଭିବୃଦ୍ଧି ପାଇଁ ଆବଶ୍ୟକ ହେଉଥିବା ଉପାଦାନଗୁଡିକୁ ଖାଇଯାଆନ୍ତି । ତେଣୁ ପିଲାର ଉତ୍ପାଦକତା କ୍ଷମତା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥାଏ । ହେଲେ ସବୁଠାରୁ ବଡ କଥା ହେଲା ଯେ, ଏହା ନା ଏକ ଜଟିଳ ଅସୁସ୍ଥତା ନା ଜୀବନ ପ୍ରତି ବିପଦ ଥିବା ଭଳି ସଂକ୍ରମଣ । କିନ୍ତୁ ଏହା କିଛି ଉତ୍କଟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ପିଲାଙ୍କ ମଧରେ କୃମି ସଂକ୍ରମଣ ଆଶଙ୍କା ଅଧିକ ଥିବାରୁ ସେମାନଙ୍କୁ ବର୍ଷକୁ ଥରେ ଡିୱର୍ମିଂ କରାଯିବା ଦରକାର । ଯଦି ଉପରୋକ୍ତ ଲକ୍ଷଣ ସବୁ ଦେଖିବାକୁ ମିଳେ, ତାହା ହେଲେ ତୁରନ୍ତ ଡାକ୍ତର ବା ଶିଶୁ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରାଯିବା ଦରକାର । ସଂକ୍ରମଣକୁ ଠିକ ସମୟରେ ନିୟନ୍ତ୍ରଣ କରାଯିବା ଜରୁରୀ । ସଂକ୍ରମଣ ରୋକିବାକୁ ନ୍ୟାସନାଲ ହେଲଥ ପୋର୍ଟାଲ୍ –ଏନଏଚପି ନିମ୍ନଲିଖିତ ପ୍ରତିକାରମୂଳକ ପଦକ୍ଷେପର ସୁପାରିଶ କରିଛି । ସେଗୁଡିକ ହେଲା –
. ସାନିଟାରୀ ଟଏଲଟର ବ୍ୟବହାର, ଖୋଲାରେ ଝାଡା ଫେରିବା ମନା ।
. ଖାଇବା ପୂର୍ବରୁ ଓ ପାଇଖାନା ବ୍ୟବହାର ପରେ ଭଲ ଭାବେ ହାତ ଧୋଇବା ।
. ସ୍ଲିପର ବା ଜୋତା ପିନ୍ଧିବା
. ନିରାପଦ ଓ ସ୍ୱଚ୍ଛ ପାଣିରେ ଫଳ ଓ ପନିପରିବା ଧୋଇବା ।
. ଭଲଭାବେ ରନ୍ଧା ହୋଇଥିବା ଖାଦ୍ୟ ଖାଇବା ।