ETV Bharat / bharat

କୁରୁକ୍ଷେତ୍ର ନନ୍ଦିଗ୍ରାମ; ଲଢେଇ ମମତା ବନାମ ଶୁଭେନ୍ଦୁ

author img

By

Published : Mar 6, 2021, 8:45 PM IST

ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ 57 ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଚର୍ଚ୍ଚିତ ଚେହେରା ଶୁଭେନ୍ଦୁ ଅଧିକାରୀଙ୍କୁ ବିଜେପି ଗୁରୁତ୍ବପୂର୍ଣ୍ଣ ନନ୍ଦିଗ୍ରାମରୁ ଟିକେଟ ଦେଇଛି । ଅଧିକ ପଢନ୍ତୁ...

Suvendu Adhikari fight against Cm Mamata Banerjee
କୁରୁକ୍ଷେତ୍ର ନନ୍ଦିଗ୍ରାମ; ଲଢେଇ ମମତା ବନାମ ଶୁଭେନ୍ଦୁ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି (ଶନିବାର) ବିଜେପି ନିଜ ଦଳୀୟ ପ୍ରାର୍ଥୀ ଘୋଷଣା କରିଛି । ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ 57 ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଚର୍ଚ୍ଚିତ ଚେହେରା ଶୁଭେନ୍ଦୁ ଅଧିକାରୀଙ୍କୁ ବିଜେପି ଗୁରୁତ୍ବପୂର୍ଣ୍ଣ ନନ୍ଦିଗ୍ରାମରୁ ଟିକେଟ ଦେଇଛି ।

କାହିଁକି ଚର୍ଚ୍ଚାରେ ନନ୍ଦିଗ୍ରାମ ?

ବର୍ଷ 2016 ରେ ନନ୍ଦିଗ୍ରାମରୁ ନିର୍ବାଚନ ଜିତି ଶୁଭେନ୍ଦୁ ଅଧିକାରୀ ରାଜ୍ୟ ବିଧାନସଭାକୁ ପହଞ୍ଚିଥିଲେ । ବେଙ୍ଗଲ ରାଜନୀତିରେ ‘ଅଧିକାରୀ’ ପରିବାରର ବଡ ଭୂମିକା ରହିଛି । ଶୁଭେନ୍ଦୁ ଅଧିକାରୀଙ୍କ ପରିବାର ରାଜ୍ୟର ପାଖାପାଖି 70 ଟି ବିଧାନସଭା ଆସନରେ ପ୍ରଭାବ ରଖୁଛନ୍ତି । ସେହିପରି 2007 ଆନ୍ଦୋଳନର ନାୟକ ଥିଲେ ଶୁଭେନ୍ଦୁ ଅଧିକାରୀ । ସେହି ଆନ୍ଦୋଳନରୁ ଲେଫ୍ଟକୁ ଧରାଶାୟୀ କରି ଶୁଭେନ୍ଦୁ ମମତାଙ୍କୁ ରାଜ୍ୟ ଶାସନ ଗାଦିରେ ପହଞ୍ଚାଇ ଦେଇଥିଲେ ।

ନନ୍ଦିଗ୍ରାମର କଣ ରହିଛି ଭୂମିକା ?

ନନ୍ଦିଗ୍ରାମ ସେହି ବିଧାନସଭା ଆସନ, ଯେଉଁ ଆସନରୁ ରାଜ୍ୟ ରାଜନୀତିରେ ବଡ ଭୂମିକା ପଡିଥାଏ । ଏହି ଜମିରେ ଅର୍ଥାତ ନନ୍ଦିଗ୍ରାମରେ 2007 ସିଙ୍ଗୁର ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହି ଆନ୍ଦୋଳନର ନାୟକ ଥିବା ଶୁଭେନ୍ଦୁ ଅଧିକାରୀ ରାଜ୍ୟ 3 ଦଶକ ଧରି ଶାସନ କରୁଥିବା ବାମଦଳର ପତ୍ତନ ପାଇଁ ରଚିଥିଲେ ରଚନା । ସେହି ଜମି ଅଧିଗ୍ରହଣ ଆନ୍ଦୋଳନରୁ ରାଜ୍ୟରେ ପରିବର୍ତ୍ତନ ହୋଇଥିଲା ଶାସନ । ଆଉ ତୃଣମୂଳ କଂଗ୍ରେସକୁ ମିଳିଥିଲା ଶାସନ ଗାଦି । ସେହିଦିନ ଠାରୁ ଶୁଭେନ୍ଦୁ ଅଧିକାରୀ ରାଜ୍ୟ ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ହେବା ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଶ୍ବସ୍ତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.