ETV Bharat / bharat

ମୁସ୍ତାଫିଜୁର ରେହେମାନ ହେବେ ଭାରତରେ ବାଂଲାଦେଶର ପରବର୍ତ୍ତୀ ଉଚ୍ଚାୟୁକ୍ତ - ବାଂଲାଦେଶ ଦୂତାବାସ

ଭାରତରେ ବାଂଲାଦେଶର ପରବର୍ତ୍ତୀ ଉଚ୍ଚାୟୁକ୍ତ ନିଯୁକ୍ତ ହେଲେ ମୁସ୍ତାଫିଜୁର ରେହେମାନ । ବର୍ତ୍ତମାନ ଜାତିସଂଘରେ ବାଂଲାଦେଶକୁ ପ୍ରତିନିଧିତ୍ବ କରୁଛନ୍ତି ରେହେମାନ । ମହମ୍ମଦ ଇମ୍ରାନଙ୍କ ଠାରୁ ନୂଆଦିଲ୍ଲୀରେ ଗ୍ରହଣ କରିବେ ଦାୟିତ୍ବ । ଢାକା ପକ୍ଷରୁୁ ସୂଚନା ।

ମୁସ୍ତାଫିଜୁର ରେହେମାନ ହେବେ ଭାରତରେ ବାଂଲାଦେଶର ପରବର୍ତ୍ତୀ ଉଚ୍ଚାୟୁକ୍ତ

author img

By

Published : Jul 14, 2022, 11:44 AM IST

ନୂଆଦିଲ୍ଲୀ/ଢାକା: ମୁସ୍ତାଫିଜୁର ରେହେମାନଙ୍କୁ ଭାରତରେ ପରବର୍ତ୍ତୀ ଉଚ୍ଚାୟୁକ୍ତ ଭାବେ ନିଯୁକ୍ତ କରିଛି ବାଂଲାଦେଶ । ବାଂଲାଦେଶର ବରିଷ୍ଠ କୂଟନୈତିଜ୍ଞ ମୁସ୍ତାଫିଜୁର ରେହେମାନ ଏବେ ଜାତିସଙ୍ଘରେ ବାଂଲାଦେଶର ସ୍ଥାୟୀ ପ୍ରତିନିଧି ଭାବେ ଅବସ୍ଥାପିତ ଅଛନ୍ତି । ସେ ସୁଇଜରଲ୍ୟାଣ୍ଡର ରାଷ୍ଟ୍ରଦୂତ ଭାବେ ମଧ୍ୟ ବାଂଲାଦେଶକୁ ପ୍ରତିନିଧିତ୍ବ କରୁଛନ୍ତି । ନୂଆଦିଲ୍ଲୀରେ ବର୍ତ୍ତମାନ ମହମ୍ମଦ ଇମ୍ରାନ ବାଂଲାଦେଶକୁ ପ୍ରତିନିଧିତ୍ବ କରୁଛନ୍ତି । ତାଙ୍କ ସ୍ଥାନରେ ଦାୟିତ୍ବ ଗ୍ରହଣ କରିବେ ମୁସ୍ତାଫିଜୁର ରେହେମାନ । ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ମିଳିଛି ।

ବାଂଲାଦେଶୀ କୂଟନୈତିଜ୍ଞ ରେହେମାନ ବାଂଲାଦେଶ ସିଭିଲ ସେବା (BCS)ର ବୈଦେଶିକ ବ୍ୟାପାର ବିଭାଗର 11ତମ ବ୍ୟାଚର ଅଧିକାରୀ । ପ୍ରଥମେ ଜଣେ ମେଡିକାଲ ଗ୍ରାଜୁଏଟ ଓ ପରେ ଇଂଲଣ୍ଡରୁ ଆଇନରେ ଉଚ୍ଚଶିକ୍ଷା ପରେ ସେ ବାଂଲାଦେଶ ବୈଦେଶିକ ସେବାରେ ଯୋଗଦାନ କରିଥିଲେ । କୂଟନୈତିକ ବ୍ୟପାର କ୍ଷେତ୍ରରେ ଦୀର୍ଘବର୍ଷର ଅଭିଜ୍ଞତା ମଧ୍ୟ ରଖିଛନ୍ତି । ଅନ୍ୟପଟେ ବର୍ତ୍ତମାନ ଭାରତରେ ଅବସ୍ଥାପିତ ବାଂଲାଦେଶ ଉଚ୍ଚାୟୁକ୍ତ ମହମ୍ମଦ ଇମ୍ରାନଙ୍କୁ ଯୁକ୍ତରାଷ୍ଟ୍ର ୟୁଚ୍ଚାୟୁକ୍ତ ଭାବେ ନିଯୁକ୍ତ କରିଛି ଢାକା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.