ETV Bharat / bharat

ମୁକୁଲଙ୍କ ଟିଏମସି ପ୍ରତ୍ୟାବର୍ତ୍ତନ ବିଜେପି ପାଇଁ ପ୍ରଭାବଶୂନ୍ୟ: ଦିଲ୍ଲୀପ ଘୋଷ - Mukul ray

ବିଜେପିରୁ ମୁକୁଲ ରାୟ ଦଳ ଛାଡିବା ସହ ଟିଏମସି ବାହୁଡାକୁ ନେଇ ମତ ରଖିଛନ୍ତି ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ । କହିଲେ ବିଜେପି ପାଇଁ ପ୍ରଭାବଶୂନ୍ୟ । ଅଧିକ ପଢନ୍ତୁ...

ମୁକୁଲଙ୍କ ଟିଏମସି ପ୍ରତ୍ୟାବର୍ତ୍ତନ ବିଜେପି ପାଇଁ ପ୍ରଭାବ ଶୁନ୍ୟ: ଦିଲ୍ଲୀପ ଘୋଷ

author img

By

Published : Jun 12, 2021, 5:34 PM IST

କୋଲକାତା: ପଶ୍ଚିମବଙ୍ଗ ବରିଷ୍ଠ ନେତା ମୁକୁଲ ରାୟ ବିଜେପି ଛାଡି ଟିଏମସି ବାହୁଡାକୁ ନେଇ ମତ ରଖିଛନ୍ତି ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ । ଦିଲ୍ଲୀପ କହିଛନ୍ତି ମୁକୁଲଙ୍କ ଦଳ ଛାଡିବା ବିଜେପିରେ କୌଣସି ପ୍ରଭାବ ପକାଇବ ନାହିଁ । ସେହିପରି ଏପରି ଲୋକମାନେ ବିଜେପିରେ ରହିବା ମଧ୍ୟ ଏତେ ସହଜ ନୁହେଁ ବୋଲି କହିଛନ୍ତି ଦିଲ୍ଲୀପ ।

ଯେଉଁମାନେ ଟଙ୍କା ପାଇଁ ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ ସେମାନଙ୍କ ପାଇଁ ବିଜେପିରେ ତିଷ୍ଠି ରହିବା କଷ୍ଟକର । ତାଙ୍କର ବିଜେପି ଛାଡିବା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଏହା ଦଳ ପାଇଁ କୈଣସି କ୍ଷତି କିମ୍ବା ଲାଭର ବିଷୟ ନୁହେଁ ବୋଲି କହିଛନ୍ତି ଦିଲ୍ଲୀପ । ଗତକାଲି ପଶ୍ଚିମବଙ୍ଗର ବରିଷ୍ଠ ନେତା ମୁକୁଲ ରାୟ ବିଜେପି ଛାଡି ଟିଏମସିରେ ପୁନର୍ବାର ସାମିଲ ହୋଇଥିଲେ ।

ମୁକୁଲ ସାମିଲ ହେବା ସମୟରେ ବିଜେପି ରାଜ୍ୟରେ ତାର ସ୍ବପ୍ନ ପୂରଣ କରିପାରିବନାହିଁ ବୋଲି କହିଥିଲେ । ସେହିପରି ଟିଏମସି ତାଙ୍କ ନିଜ ଘର ଓ ସେଠାକୁ ଫେରିଛନ୍ତି ବୋଲି ମଧ୍ୟ ମନ୍ତବ୍ୟ ମଧ୍ୟ ଦେଇଥିଲେ । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନରେ ବିଜେପି କ୍ଷମତାରୁ ଦୂରରେ ରହିବା ସହ ମମତା ବାନାର୍ଜୀ ପୁଣିଥରେ ସରକାର କରିବାରେ ସକ୍ଷମ ହେବା ପରେ ରାଜ୍ୟ ରାଜନୀତିରେ ସମୀକରଣ ବଦଳିବାରେ ଲାଗିଛି । ନିର୍ବାଚନ ପୂର୍ବରୁ ଟିଏମସି ଛାଡି ବିଜେପିରେ ମିଶିଥିବା ଅନ୍ୟ କିଛି ନେତା ମଧ୍ୟ ଟିଏମସି ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ଚର୍ଚ୍ଚା ମଧ୍ୟ ଜୋର ଧରିବାରେ ଲାଗିଛି । ସେପଟେ ମୁକୁଲଙ୍କ ଟିଏମସି ପ୍ରତ୍ୟାବର୍ତ୍ତନ ବିଜେପି ପ୍ରତି ପ୍ରଭାବଶୁନ୍ୟ ବୋଲି ବିଜେପି କହିଛି ।

ବ୍ୟୁରୋ ରିପେର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.