ETV Bharat / bharat

Monkeypox: କୋରୋନା ପରେ ବିଶ୍ବ ମହାମାରୀ ତାଲିକାରୁ ହଟିଲା ମଙ୍କିପକ୍ସ

author img

By

Published : May 12, 2023, 8:26 AM IST

ମଙ୍କିପକ୍ସକୁ ନେଇ ବଡ ଘୋଷଣା କଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ବିଶ୍ବ ମହାମାରୀ ତାଲିକାରୁ ହଟିଲା ମକ୍ସିପକ୍ସ । ଅଧିକ ପଢନ୍ତୁ

Monkeypox
Monkeypox

ଜେନେଭା: ଏକ ସାମ୍ବାଦିକ ସମ୍ମିଳନୀରେ WHOର ଡିରେକ୍ଟର ଜେନେରାଲ ଡକ୍ଟର ଟେଡ୍ରସ ଆଧାନୋମ ଏକ ବଡ ଘୋଷଣା କରିଛନ୍ତି । ମଙ୍କିପକ୍ସକୁ ବିଶ୍ବ ମହାମାରୀ ତାଲିକାରୁ ହଟାଇଛି WHO । କେରୋନା ମହାମାରୀ ପରେ ବିଶ୍ବ ମହାମାରୀ ତାଲିକାରୁ ହଟିଲା ମଙ୍କିପକ୍ସ । ଏହା ଏକ ଜରୁରୀ ବିଶ୍ବ ସ୍ବାସ୍ଥ୍ୟ ସମସ୍ୟା ନୁହେଁ ବୋଲି କହିଲା ହୁ । ଏନେଇ ଟେଡ୍ରସ ଆଧାନୋମ ଗତକାଲି(ଗୁରୁବାର) ଘୋଷଣା କରିଛନ୍ତି ।

  • Yesterday, the emergency committee for #mpox met and recommended to me that the outbreak no longer represents a public health emergency of international concern.

    I have accepted that advice, and am pleased to declare that mpox is no longer a global health emergency. pic.twitter.com/fImnlZUfUr

    — Tedros Adhanom Ghebreyesus (@DrTedros) May 11, 2023 " class="align-text-top noRightClick twitterSection" data=" ">

ସେ କହିଛନ୍ତି," ବିଶ୍ବରେ ମଙ୍କିପକ୍ସ ସଂକ୍ରମଣ ହ୍ରାସ ପାଇଛି । ଏଥି ପାଇଁ ଆଉ ବିପଦ ନାହିଁ । ତେଣୁ ଏଭଳି ସ୍ଥିତିରେ ଏହାକୁ ଆଉ ବିଶ୍ବ ମହାମାରୀ କୁହାଯାଇ ପାରିବନାହିଁ । ହୁ କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ଏକ ଜରୁରୀ ବିଶ୍ବ ସ୍ବାସ୍ଥ୍ୟ ସମସ୍ୟା ନୁହେଁ ବୋଲି ଘୋଷଣା କରି ମୋତେ ଖୁସି ଲାଗୁଛି । ବିଶ୍ବରୁ ମଙ୍କିପକ୍ସ ଦୂର ହୋଇଯାଇଛି ଏହା ଭାବିବା ଉଚିତ ନୁହେଁ । ତେଣୁ ଏହି ଭାଇରସକୁ ନେଇ ଅବହେଳା କରିବା ଉଚିତ ନୁହେଁ । ସତର୍କ ରୁହନ୍ତୁ ।"

ଏହା ମଧ୍ୟ ପଢନ୍ତୁ: World Thalassemia Day 2023: ଏକ ବଂଶାନୁଗତ ରୋଗ ଥାଲାସେମିଆ, ଜାଣନ୍ତୁ ଏହାର କାରଣ ଓ ନିରାକରଣ

ସେ ଆହୁରି ମଧ୍ୟ କହିଛନ୍ତି, " ବିଶ୍ବସ୍ତରରେ ମଙ୍କିପକ୍ସ ମାମଲା ହ୍ରାସ ପାଇଛି । ଏହି ଭୂତାଣୁ ଆଫ୍ରିକା ସମେତ ଅନେକ ଦେଶରେ ରହିଛି । ସେଠାରେ ସମ୍ପୂର୍ଣ୍ଣ ଭାବେ ସଂକ୍ରମଣ କମିନାହିଁ । ଏହି ସଂକ୍ରମଣ ଏଚଆଇଭି ସଂକ୍ରମିତଙ୍କ ପାଇଁ ଅଧିକ ବିପଦ ଅଟେ ।"

ସମସ୍ତ ଦେଶରୁ ନିବେଦନ କରି ସେ କହିଛନ୍ତି, "ମନରେ ଶଙ୍କା ଆସିଲେ ଟେଷ୍ଟିଂ କରନ୍ତୁ । ଆବଶ୍ୟକ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ମଙ୍କିପକ୍ସକୁ ରୋକିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସହ ଯତ୍ନ ନେବାକୁ ପରାମର୍ଶ ଦିଆଯାଇଛି ।"

ହୁ ମୁଖ୍ୟ କହିଛନ୍ତି,"ଗତ ବର୍ଷ ତୁଳନାରେ ଗତ ତିନିମାସର ହାରକୁ ତୁଳନା କଲେ ଏହା ୯୦ ପ୍ରତିଶତ କମିଛି । ୨୦୨୨ରୁ ୨୦୨୩ ମେ ୮ ତାରିଖ ଭିତରେ ଏପର୍ଯ୍ୟନ୍ତ ୮୭ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ୧୧୧ ଦେଶରେ ଏହି ମହାମାରୀ ବ୍ୟାପିଥିଲା । ବର୍ତ୍ତମାନ ସଂକ୍ରମଣ ହ୍ରାସ ପାଇଛି ସତ କିନ୍ତୁ ଅବହେଳା କରନ୍ତୁ ନାହିଁଁ ।"

ପ୍ରକାଶଥାଉକି, କୋରୋନା ମହାମାରୀ ପରେ ବିଶ୍ବରେ ମଙ୍କିପକ୍ସ ଏକ ମହାମାରୀ ହୋଇ ମୁଣ୍ଡ ଟେକିଥିଲା । ସମୟାନୁକ୍ରମେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବା ସହ ସ୍ଥିତି ଭୟାନକ ହୋଇଥିଲା । ଫଳରେ ଜୁଲାଇ ୨୦୨୨ ମସିହାରେ ଏହାକୁ ବିଶ୍ବ ମହାମାରୀ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.