ETV Bharat / bharat

Asia's first female truck driverଙ୍କ ଦେହାନ୍ତ, ହାତରେ ଥିଲା ଗିନିଜ୍‌ ୱାର୍ଲ୍ଡ ରେକର୍ଡ

ଏସିଆ ମହାଦେଶର ପ୍ରଥମ ମହିଳା ଟ୍ରକ ଡ୍ରାଇଭରର ଗୌରବ ଅର୍ଜନ କରିଥିଲେ ମଧ୍ୟପ୍ରଦେଶ ନିବାସୀ ପାର୍ବତୀ ଆର୍ଯ୍ୟ । ଦେହ ଅସୁସ୍ଥ କାରଣରୁ ତାଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

Asia's first female truck driverଙ୍କ ଦେହାନ୍ତ, ପାଇଥିଲେ ରାଷ୍ଟ୍ରପତି ପୁରସ୍କାର

author img

By

Published : Nov 18, 2021, 7:23 PM IST

ଭୋପାଳ: ମଧ୍ୟପ୍ରଦେଶ ମନ୍ଦସୌର ନିବାସୀ ତଥା ଏସିଆର ପ୍ରଥମ ମହିଳା ଟ୍ରକ ଡ୍ରାଇଭର ପାର୍ବତୀ ଆର୍ଯ୍ୟଙ୍କ ୭୫ ବର୍ଷ ବୟସରେ ମୃତ୍ୟୁ ଘଟିଛି । ତାଙ୍କୁ ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ କରାଯାଇଥିବା ବେଳେ ଦେହ ଅସୁସ୍ଥତା କାରଣରୁ ତାଙ୍କର ମୃତ୍ୟୁ ହୋଇଛି । ସେ ଗତ କିଛି ମାସ ଧରି ଅସୁସ୍ଥ ଥିବା ବେଳେ ନିଜ ବାସଭବନରେ ଚିକିତ୍ସିତ ହେଉଥିଲେ । କିନ୍ତୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡି଼ ଯିବାରୁ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।

Asia's first female truck driverଙ୍କ ଦେହାନ୍ତ, ପାଇଥିଲେ ରାଷ୍ଟ୍ରପତି ପୁରସ୍କାର
Asia's first female truck driverଙ୍କ ଦେହାନ୍ତ, ପାଇଥିଲେ ରାଷ୍ଟ୍ରପତି ପୁରସ୍କାର

ଆର୍ଥିକ ଅବସ୍ଥା ସୁଦୃଢ ନଥିବାରୁ ଚଲାଇଥିଲେ ଟ୍ରକ:-

ପାର୍ବତୀ ଆର୍ଯ୍ୟଙ୍କ ପିତା ମନ୍ଦସୌରରେ ଠିକାଦାର ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ପିତାଙ୍କ ମୃତ୍ୟୁ ବେଳକୁ ପାର୍ବତୀ ବହୁତ ଛୋଟ ଥିଲେ । ଖେଳିବା ବୟସରେ ତାଙ୍କ ମୁଣ୍ଡ ଉପରେ ୮ ଜଣ ଭଉଣୀ ଓ ୩ ଭାଇଙ୍କ ଚଳିବା ଭାର ପଡ଼ିଥିଲା । ପରିବାରରେ ଆର୍ଥିକ ସ୍ବଚ୍ଛଳତା ନଥିବାରୁ ସେ କାମ ଖୋଜିବା ଆରମ୍ଭ କରିଦେଇଥିଲେ । ସେତେବେଳେ ଭାଇଭଉଣୀଙ୍କ ଲାଳନ ପାଳନ ସେ କରିଥିଲେ । ଏହାରି ମଧ୍ୟରେ ସେ ଟ୍ରକ ଚଲାଇବା ଆରମ୍ଭ କରିଥିଲେ ।

୧୯୭୮ ମସିହାରେ ମିଳିଥିଲା ଲାଇସେନ୍ସ:-

ସେହି ସମୟରେ ମହିଳାଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିବା ବହୁତ କଷ୍ଟକର ବ୍ୟାପାର ଥିଲା । ଡ୍ରାଇଭିଂ ଶିଖିବାଠାରୁ ଏହି କାର୍ଯ୍ୟ କଷ୍ଟଦାୟକ ଥିଲା । ଏହି ସମୟରେ ପାର୍ବତୀ କହିଥିଲେ ଯେ ଯେତେବେଳେ ଇନ୍ଦିରା ଗାନ୍ଧୀ ଜଣେ ମହିଳା ହୋଇ ପୁରା ଦେଶକୁ ଚଲାଇ ପାରୁଛନ୍ତି, ତେବେ ସେ କାହିଁକି ଟ୍ରକ ଚଲାଇ ପାରିବେ ନାହିଁ ବୋଲି ପ୍ରଶ୍ନ ପଚାରିଥିଲେ । ଏହାପରେ ତାଙ୍କୁ ୧୯୭୮ ମସିହାରେ ଡ୍ରାଇଭିଂ ଲାଇସେନ୍ସ ମିଳିଥିଲା । ଏପରି ଭାବରେ ସେ ଏସିଆ ମହାଦେଶର ପ୍ରଥମ ମହିଳା ଟ୍ରକ ଡ୍ରାଇଭର ହେବାର ଗୌରବ ଅର୍ଜନ କରିଥିଲେ । ଛୋଟ ବେଳେ ତାଙ୍କର ପାଠ ପଢାରେ ମନ ଲାଗୁନଥିବାବେଳେ ମହିଳାଙ୍କ କାର୍ଯ୍ୟକୁ ସେ ପସନ୍ଦ କରୁନଥିଲେ । କିନ୍ତୁ ମାତ୍ର ୨୦ ବର୍ଷ ବୟସରେ ତାଙ୍କର ବିବାହ ହୋଇଥିଲା ବୋଲି ଏକ ସାକ୍ଷାତକାରରେ କହିଥିଲେ ପାର୍ବତୀ ।

କଂଗ୍ରେସ ଦଳ ମାଧ୍ୟମରେ ଲୋକଙ୍କୁ ଯୋଗାଇଥିଲେ ସେବା:-

ପାର୍ବତୀ ବହୁ ସମୟ ଧରି ରାଜନୈତିକ ଦଳ କଂଗ୍ରେସ ମାଧ୍ୟମରେ ଲୋକଙ୍କୁ ସେବା ଯୋଗାଇଛନ୍ତି । ୧୯୯୦ ମସିହାରେ ସେ ସୁବାସରା ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକେଟ ପାଇଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ସେ ହାରି ଯାଇଥିଲେ । ପରେ ସେ ଜିଲ୍ଲା ପଞ୍ଚାୟତ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।

ରାଷ୍ଟ୍ରପତି କରିଥିଲେ ସମ୍ମାନିତ:-

ଏସିଆର ପ୍ରଥମ ମହିଳା ଟ୍ରକ ଡ୍ରାଇଭର ସହିତ ସେ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡ (Guinness book of world records)ର ଅଧିକାରିଣୀ ହୋଇପାରିଥିଲେ । ଏହି ଉପଲବ୍ଧି ପାଇଁ ତାଙ୍କୁ ତତ୍କାଳୀନ ରାଷ୍ଟ୍ରପତି ସମ୍ମାନିତ କରିଥିଲେ । ତେବେ ଏହି ସାହାସୀ, ପ୍ରତିଭାବାନ ମହିଳାଙ୍କ ଶେଷରେ ଦେହାନ୍ତ ଘଟିଛି । ଆଜି(ଗୁରୁବାର) ଅପରାହ୍ନରେ ସମ୍ରାଟ ମାର୍କେଟ ନିକଟସ୍ଥ କାଲକା ମାତା ମନ୍ଦିର ସାମ୍ନାରୁ ତାଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହୋଇଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.