ETV Bharat / bharat

ହାଇଦ୍ରାବାଦରେ ଫିଲ୍ମ ଷ୍ଟାଇଲ୍‌ରେ ଲୁଟ୍‌: ମିଳିଲା ମହାରାଷ୍ଟ୍ର ଲିଙ୍କ୍‌, 2 ଜଣଙ୍କୁ ବାନ୍ଧିଲା ପୋଲିସ - thieves pretending to be IT officials

ସିକନ୍ଦରାବାଦ ପାଟ୍ ମାର୍କେଟରେ ବାଲାଜୀ ସୁନା ଗହଣା ଦୋକାନରୁ ଲୁଟ୍ ଘଟଣାରେ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇଛି ପୋଲିସ । ଏଥିରେ ମହାରାଷ୍ଟ୍ରର ଏକ ଗ୍ୟାଙ୍ଗ୍‌ର ଲିଙ୍କ୍‌ ଥିବା ଜଣା ପଡ଼ିଛି । ଅଧିକ ପଢନ୍ତୁ

ଲୁଟ୍ ଘଟଣାରେ ମହାରାଷ୍ଟ୍ର ଗ୍ୟାଙ୍ଗର ଲିଙ୍କ୍
ଲୁଟ୍ ଘଟଣାରେ ମହାରାଷ୍ଟ୍ର ଗ୍ୟାଙ୍ଗର ଲିଙ୍କ୍
author img

By

Published : May 30, 2023, 6:44 AM IST

ହାଇଦ୍ରାବାଦ: ସିକନ୍ଦରାବାଦ ପଟ୍ ମାର୍କେଟରେ ସୁନା ଗହଣା ଦୋକାନରୁ ଲୁଟ୍ ଘଟଣା । ଲୁଟ୍ କରିଥିବା ଅଭିଯୁକ୍ତମାନେ ମହାରାଷ୍ଟ୍ର ଥାନେ ଅଞ୍ଚଳର ହୋଇଥିବା ପୋଲିସ ଜାଣିବାକୁ ପାଇଛି । ସୂଚନା ଅନୁସାରେ ଗତ ରବିବାର ଦିନ ପ୍ରାୟ 11ଟା 30 ମିନିଟରେ ନିଜକୁ ଆୟକର ଅଧିକାରୀର ପରିଚୟ ଦେଇ ପଟ୍ ମାର୍କେଟରେ ଥିବା ବାଲାଜୀ ଜୁଏଲାରୀରେ ପ୍ରବେଶ କରିବା ସହିତ 1700 ଗ୍ରାମର ସୁନା ବିସ୍କୁଟ୍‌ ଲୁଟ୍ କରି ଫେରାର ହୋଇଯାଇଥିଲେ ।

ଦୋକାନ ମାଲିକଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଛି ପୋଲିସ । ତେବେ ମହାରାଷ୍ଟ୍ରର ଏକ ଗ୍ୟାଙ୍ଗ୍‌ ହାଇଦ୍ରାବାଦରେ ସକ୍ରିୟ ରହିଥିବା ପୋଲିସ ସନ୍ଦେହ କରୁଛି । ଏହି ଗ୍ୟାଙ୍ଗ୍‌ ବିଭିନ୍ନ ସମୟରେ ଅନେକ ସ୍ଥାନରେ ଲୁଟ୍‌ପାଟ୍ ଏବଂ ଚୋରି ଭଳି ଅପରାଧିକ କାର୍ଯ୍ୟ କରିଛନ୍ତି । ତେବେ ବାଲାଜୀ ଜୁଏଲାରୀରୁ ଚୋରି ଘଟଣାରେ ଏହି ଲୁଟରା ଗ୍ୟାଙ୍ଗ୍‌ର 8ଜଣ ସଦସ୍ୟ ସାମିଲ ରହିଥିଲେ । ବର୍ତ୍ତମାନ ସୁଦ୍ଧା ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ସେପଟେ ଏହି ଲୁଟ୍‌ ଘଟଣାରେ ସୁନା ଦୋକାନର କିଛି କର୍ମଚାରୀ ମଧ୍ୟ ସାମିଲ ଥିବା ପୋଲିସ ସନ୍ଦେହ କରୁଛି । ଏଣୁ ସୁନା ଦୋକାନର କର୍ମଚାରୀଙ୍କ କଲ୍‌ ଡିଟେଲ୍‌ ମଧ୍ୟ ଯାଞ୍ଚ କରୁଛି ପୋଲିସ ।

ସେମାନଙ୍କ ମଧ୍ୟରୁ 4 ଜଣ ବସ୍ ଯୋଗେ ଗତ 24 ତାରିଖ ସକାଳେ ହାଇଦ୍ରାବାଦ ଆସି ପହଞ୍ଚିଥିଲେ । ଗ୍ୟାଙ୍ଗ୍‌ର ଅନ୍ୟ 4ଜଣ ସଦସ୍ୟ ଅପରାହ୍ନରେ ଆସିଥିଲେ । ଏକ ଲଜ୍‌ରେ ରହି ବିଭିନ୍ନ ସୁନା ଦୋକାନକୁ କରିଥିଲେ ଟାର୍ଗେଟ । ସେମାନେ ରହୁଥିବା ଲଜ୍‌ରୁ ଜଣଙ୍କ ଆଧାରକାର୍ଡ ଜବତ କରିଛି ପୋଲିସ । ଗତ 27 ତାରିଖରେ 1700ଗ୍ରାମର ସୁନା ବିସ୍କୁଟ୍‌ ଚୋରି କରିବା ପରେ ଏହି ଲୁଟେରାମାନେ ଅତି ଚତୁରତାର ସହିତ ସୁନାକୁ ଏକ ଛୋଟ ବ୍ୟାଗରେ ରଖି ଅଟୋ ଯୋଗେ ଚାଲିଯାଇଥିଲେ । ଏପରିକି ସେହି ସମୟରେ ସେମାନଙ୍କ ମୋବାଇଲ ଫୋନ୍‌ ମଧ୍ୟ ସ୍ବିଚ୍ ଅଫ୍ ରହିଥିବା ପୋଲିସ ଜାଣିବାକୁ ପାଇଛି ।

ତେବେ ଏହି ଗ୍ୟାଙ୍ଗ୍‌ ଯେଉଁ ଅଟୋ ସାହାଯ୍ୟରେ KPHB ବସ୍ ଷ୍ଟାଣ୍ଡକୁ ଯାଇଥିଲେ ସେହି ଅଟୋଚାଳକଙ୍କୁ ପଚରାଉଚରା କରିଛି ପୋଲିସ । ଅଟୋ ଚାଳକଙ୍କ ବୟାନ ଅନୁସାରେ ଅଭିଯୁକ୍ତମାନେ ତେଲୁଗୁ, ହିନ୍ଦି ଏବଂ ମରାଠି ଆଦି ତିନୋଟି ଭାଷାରେ କଥା ହେଉଥିଲେ । ତେଣୁ ମହାରାଷ୍ଟ୍ର ସମେତ ଏହି ଗ୍ୟାଙ୍ଗ୍‌ର ଲିଙ୍କ୍‌ ଅନ୍ୟ ରାଜ୍ୟ ସହ ମଧ୍ୟ ଥାଇପାରେ ବୋଲି ସନ୍ଦେହ କରିବା ସହିତ ଅଧିକ ତନାଘନା ଚଳାଇଛି ପୋଲିସ ।

ବାହାର ରାଜ୍ୟରୁ ଆସି ବାଲାଜୀ ସୁନା ଦୋକାନ ବିଷୟରେ ତଥ୍ୟ ପାଇବା ଦୋକାନର କୌଣସି କର୍ମଚାରୀଙ୍କ ସଂପୃକ୍ତି ବିନା ସମ୍ଭବ ନୁହେଁ ବୋଲି ପୋଲିସ ଅଧିକାରୀ କହିଛନ୍ତି । ତେଣୁ ଏହି ଲୁଟ୍ ଘଟଣା ପଛରେ ଦୋକାନର କୌଣସି କର୍ମଚାରୀଙ୍କ ସଂପୃକ୍ତି ଥାଇପାରେ ଏବଂ ଏହି ଗ୍ୟାଙ୍ଗ୍‌ର ସଦସ୍ୟଙ୍କୁ କେହି ତଥ୍ୟ ଦେଇଥାଇପାରେ ବୋଲି ବି ସନ୍ଦେହ କରୁଛି ପୋଲିସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.