ETV Bharat / bharat

ହାଇଦ୍ରାବାଦ ଏୟାରପୋର୍ଟରୁ 8 କେଜି ସୁନା ଜବତ, 4 ଗିରଫ

author img

By

Published : Aug 13, 2023, 1:36 PM IST

ପୁଣି ସମ୍ନାକୁ ଆସିଲା ସୁନା ଚାଲଣ ମାମଲା । ଗୋଟିଏ ଦିନରେ 4.86 କୋଟି ଟଙ୍କା ମୂଲ୍ୟର 8 କେଜି ସୁନା ଜବତ । ଅଧିକ ପଢ଼ନ୍ତୁ

4 ସୁନା ତସ୍କରୀ ଗିରଫ
4 ସୁନା ତସ୍କରୀ ଗିରଫ

ହାଇଦ୍ରାବାଦ: ଦିନକୁ ଦିନ ବଢ଼ୁଛି ବେଆଇନ ସୁନା ଚାଲାଣ । ବିମାନ ଯୋଗେ ସୁନା ଚାଲାଣ କରୁଛନ୍ତି ମାଫିଆ । ପୁଣିଥରେ ରାଜୀବ ଗାନ୍ଧୀ ବିମାନବନ୍ଦରରୁ ବେଆଇନ ସୁନା ଚାଲାଣ ଘଟଣା ସାମ୍ନାକୁ ଆସିଛି । ବିମାନବନ୍ଦରର କଷ୍ଟମ ଅଧିକାରୀ ମାନେ ବିପୁଳ ପରିମାଣର ସୁନା ଜବତ କରିଛନ୍ତି । 4 ଜଣ ବିଦେଶୀ ଆଣିଥିବା ଏହି ସୁନାକୁ ଜବତ କରାଯାଇଛି । ତେବେ ଗୋଟିଏ ଦିନରେ ଏଭଳି 4ଟି ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ପ୍ରାୟ 8 କେଜି ସୁନା ଜବତ କରାଯାଇଛି ଏବଂ ଏହାର ଆନୁମାନିକ ମୂଲ୍ୟ 4.86 କୋଟି ଟଙ୍କା ରହିଛି ।

କଷ୍ଟମ ଅଧିକାରୀମାନଙ୍କ ଦ୍ବାରା ଦିଆଯାଇଥିବା ସୂଚନା ଅନୁସାରେ, ହାଇଦ୍ରାବାଦ ରାଜୀବ ଗାନ୍ଧୀ ବିମାନବନ୍ଦରରେ ବ୍ୟାକଂକରୁ ଆସିଥିବା ଜଣେ ଯାତ୍ରୀଙ୍କ ଠାରୁ 2କିଗ୍ରା ସୁନା ମିଳିଥିଲା, ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ 1 କୋଟି 21ଲକ୍ଷ 34 ହଜାର ଟଙ୍କା ହେବା ନେଇ ଆକଳନ କରାଯାଇଛି । ଅନ୍ୟପକ୍ଷେ ସେହି ସମାନ ବିମାନରେ ଆସିଥିବା ଅନ୍ୟଜଣେ ଯାତ୍ରୀଙ୍କ ଠାରୁ ମଧ୍ୟ 1.78 କିଗ୍ରାର ସୁନା ଜବତ ହୋଇଛି । ତେବେ ଦ୍ବିତୀୟ ବ୍ୟକ୍ତି ଠାରୁ ଜବତ କରାଯାଇଥିବା ସୁନାର ମୂଲ୍ୟ ପ୍ରାୟ 1କୋଟି 8ଲକ୍ଷ 81ହଜାର ଟଙ୍କା ରହିଛି।

ଏହା ମଧ୍ୟ ପଢ଼ନ୍ତୁ.....Hyderabad airport: ଜବତ ହେଲା ଦୁଇ କେଜି ସୁନା, ଦୁବାଇରୁ ଆସିଥିବା ଯାତ୍ରୀ ଗିରଫ

ସେହିପରି କଷ୍ଟମ ଅତିରୀକ୍ତ କମିସନର ଡ଼. ଗାନ୍ଧୀ ଦେନ୍ତି କହିଛନ୍ତି ଯେ, ସେହି ସମାନ ଦିନରେ ଶାରଜାହର ଜଣେ ଯାତ୍ରୀଙ୍କ ଠାରୁ 1କୋଟି 31 ଲକ୍ଷ 77 ହଜାର 5 ଶହ ଟଙ୍କା ମୂଲ୍ୟର 2.17 କିଗ୍ରା ସୁନା ଜବତ କରାଯାଇଛି । ଏହାସହ ଦୁବାଇର ଜଣେ ଯାତ୍ରୀଙ୍କ ଠାରୁ ମଧ୍ୟ 2.05 କିଗ୍ରାର ସୁନା ଜବତ କରାଯାଇଛି, ଯାହାର ମୂଲ୍ୟ ପାଖାପାଖି 1 କୋଟି 24ଲକ୍ଷ 31 ହଜାର ଟଙ୍କା ରହିଛି । ତେବେ ସେହି 4 ଜଣ ଯାତ୍ରୀଙ୍କୁ ଗିରଫ କରାଯାଇ ଅଧିକ ପଚରାଉଚରା କରାଯାଉଥିବା ନେଇ ସେ କହିଛନ୍ତି । ବାରମ୍ବାର ଏଭଳି ସୁନା ଚାଲାଣ ଘଟୁଥିବାରୁ କଷ୍ଟମ ବିଭାଗ ମଧ୍ୟ ତତ୍ପର ରହିଛି । ତେବେ ସୁନା ତସ୍କରୀ ହେଉଥିବା ଦେଶରୁ ଭାରତକୁ ଆସୁଥୁବା ଯାତ୍ରୀଙ୍କ ଉପରେ ନଜର ରଖିଛି କଷ୍ଟମ ବିଭାଗ ।

ଏହା ପୂର୍ବରୁ ମଧ୍ୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦୁବାଇରୁ ଆସିଥିବା ଜଣେ ଯାତ୍ରୀଙ୍କ ନିକଟରୁ 2 କେଜି 19 ଗ୍ରାମର ସୁନା ଜବତ କରାଯାଇଥିଲା, ଯାହାର ଆନୁମାନିକ ବଜାର ମୂଲ୍ୟ 1 କୋଟି 80 ଲକ୍ଷ ହେବା ନେଇ ଆକଳନ କରାଯାଇଥିଲା। ତେବେ ଯାତ୍ରୀଙ୍କ ଲଗେଜ ଚେକିଂ ବେଳେ ସେଥିରେ କିଛି ସନ୍ଦେହଜନକ ବସ୍ତୁ ଥିବା ମେଟାଲ ଡିଟେକ୍ଟର ସାହାଯ୍ୟରେ ଜଣା ପଡି଼ଥିଲା । ପରେ ସମ୍ପୃକ୍ତ ବ୍ୟକ୍ତି ଓ ତାଙ୍କ ସମ୍ପୂର୍ଣ୍ଣ ଲଗେଜ ଚେକିଂ ପରେ ସେଥିରୁ ଏକାଧିକ ସୁନା ବିସ୍କୁଟ ଖଣ୍ଡ ଜବତ ହୋଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.