ETV Bharat / bharat

ଭାରତୀୟ ସୀମାରେ ଅନୁପ୍ରବେଶ ଅପେକ୍ଷାରେ 4 ଶହ ଆତଙ୍କୀ

ପ୍ରାୟ 4 ଶହ ଆତଙ୍କବାଦୀ ଭାରତୀୟ ସୀମାରେ ପ୍ରବେଶ ପାଇଁ ଅପେକ୍ଷା କରିଥିବା କହିଛି ଭାରତୀୟ ସେନା । ପଢନ୍ତୁ ଅଧିକ....

ଭାରତୀୟ ସୀମାରେ ଅନୁପ୍ରବେଶ ଅପେକ୍ଷାରେ 4 ଶହ ଆତଙ୍କୀ
ଭାରତୀୟ ସୀମାରେ ଅନୁପ୍ରବେଶ ଅପେକ୍ଷାରେ 4 ଶହ ଆତଙ୍କୀ
author img

By

Published : Jan 6, 2021, 9:11 PM IST

ନୂଆଦିଲ୍ଲୀ : ପ୍ରାୟ 4 ଶହ ଆତଙ୍କବାଦୀ ଭାରତୀୟ ସୀମାରେ ପ୍ରବେଶ ପାଇଁ ଅପେକ୍ଷା କରିଥିବା କହିଛି ଭାରତୀୟ ସେନା । ଗୁଇନ୍ଦା ସୁତ୍ରରୁ ମିଳିଥିବା ସୂଚନା ଆଧାରରେ ନିୟନ୍ତ୍ରଣ ରେଖାର ଅପରପଟେ ପାକ ଅଧିକୃତ କାଶ୍ମୀରରେ ପ୍ରାୟ 4 ଶହ ଆତଙ୍କବାଦୀଙ୍କୁ ଭାରତୀୟ ସୀମାରେ ଅନୁପ୍ରବେଶ ପାଇଁ ପ୍ରଶିକ୍ଷଣ ଦେଉଛି ପାକ ସେନା ।

ପ୍ରତି ବର୍ଷ ପରି ଶୀତ ଦିନେ ଉତ୍ତର ଭାରତରେ ପ୍ରବଳ ଥଣ୍ଡା ସାଙ୍ଗକୁ ତୁଷାରପାତ ହୋଇଥାଏ । ଫଳରେ ଭାରତୀୟ ସେନାର ଦୃଷ୍ଟି ଆଢୁଆଳରେ ଏମାନେ ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାକୁ ଉଦ୍ୟମ କରିଥାନ୍ତି । ଏଥିରେ ପାକିସ୍ତାନ ସେନା ସେମାନଙ୍କୁ ସାହାଯ୍ୟ କରିଥାଏ ।

ଭାରତୀୟ ସେନା ଦ୍ବାରା ମିଳିଥିବା ସୂଚନା ଅନୁସାରେ ଗତ ବର୍ଷ ପ୍ରାୟ 44 ଜଣ ଆତଙ୍କୀ ଭାରତୀୟ ସୀମାରେ ଅନୁପ୍ରେବଶ କରିବାରେ ସଫଳ ହୋଇଥିଲେ । ସେହିପରି 2019ରେ 141 ଓ 2018ରେ 143 ଜଣ ଆତଙ୍କୀ ପ୍ରବେଶ କରିଛନ୍ତି । ଅନୁପ୍ରବେଶ ପରେ ସେମାନେ ବିଭିନ୍ନ ପ୍ରକାର ହିଂସାତ୍ମକ କାର୍ଯ୍ୟକଳାପକୁ ପୂର୍ବ ଯୋଜନା ମୁତାବକ ରୂପ ଦେବାକୁ ଚେଷ୍ଟା କରିଥାନ୍ତି ।

ଭାରତ ପକ୍ଷରୁ ଆରମ୍ଭ କରାଯାଇଥିବା ଅନୁପ୍ରବେଶ ନିରୋଧୀ ଅଭିଯାନକୁ ପଥଭ୍ରଷ୍ଟ କରିବା ପାଇଁ ପାକିସ୍ତାନ ସେନା ଭାରତୀୟ ପୋଷ୍ଟ ଉପରେ ଗୁଳି ମାଡ କରି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥାଏ । ଫଳରେ ସୀମା ପାରରେ ଥିବା ଆତଙ୍କୀମାନେ ଭାରତୀୟ ସେନାର ତୀକ୍ଷ୍ନ ନଜରରୁ ଖସି ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାରେ ସଫଳ ହୋଇଥାନ୍ତି ।

ଚଳିତ ବର୍ଷ ଗୁଇନ୍ଦା ରିପୋର୍ଟ ଆଧାରରେ ଆତଙ୍କୀଙ୍କ ଉଦ୍ୟମକୁ ପଣ୍ଡ କରିବା ପାଇଁ ବ୍ୟାପକ ଅଭିଯାନ ଆରମ୍ଭ କରିଛି ଭାରତୀୟ ସେନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.