ETV Bharat / bharat

Monsoon session of Parliament: କାଲି ପୂର୍ବାହ୍ନ 11 ଯାଏଁ ଲୋକସଭା ମୁଲତବୀ

ସଂସଦ ଶୀତକାଳୀନ ଅଧିବେଶନର ପ୍ରଥମ ଦିନରୁ ତାତିଲେ ବିରୋଧୀ । ଦରଦାମ ଓ GST ଦର ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ପାଇଁ ସରକାରଙ୍କୁ ଘେରିଲେ । ଆସନ୍ତାକାଲି ପୂର୍ବାହ୍ନ 11 ଯାଏ ଉଭୟ ଗୃହ ମୁଲତବୀ । ଅଧିକ ପଢନ୍ତୁ

author img

By

Published : Jul 18, 2022, 3:39 PM IST

Monsoon session of Parliament: ଆସନ୍ତାକାଲି ପୂର୍ବାହ୍ନ 11 ଯାଏ ଲୋକସଭା ମୁଲତବୀ

ନୂଆଦିଲ୍ଲୀ: ଆଜି ଠାରୁ ଆରମ୍ଭ ହୋଇଥିବା ସଂସଦ ଶୀତକାଳୀନ ଅଧିବେଶନର ପ୍ରଥମ ଦିନରୁ ଦେଖିବାକୁ ମିଳିଛି ହଟ୍ଟଗୋଳ । ଫଳରେ ଉଭୟ ଗୃହକୁ ଆସନ୍ତାକାଲି ପୂର୍ବାହ୍ନ 11 ଯାଏଁ ମୁଲତବୀ ଘୋଷଣା କରାଯାଇଛି । ପ୍ରଥମେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସାଂସଦମାନେ ଭୋଟିଂ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ଅପରାହ୍ନ 2 ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ ରଖାଯାଇଥିଲା । ତେବେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ଦରଦାମ ବୃଦ୍ଧି ଓ GST ଦର ବୃଦ୍ଧି ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବା ସହ ଚର୍ଚ୍ଚା ପାଇଁ ଦାବି କରିଥିଲେ । ଫଳରେ ଗୃହକାର୍ଯ୍ୟ ଜାରି ରହିବା ସମ୍ଭବପର ହୋଇନଥିଲା । ଆସନ୍ତାକାଲି ପୂର୍ବାହ୍ନ 11 ଯାଏ ଉଭୟ ଗୃହକୁ ମୁଲତବୀ ଘୋଷଣା କରାଯାଇଛି ।

  • Monsoon session of Parliament | Lok Sabha adjourned till 11 am tomorrow, July 19

    — ANI (@ANI) July 18, 2022 " class="align-text-top noRightClick twitterSection" data=" ">

ଆଜି ସଂସଦ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଜାପାନର ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ସିଞ୍ଜୋ ଆବେଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ସଦସ୍ୟ । ପରେ ସାସଂଦମାନେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ । ଅପରାହ୍ନ 2 ଟାରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଦରଦାମ ବୃଦ୍ଧି ଓ GST ଦର ବୃଦ୍ଧି ପ୍ରସଙ୍ଗ ତାତିଥିଲେ ବିରୋଧୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.