ETV Bharat / bharat

ବିଜେପି ମୁଖ୍ୟାଳୟରୁ ମୋଦିଙ୍କ ବିଜୟ ସନ୍ଦେଶ - ଭାରତୀୟ ଜନତା ପାର୍ଟି ମୁଖ୍ୟାଳୟ

ବିହାରରେ ଏନଡିଏର ପ୍ରଚଣ୍ଡ ବିଜୟକୁ ନେଇ ପାଟନାରୁ ଦିଲ୍ଲୀ ଯାଏଁ ଉତ୍ସବର ମାହୋଲ । ଦିଲ୍ଲୀର ଭାରତୀୟ ଜନତା ପାର୍ଟି ମୁଖ୍ୟାଳୟରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଦଳୀୟକର୍ମୀଙ୍କୁ ବିଜୟ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ...

ବିଜେପି ମୁଖ୍ୟାଳୟରୁ ମୋଦିଙ୍କ ବିଜୟ ସନ୍ଦେଶ
ବିଜେପି ମୁଖ୍ୟାଳୟରୁ ମୋଦିଙ୍କ ବିଜୟ ସନ୍ଦେଶ
author img

By

Published : Nov 11, 2020, 8:27 PM IST

ନୂଆଦିଲ୍ଲୀ: ବିହାରରେ ଏନଡିଏର ପ୍ରଚଣ୍ଡ ବିଜୟକୁ ନେଇ ପାଟନାରୁ ଦିଲ୍ଲୀ ଯାଏଁ ଉତ୍ସବର ମାହୋଲ । ଚାରିଆଡେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ଉତ୍ସାହ । ତେବେ ବିହାର ବିଜୟକୁ ନେଇ ଦିଲ୍ଲୀର ଭାରତୀୟ ଜନତା ପାର୍ଟି ମୁଖ୍ୟାଳୟରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଦଳୀୟକର୍ମୀଙ୍କୁ ବିଜୟ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ବିଜୟକୁ ନେଇ ମହାନ ଦେଶର ମହାନ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ଗଣତନ୍ତ୍ରର ଏହି ମହାନ ପର୍ବକୁ ସମସ୍ତେ ମିଳିମିଶି ଉତ୍ସାହର ସହ ପାଳନ କରିଛନ୍ତି । ଗଣତନ୍ତ୍ର ପ୍ରତିଜନସାଧାରଣଙ୍କ ଆସ୍ଥା ଯେଭଳି ଭାରତରେ ରହିଛି ସେପରି ସାରା ବିଶ୍ବରେ ନାହିଁ ।

ନିର୍ବାଚନକୁ ସଫଳତାର ସହ ପରିତଚାଳନା କରିଥିବାରୁ ନିର୍ବାଚନ ଆୟୋଗ, ସୁରକ୍ଷାକର୍ମୀ , ପ୍ରଶାସନ, କର୍ମୀ ଓ କୋଭିଡ ଯୋଦ୍ଧାଭଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ମୋଦି । ସେ କହିଛନ୍ତି ଏତେ ବଡ ନିର୍ବାଚନ କରି ଆମେ ବିଶ୍ବକୁ ଭାରତର ଶକ୍ତି ସହ ପରିଚୟ କରାଇଛନ୍ତି । କୋରୋନା ସଙ୍କଟ ମଧ୍ୟରେ ଏତେ ବଡ ନିର୍ବାଚନ ଦେଶ ପାଇଁ ଉପଲବ୍ଧି । ନିର୍ବାଚନ ପ୍ରକ୍ରିୟା ଦେଶ ପାଇଁ ଗୌରବର ବିଷୟ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ନିର୍ବାଚନ ଫଳାଫଳରେ ବିଜେପି ଓ ଏନଡିଏକୁ ଅପାର ଜନସମର୍ଥନ ମିଳିଛି । ଜେପି ନଡ୍ଡାଙ୍କ କୁଶଳତାରୁ ଏହି ବିଜୟ ମିଳିଛି । ବିଜେପିକୁ ପୂର୍ବୋତ୍ତର, ଦକ୍ଷିଣ ଭାରତ ସମେସ୍ତ ଉପନିର୍ବାଚନରେ ସଫଳତା ମିଳିଛି । ଏକଦା ଆମେ 2ଟି ଆସନ ଜିତିଥିଲୁ । ହେଲେ ଏବେ ଶିଖରେ ଅଛୁ। ଏହାର ଉତ୍ତର ବିହାର ପଳଫଳରୁ ମିଳିଛି । ବିଜେପି ଆଜି ଦେଶବାସୀଙ୍କ ହୃଦୟରେ । ବିଜେପି ଆଜି ଦେଶର ପ୍ରତ୍ୟେକ କୋଣରେ ରହିଛି । ଯଦି ଆପଣ ନିଜକୁ ସମର୍ପିତ କରିବେ, କିଛି ନୂଆ କରିବାକୁ ଚେଷ୍ଟା କରିବେ ତେବେ ଆପଣଙ୍କୁ ପରିଣାମ ମିଳିବ । ଦେଶର ଜନତା ତପସ୍ୟା, ପରିଶ୍ରମକୁ ଦେଖୁଛି ବୋଲି କହିଛନ୍ତି ମୋଦି ।

କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଛନ୍ତି, ଏକବିଂଶ ଶତାବ୍ଦିରେ ଦେଶର ରାଜନୀତିର ମୁଖ୍ୟ ଆଧାର ବିକାଶ ହିଁ ହେବ । ଦେଶର ବିକାଶ, ରାଜ୍ୟର ବିକାଶ ଆଜି ସବୁଠୁ ବଡ ଚ୍ୟାଲେଞ୍ଜ । ଯେଉଁମାନେ ଏହାକୁ ନବୁଝିବେ ତାଙ୍କର ସ୍ଥାନେ ସ୍ଥାନେ ଅମାନତ ହରାଇବେ ବୋଲି କହିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଆମେ ସମସ୍ତ କାର୍ଯ୍ୟ କରିବୁ ଯାହା ଦେଶକୁ ଆଗକୁ ନେଇଯିବ । ଆମେ ସେହି ନିଷ୍ପତ୍ତି ନେବୁ, ଯାହା ଦେଶ ହିତରେ ରହିବ । ଦଳିତ ପିଡିତଙ୍କ ସ୍ବର ହେଉଛି ବିଜେପି । ଦେଶର ମଧ୍ୟବିତ୍ତଙ୍କ ସ୍ବପ୍ନକୁ ପୁରା କରିବା ପାଇଁ ଦିନ ରାତି ବିଜେପି ପରିଶ୍ରମ କରୁଛି । ମହିଳାଙ୍କ ସଶକ୍ତିକରଣ, ଗରିମା ଓ ଗୌରବ ସୁନିଶ୍ଚିତ କରିବାକୁ ପ୍ରୟାସ ଜାରି ରଖିଛି ବିଜେପି । ଆର୍ଥିକ ସୁଧାର ହେଉ କି କୃଷି ସସୁଧାର, ଦେଶର ସୁରକ୍ଷା, ଶିକ୍ଷା, ନୂଆ ବ୍ୟବସ୍ଥା, କୃଷକ, ଶ୍ରମିକଙ୍କ ହୀତ, ଦେଶ ସବୁଠୁ ଅଧିକ ବିଶ୍ବାସ ବିଜେପିକୁ କରୁଛି । ଏହି ବିଶ୍ବାସ ବିଜେପି ଓ ପ୍ରଧାନସେବକଙ୍କ ପାଇଁ । ଏହି ବିଶ୍ବାସ ଆମର ସବୁଠୁ ବଡ ପୁଞ୍ଜି ବୋଲି କହିଛନ୍ତି ମୋଦି ।

ମୋଦି ଆହୁରି ମଧ୍ୟ କହିଛନ୍ତି, ବିହାରରେ 3 ଥର ସରକାରରେ ରହିବା ପରେ ବିଜେପିର ଆସନ ବୃଦ୍ଧି ହୋଇଛି । 90 ଦଶକରୁ ଗୁଜୁରାଟରେ ଶାସନ କରିଆସୁଥିବା ବିଜେପି ଏଥର ଉପନିର୍ବାଚନରେ ବିଜୟ ହାସଲ କରିଛି । ଦେଶର ଜନତା ବିଜେପି ଉପରେ ବିଶ୍ବାସ କରୁଛନ୍ତି । ବିଜେପିର ସଫଳତା ପଛରେ ଏହାର ସୁଶାନ ରହିଛି । କୋରୋନା କାଳରେ ବଞ୍ଚାଯାଇଥିବା ଗୋଟିଏ ଗୋଟିଏ ଜୀବନ ଭାରତର ସଫଳତାର କାହାଣୀ । ସୁଶାସନ ବିଜେପିର ପରିଚୟ । ନିର୍ବାଚନ ଜିତିବାର ରହସ୍ୟ ସବକା ସାଥ, ସବକା ବିଶ୍ବାସର ବିଜୟ । ବିହାରେ ସତ୍ୟ ଜିତିଛି, ବିଶ୍ବାସ ଜିତିଛି , ଯୁବକ ଜିତିଛନ୍ତି । ଏହା ବିହାରର ଆକାଂକ୍ଷାର ବିଜୟ । ବିହାରବାସୀ ଜାଗ୍ରତ ଅଛନ୍ତି । ବିହାର ହେଉଛି ଗଣତନ୍ତ୍ରର ମାଟି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.