ଲକ୍ଷ୍ନୌ : ଘରେ ବସି ମଧ୍ୟ ଆପଣ ହୋଇପାରିବେ ମାଲାମାଲ । ଏହି ସୁଯୋଗ ଆଣି ଦେଇଛନ୍ତି ମୋଦି ସରକାର । ମୋଦି ସରକାରଙ୍କ ଏକ ଅଭିଯାନ ଆପଣଙ୍କୁ ଲକ୍ଷପତି ହେବାର ସୁବର୍ଣ୍ଣ ସୁଯୋଗ ଦେବ । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସରକାରଙ୍କ ଏହି ଅଭିଯାନରେ ସାମିଲ ହେବାକୁ ସାଧାରଣ ନାଗରିକଙ୍କୁ କୁହାଯାଇଛି ।
-
.@FinMinIndia in association with @mygovindia is announcing a contest to crowdsource the name, tagline and logo of the new Development Financial Institution. Cash prizes of up to Rs 5 lakh in each category! Last date for entries is 15.08.2021. https://t.co/uK5AojlWlB (1/2)
— NSitharamanOffice (@nsitharamanoffc) July 28, 2021 " class="align-text-top noRightClick twitterSection" data="
">.@FinMinIndia in association with @mygovindia is announcing a contest to crowdsource the name, tagline and logo of the new Development Financial Institution. Cash prizes of up to Rs 5 lakh in each category! Last date for entries is 15.08.2021. https://t.co/uK5AojlWlB (1/2)
— NSitharamanOffice (@nsitharamanoffc) July 28, 2021.@FinMinIndia in association with @mygovindia is announcing a contest to crowdsource the name, tagline and logo of the new Development Financial Institution. Cash prizes of up to Rs 5 lakh in each category! Last date for entries is 15.08.2021. https://t.co/uK5AojlWlB (1/2)
— NSitharamanOffice (@nsitharamanoffc) July 28, 2021
ଏହି ଅଭିଯାନଟି ଡେଭଲପମେଣ୍ଟ ଫାଇନାନସିଆଲ ଇନଷ୍ଟିଚ୍ୟୁସନ ବା DFI ନିମନ୍ତେ ଉର୍ଦ୍ଧିଷ୍ଚ । ଏଥିରେ DFI ପାଇଁ ନାମ, ଟ୍ୟାଗଲାଇନ ଏବଂ ଲୋଗୋ ଦେବାକୁ ସାଧାରଣ ନାଗରିକଙ୍କୁ ଆହ୍ବାନ କରିଛି ଅର୍ଥମନ୍ତ୍ରଣାଳୟ । ଉକ୍ତ ପ୍ରତିଯୋଗିତାରେ ପ୍ରଥମ ହେବା ବ୍ୟକ୍ତିଙ୍କୁ ପାଞ୍ଚ ଲକ୍ଷ ଲେଖାଏଁ ପୁରସ୍କାର ରାଶି ରୂପେ ପ୍ରଦାନ କରାଯିବ । ଅର୍ଥାତ୍ ଜଣେ ଲୋକ ତିନୋଟି ଯାକ ନାମ, ଲୋଗୋ ଓ ଟ୍ୟାଗଲାଇନ ଦେଇ ମୋଟ 15 ଲକ୍ଷ ଟଙ୍କା ଜିତି ପାରିବେ ।
ଦେଶର ଭିତ୍ତିଭୂମି ସୁଦୃଢୀକରଣ ପାଇଁ DFI ଅନୁଷ୍ଠାନ ଏକ ଗେମ୍ ଚେଞ୍ଜର ଭାବେ ବିବେଚନା କରାଯାଏ । ଏଣୁ ଏହି କମ୍ପାନୀ ପାଇଁ ନାମ, ଲୋଗୋ ଓ ଟ୍ୟାଗଲାଇନ ଦେବାକୁ ସାଧରଣ ସ୍ତରରେ ଆହ୍ବାନ କରିଛନ୍ତି ସରକାର । ଏହାପାଇଁ ପ୍ରାଥମିକ ସ୍ତରରୁ ମନୋନୀତ କରାଯାଇଥିବା ଅଂଶଗ୍ରହଣକାରୀଙ୍କୁ 15 ଲକ୍ଷ ଯାଏଁ ନଗଦ ପୁରସ୍କାର ରାଶି ଦିଆଯିବ । ଏହାପୂର୍ବରୁ 2014 ମସିହାରେ ସରକାରଙ୍କ ପ୍ରମୁଖ ଜନଧନ ଯୋଜନା ନିମନ୍ତେ ନାମ ଚୟନ ପାଇଁ ଏଭଳି ଏକ ପ୍ରତିଯୋଗିତା କରାଯାଇଥିଲା ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ବିଟ୍ ଯୋଗେ କହିଛନ୍ତି ଯେ my gov indiaର ସହଯୋଗରେ DFI ର ନାମ, ଟ୍ୟାଗଲାଇନ ଓ ଲୋଗୋ ଚୟନ ପାଇଁ ଏକ ପ୍ରତିଯୋଗିତା ଘୋଷଣା କରାଯାଇଛି । ପ୍ରତ୍ୟେକ ଶ୍ରେଣୀରେ 5 ଲକ୍ଷ ଟଙ୍କା ଲେଖାଏଁ ନଗଦ ପୁରସ୍କାର ରାଶି ଦିଆଯିବ । ଏହି ନାମ, ଲୋଗ ଓ ଟ୍ୟାଗଲାଇନ ଦେବାର ଶେଷ ତାରିଖ ଅଗଷ୍ଟ 15 ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ