ETV Bharat / bharat

ପିଏମ୍‌ କିଷାନ ହିତାଧିକାରୀଙ୍କୁ ମିଳିବ ୩୬୦୦୦ ଟଙ୍କା

author img

By

Published : May 2, 2021, 8:38 PM IST

ପିଏମ୍‌ କିଷାନର ୮ମ କିସ୍ତିକୁ ଅପେକ୍ଷା କରିଥିବା ୧୧ କୋଟିରୁ ଅଧିକ କୃଷକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଯଦି ଆପଣ ପ୍ରଧାନମନ୍ତ୍ରୀ କୃଷକଙ୍କ ହିତାଧିକାରୀ, ତେବେ ମୋଦୀ ସରକାର ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଦେଉଛନ୍ତି । ଅଧିକ ପଢନ୍ତୁ...

କୃଷକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: ପିଏମ୍‌ କିଷାନ ହିତାଧିକାରୀଙ୍କୁ ମିଳିବ ୩୬୦୦୦ଟଙ୍କା

ନୂଆଦିଲ୍ଲୀ: ପିଏମ୍‌ କିଷାନର ୮ମ କିସ୍ତିକୁ ଅପେକ୍ଷା କରିଥିବା ୧୧ କୋଟିରୁ ଅଧିକ କୃଷକଙ୍କ ପାଇଁ ଖୁସିଖବର । କୃଷକଙ୍କୁ ପରବର୍ତ୍ତି କିସ୍ତି ଭାବେ 36000 ଟଙ୍କା ମିଳିବ । ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନାର ଲାଭ ସେହି କୃଷକମାନେ ଉଠାଇ ପାରିବେ, ଯେଉଁମାନେ ପିଏମ୍‌ କିଷାନ୍‌ ସମ୍ମାନ ନିଧିର ଲାଭାର୍ଥୀ ଅଟନ୍ତି । ମାନଧନ ଯୋଜନା ପାଇଁ କୌଣସି କାଗଜପତ୍ର ବା ଦଲିଲ ପ୍ରଦାନ କରିବାକୁ ପଡିବ ନାହିଁ । ଏଥିରେ ଯୋଡ଼ି ହୋଇ ଆପଣ ବିନା କୌଣସି ଖର୍ଚ୍ଚରେ ବାର୍ଷିକ ୩୬ ହଜାର ପାଇବାକୁ ଯୋଗ୍ୟ ବିବେଚିତ ହୋଇ ପାରିବେ ।

କେମିତି ଏହି ଅର୍ଥ ପାଇବେ ଜାଣନ୍ତୁ...

ପିଏମ କିଷାନ ମାନଧନ ଯୋଜନା ଅନୁସାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ପ୍ରତି ମାସରେ ପେନସନ ଦେବାର ଯୋଜନା ରହିଛି । ଯେଉଁଥିରେ ୬୦ ବର୍ଷ ବୟସ ପରେ ପ୍ରତି ମାସରେ ୩୦୦୦ଟଙ୍କା ପେନସନ ଦିଆଯିବ । ଯଦି କୌଣସି କୃଷକ ପିଏମ୍-କିଷାନ ସମ୍ମାନ ନିଧିର ଲାଭ ନେଉଛି ତ ତାଙ୍କୁ ପିଏମ୍‌ କିଷାନ ମାନଧନ ଯୋଜନା ପାଇଁ କୌଣସି କଗଜପତ୍ର ଦେବାକୁ ପଡ଼ିବ ନାହିଁ । କାରଣ ଏମିତି କୃଷକଙ୍କ ପୂରା କାଗଜପତ୍ର ଭାରତ ସରକାରଙ୍କ ପାଖରେ ରହିଛି ।

ପିଏମ କିଶାନ ଯୋଜନାରୁ ମିଳିଥିବା ଲାଭରୁ ପ୍ରତ୍ୟକ୍ଷ ଅବଦାନ ପାଇଁ ବିକଳ୍ପ ଅଛି । ଏଥିରେ ଚାଷୀଙ୍କୁ ସେମାନଙ୍କ ପକେଟରୁ ସିଧାସଳଖ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ । ତାଙ୍କର ପ୍ରିମିୟମ 6000 ରୁ କଟାଯିବ । ଅର୍ଥାତ୍ କୃଷକ ପକେଟରୁ ଖର୍ଚ୍ଚ ନକରି ବାର୍ଷିକ 36000 ପାଇବେ । ଉଲ୍ଲେଖଥାଉ କି, ଯଦି ଆପଣ ପିଏମ କିଶାନ ମାନଧନର ହିତାଧିକାରୀ ନୁହଁନ୍ତି, ତେବେ ମଧ୍ୟ ସେମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ।

ଆଉ କିଏ ଏହି ଯୋଜନାର ଲାଭ ନେଇ ପାରିବେ...

କିଷାନ ମାନଧନ ଯୋଜନା ଅନୁସାରେ ୧୮ରୁ ୪୦ ବର୍ଷ ବୟସର ଯେକୌଣସି କୃଷକ ଏଥିରେ ରେଜିଷ୍ଟ୍ରେସନ କରିପାରିବେ । ସେହି କୃଷକ ଏହି ଯୋଜନାର ଲାଭ ଉଠାଇ ପାରିବେ , ଯାହାଙ୍କ ପାଖରେ ଅଧିକତମ ଭାବେ ୨ ହେକ୍ଟର ପର୍ଯ୍ୟନ୍ତ ଜମି ଥିବ । ଏହି ଯୋଜନା ମୁତାବକ, ଅତି କମ୍‌ରେ ୨୦ ବର୍ଷ ଓ ଅଧିକତମ ଭାବେ ୪୦ ବର୍ଷ ଯାଏ ୫୫ଟଙ୍କାରୁ ୨୦୦ଟଙ୍କା ଯାଏ ମାସିକ ଅଂଶଦାନ କରିବାକୁ ହେବ , ଯାହା କୃଷକଙ୍କ ବୟସ ଉପରେ ନିର୍ଭର କରେ । ଯଦି ୧୮ବର୍ଷ ବୟସରେ ସାମିଲ ହେବାକୁ ଚାହାନ୍ତି ତ ମାସିକ ଅଂଶଦାନ ୫୫ଟଙ୍କା ପ୍ରତି ମାସରେ ଦେବାକୁ ହେବ । ୩୦ ବର୍ଷ ବୟସର ବ୍ୟକ୍ତି ସାମିଲ୍‌ ହେଲେ ୧୧୦ଟଙ୍କା ପ୍ରତି ମାସରେ ଅଂଶଦାନ ମୁତାବକ ଦେବାକୁ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.