ETV Bharat / bharat

Export Boost: ରପ୍ତାନୀ ଉପରେ ରହିଛି ସରକାରଙ୍କ ଫୋକସ, ସୃଷ୍ଟି ହେବ ଲକ୍ଷାଧିକ ନିଯୁକ୍ତି

ଆତ୍ମନିର୍ଭର ଭାରତ ପରେ ଏବେ ରପ୍ତାନୀ ବଜାର ଉପରେ ରହିଛି ମୋଦି ସରକାରଙ୍କ ଫୋକସ । ରପ୍ତାନୀ ବୃଦ୍ଧି ପାଇଁ ଗୁରୁବାର ମୋଦି ସରକାର ନେଇଥିଲେ ମହତ୍ତ୍ଵପୂର୍ଣ୍ଣ ନିଷ୍ପତ୍ତି । ଅଧିକ ପଢନ୍ତୁ...

Export Boost: ରପ୍ତାନୀ ଉପରେ ରହିଛି ସରକାରଙ୍କ ଫୋକସ, ସୃଷ୍ଟି ହେବ ଲକ୍ଷାଧିକ ନିଯୁକ୍ତି
Export Boost: ରପ୍ତାନୀ ଉପରେ ରହିଛି ସରକାରଙ୍କ ଫୋକସ, ସୃଷ୍ଟି ହେବ ଲକ୍ଷାଧିକ ନିଯୁକ୍ତି
author img

By

Published : Sep 30, 2021, 8:52 PM IST

ନୂଆଦିଲ୍ଲୀ: ଆବଶ୍ୟକତାକୁ ପୂରଣ ପାଇଁ ଧିରେ ଧିରେ ଆତ୍ମନିର୍ଭର ହେବାରେ ଲାଗିଛି ଭାରତ । ତେବେ ଆତ୍ମନିର୍ଭର ଭାରତ ପରେ ଏବେ ରପ୍ତାନୀ ବଜାର ଉପରେ ରହିଛି ମୋଦି ସରକାରଙ୍କ ଫୋକସ । ରପ୍ତାନୀ ବୃଦ୍ଧି ପାଇଁ ଗୁରୁବାର ମୋଦି ସରକାର ନେଇଥିଲେ ମହତ୍ତ୍ଵପୂର୍ଣ୍ଣ ନିଷ୍ପତ୍ତି ।

ରାଷ୍ଟ୍ରୀୟ ରପ୍ତାନୀ ଇନସ୍ୟୁରାନ୍ସ ଆକାଉଣ୍ଟ ଯୋଜନାକୁ ଜାରି ରଖିବା ପାଇଁ ମିଳିସାରିଛି କ୍ୟାବିନେଟର ମଞ୍ଜୁରୀ । ଏଥିପାଇଁ ଆଗାମୀ ୫ ବର୍ଷରେ ହେବ ୧,୬୫୦ କୋଟି ଟଙ୍କାର ନିବେଶ । ଏହାସହ ପ୍ରାୟ ୨.୬ ଲକ୍ଷ ନୂଆ ରୋଜଗାର ସୃଷ୍ଟି ହେବ । ସେହିପରି ଏକ୍ସପୋର୍ଟ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ ଅଫ ଇଣ୍ଡିଆରେ ପୁଞ୍ଜିନିବେଶ ପାଇଁ କେନ୍ଦ୍ରୀୟ କ୍ୟାବିନେଟର ମଞ୍ଜୁରୀ ପରେ ଆଗାମୀ ୫ବର୍ଷରେ ୪,୪୦୦କୋଟି ଟଙ୍କାର ନିବେଶ ହେବ ବୋଲି ଜଣାପଡିଛି । ଏଥିରୁ ପ୍ରାୟ ୫୯ଲକ୍ଷ ନୂଆ ରୋଜଗାର ସୃଷ୍ଟି ହେବାର ସମ୍ଭାବନା ରହିଥିବା କୁହାଯାଇଛି ।

ଜାତୀୟ ରପ୍ତାନୀ ବୀମା ଆକାଉଣ୍ଟ (ଏନଇଆଇଏ) ପ୍ରାୟ ୩୩,୦୦୦ କୋଟି ଟଙ୍କା ମୂଲ୍ୟର ରପ୍ତାନୀ ପ୍ରକଳ୍ପକୁ ସହାୟତା କରିବ । ଏହା ପ୍ରାୟ ୨.୬ ଲକ୍ଷ ନୂତନ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ସେଥିରେ ଫର୍ମାଲ ସେକ୍ଟରର ପ୍ରାୟ ୧୨,୦୦୦ କର୍ମନିଯୁକ୍ତି ସାମିଲ ରହିଛି । ଏହି ନିଷ୍ପତ୍ତି ସରକାର ଗତ କେତେ ବର୍ଷ ଭିତରେ ରପ୍ତାନୀ ବାଣିଜ୍ୟ ବୃଦ୍ଧି ସିରିଜର ଅନେକ ଗୁଡ଼ିଏ ଯୋଜନା ଏବଂ ପ୍ରୟାସର ଅଂଶ ବିଶେଷ ।

ସାର୍ଟିଫିକେଟ ଅଫ୍‍ ଅରିଜିନ ପାଇଁ କମନ ଡିଜିଟାଲ ପ୍ଲାଟଫର୍ମର ଶୁଭାରମ୍ଭ ଦ୍ବାରା ବାଣିଜ୍ୟ କାରବାର ପାଇଁ ସୁବିଧା ହେବ ଏବଂ ରପ୍ତାନୀକାରୀମାନଙ୍କ ପକ୍ଷରୁ ଏଫଟିଏ ଉପଯୋଗ ବୃଦ୍ଧି ପାଇବ, ଯାହା ଜିଲ୍ଲାଗୁଡ଼ିକୁ ରପ୍ତାନୀ ହବ୍‍ ଭାବେ ଗଢ଼ିବାରେ ସହାୟକ ହେବ ବୋଲି କ୍ୟାବିନେଟ ନିଷ୍ପତ୍ତିରୁ ସୂଚନା ମିଳିଛି ।

ଏହା ସମେତ ଏହି ପ୍ରକଳ୍ପରେ ଆନୁମାନିକ ୭୫% ଭାରତୀୟ କଣ୍ଟେଣ୍ଟ ଯାହାକି ବିଶ୍ବ ବ୍ୟାଙ୍କ ଏବଂ ଆନ୍ତର୍ଜାତି ଶ୍ରମ ସଂଗଠନ (ଆଇଏଲଓ) ଦ୍ବାରା ଜାରି ‘ଏକ୍ସପୋର୍ଟ ଟୁ ଜବ୍ସ’ ରିପୋର୍ଟରେ ଉଲ୍ଲେଖ ରହିଛି, ସେହି ହାର ଅନୁସାରେ ପ୍ରାୟ ୧୨,୦୦୦ କର୍ମଚାରୀ ସଂଗଠିତ କ୍ଷେତ୍ରକୁ ଯାଇପାରିବେ ବୋଲି ଆକଳନ କରାଯାଇଛି । ସଂପୃକ୍ତ କ୍ଷେତ୍ରରେ ପ୍ରାୟ ୨.୬ ଲକ୍ଷ କର୍ମଚାରୀ କର୍ମନିଯୁକ୍ତିର ସୁଯୋଗ ପାଇପାରିବେ ଯାହାକି ଏହି ରିପୋର୍ଟ ଆଧାରରେ ହିଁ ହିସାବ କରି ଦେଖାଯାଇଛି ।

ଏନଇଆଇଏ- କାର୍ଯ୍ୟାବଳୀର ମୁଖ୍ୟ ବିନ୍ଦୁ...

  • ଏନଇଆଇଏ ଟ୍ରଷ୍ଟ ୨୦୦୬ ମସିହାରେ ସ୍ଥାପିତ ହୋଇଥିଲା ଏବଂ ମଧ୍ୟମ/ ଏବଂ ଦୀର୍ଘକାଳୀନ (ଏମଏଲଟି)/ରପ୍ତାନୀ ପ୍ରକଳ୍ପକୁ ପ୍ରୋତ୍ସାହନ ପ୍ରଦାନ ଏହାର ଉଦ୍ଦେଶ୍ୟ ।
  • ଏନଇଆଇଏ ଯେଉଁସବୁ ପ୍ରକଳ୍ପ ବ୍ୟବସାୟିକ ଦୃଷ୍ଟିରୁ ଲାଭପ୍ରଦ ଏବଂ ଯାହାର ରଣନୀତିକ ଗୁରୁତ୍ବ ରହିଛି ସେସବୁ ପ୍ରକଳ୍ପଗୁଡ଼ିକୁ ଏନଇଆଇଏ ସହଯୋଗ ଯୋଗାଇ ଦେଇଥାଏ ।
  • ଭାରତ ସରକାରଙ୍କ ଦ୍ବାରା କର୍ପସ ପ୍ରତିବଦ୍ଧତା ସ୍ବରୂପ ୪୦୦୦ କୋଟି ଟଙ୍କା ଏବଂ ବାସ୍ତବ କର୍ପସର ସର୍ବାଧିକ ଅନୁମତିଯୋଗ୍ୟ ଲିଆବିଲିଟି ୨୦ ଗୁଣ ରଖାଯାଇଛି ।
  • ବିଗତ ବର୍ଷମାନଙ୍କ ମଧ୍ୟରେ ଭାରତ ସରକାରଙ୍କ ଠାରୁ ମିଳିଥିବା ସହାୟତା ପରିମାଣ ମାର୍ଚ୍ଚ ୩୧, ୨୦୨୧ ସୁଦ୍ଧା ୩,୦୯୧ କୋଟି ଟଙ୍କା ବୋଲି ଆକଳନ କରାଯାଇଛି ।
  • ସ୍ଥାପିତ ହେବା ଦିନଠାରୁ ଏନଇଆଇଏ ୨୧୩ଟି ସଂସ୍ଥାକୁ ସହାୟତା ଯୋଗାଇଛି ଏବଂ ସେସବୁର ମୋଟ ମୂଲ୍ୟ ୫୩,୦୦୦ କୋଟି ଟଙ୍କା ଏବଂ ଅଗଷ୍ଟ ୩୧, ୨୦୨୧ ସୁଦ୍ଧା ଏହା ୫୨ଟି ରାଷ୍ଟ୍ରକୁ ଯୋଗାଯାଇଛି ।
  • ଆଫ୍ରିକା ଏବଂ ଦକ୍ଷିଣ ଏସିଆରେ ଏହାର ରପ୍ତାନୀଜନିତ ପ୍ରକଳ୍ପ ଉପରେ ସର୍ବାଧିକ ପ୍ରଭାବ ପଡ଼ିଛି ।

ବିଗତ କିଛି ବର୍ଷ ମଧ୍ୟରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ରପ୍ତାନୀ ସମ୍ପର୍କୀତ ବିଭିନ୍ନ ଯୋଜନା

  • କୋଭିଡ଼ ୧୯ ବୈଶ୍ୱିକ ମହାମାରୀ ପରିସ୍ଥିତି ଯୋଗୁ ବୈଦେଶିକ ବାଣିଜ୍ୟ ନୀତି (୨୦୧୫-୨୦କୁ ୩୦.୦୯.୨୦୨୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ।
  • ସେପ୍ଟେମ୍ବର ୨୦୨୧ରେ ୫୬,୦୨୭ କୋଟି ଟଙ୍କା ମଂଜୁର କରାଯାଇଛି ଯାହାଫଳରେ ସମସ୍ତ ସ୍କ୍ରିପ୍ଟ ଆଧାରିତ ଯୋଜନାରେ ବକେୟା ଥିବା ସମସ୍ତ ଅର୍ଥ ପରିଶୋଧ କରାଯିବ ଯାହାକି କୋଭିଡ଼ ୧୯ ସମୟରେ ଲିକୁଡ଼ିଟି ଯୋଗାଇବ ।
  • କର ଓ ଟିକସ ଛାଡ଼ ଏବଂ ରପ୍ତାନୀ ଉତ୍ପାଦ (ଆରଓଡିଟିଇପି) ନୂତନ ଯୋଜନାର ଶୁଭାରମ୍ଭ । ଏହି ଯୋଜନା ସକାଶେ ୨୦୨୧-୨୨ ଆର୍ଥିକ ବର୍ଷରେ ୧୨,୪୫୪ କୋଟି ଟଙ୍କା ମଂଜୁର କରାଯାଇଛି । ଏହା ଏକ ଡବ୍ଲୁଟିଓ ଅନୁକୂଳ ବ୍ୟବସ୍ଥା ଯାହା ଫଳରେ ଟିକସ/ କର/ ପ୍ରତିପୂରଣ କରାଯାଇପାରିବ ଯାହାକି ଏବେ କେନ୍ଦ୍ରୀୟ, ରାଜ୍ୟ ଓ ସ୍ଥାନୀୟ ସ୍ତରରେ ଅନ୍ୟ କୌଣସି ବ୍ୟବସ୍ଥା ମାଧ୍ୟମରେ ଫେରସ୍ତ ଦିଆଯାଉନାହିଁ ।
  • ଏହା ବୟନ ଶିଳ୍ପ କ୍ଷେତ୍ରକୁ ସହାୟତା ପରିମାଣ ବୃଦ୍ଧି । କେନ୍ଦ୍ରୀୟ/ ରାଜ୍ୟ ଟିକସକୁ ଆରଓଏସସିଟିଏଲ ଯୋଜନା ମାଧ୍ୟମରେ ଛାଡ଼ କରାଯାଇଛି ଏବଂ ଏହାକୁ ଏବେ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ।
  • ସାର୍ଟିଫିକେଟ ଅଫ୍‍ ଅରିଜିନ୍‍ ପାଇଁ କମନ ଡିଜିଟାଲ ପ୍ଲାଟଫର୍ମର ଶୁଭାରମ୍ଭ କରାଯାଇଛି ଯଦ୍ୱାରା ତାହା ବାଣିଜ୍ୟ କାରବାରକୁ ସହାୟକ ହେବ ଏବଂ ରପ୍ତାନୀକାରୀମାନଙ୍କ ଦ୍ୱାରା ଏଫଟିଏ ଉପଯୋଗକୁ ବଢ଼ାଇବ ।
  • ଏକ ବ୍ୟାପକ “କୃଷି ରପ୍ତାନି ନୀତି” ପ୍ରସ୍ତୁତ କରାଯାଇଛି ଯାହାକି କୃଷି, ଉଦ୍ୟାନକୃଷି, ପ୍ରାଣୀଧନ, ମତ୍ସ୍ୟଚାଷ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ସଂପର୍କୀତ କୃଷି ରପ୍ତାନୀକୁ ପ୍ରୋତ୍ସାହନ ଯୋଗାଇବ ତାହା ଏବେ ପ୍ରବର୍ତ୍ତନ କରାଯାଉଛି ।
  • ୧୨ଟି ଚାମ୍ପିଅନ୍‍ ସେବା କ୍ଷେତ୍ରର ନିର୍ଦ୍ଦିଷ୍ଟ କାର୍ଯ୍ୟ ଯୋଜନା ମାଧ୍ୟମରେ ସେବା ରପ୍ତାନିକୁ ପ୍ରୋତ୍ସାହନ ଯୋଗାଣ ଏବଂ ବିବିଧିକରଣ ।
  • ଜିଲ୍ଲାକୁ ଏକ ରପ୍ତାନୀ ହବ୍‍ ଭାବେ ବିବେଚନା କରିବା ସକାଶେ ଏହାର ଉତ୍ପାଦକୁ ଚିହ୍ନଟ କରାଯିବ ଏବଂ ପ୍ରତ୍ୟେକ ଜିଲ୍ଲାର ରପ୍ତାନୀ ସାମର୍ଥ୍ୟକୁ ଆକଳନ କରାଯିବ । ସେହିସବୁ ଉତ୍ପାଦ ଗୁଡ଼ିକର ରପ୍ତାନୀ ଦିଗରେ ଥିବା ସମସ୍ୟାଗୁଡ଼ିକୁ ସମାଧାନ କରାଯିବ ଏବଂ ସ୍ଥାନୀୟ ରପ୍ତାନୀକାରୀ/ ଉତ୍ପାଦକମାନଙ୍କୁ ସବୁପ୍ରକାର ସହାୟତା ଯୋଗାଯିବ ଏବଂ ଏହା ଫଳରେ ଜିଲ୍ଲାସ୍ତରରେ କର୍ମନିଯୁକ୍ତିର ସୁଯୋଗ ବୃଦ୍ଧି ପାଇବ ।
  • ବିଦେଶରେ ଥିବା ଭାରତୀୟ ମିଶନମାନେ ଭାରତର ବାଣିଜ୍ୟ, ପର୍ଯ୍ୟଟନ, ପ୍ରଯୁକ୍ତି ଏବଂ ନିବେଶ ଲକ୍ଷ୍ୟ ହାସଲ ଏବଂ ଏହାର ବୃଦ୍ଧି ନିମନ୍ତେ ସକ୍ରିୟ ଭୂମିକା ନିର୍ବାହ କରିବେ ।
  • କୋଭିଡ଼ ମହାମାରୀ ପରିପ୍ରେକ୍ଷୀରେ ଘରୋଇ ଶିଳ୍ପମାନଙ୍କୁ ସହାୟତା ଯୋଗାଣ ନିମନ୍ତେ ବିଭିନ୍ନ ବ୍ୟାଙ୍କିଙ୍ଗ୍‍ ଏବଂ ଆର୍ଥିକ କ୍ଷେତ୍ରର ରିହାତି ବ୍ୟବସ୍ଥା ବିଶେଷ କରି ଏମଏସଏମଇ ନିମନ୍ତେ ଘୋଷଣା କରାଯାଇଥିବା ପ୍ୟାକେଜ୍‍ ରପ୍ତାନୀ କ୍ଷେତ୍ରର ଏକ ପ୍ରମୁଖ ଅଂଶ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.