ETV Bharat / bharat

Operation Lotus in Panjab ! ପ୍ରତି ବିଧାୟକଙ୍କୁ 25 କୋଟିର ପ୍ରଲୋଭନ ମିଳିଥିବା ମନ୍ତ୍ରୀଙ୍କ ଅଭିଯୋଗ

author img

By

Published : Sep 13, 2022, 9:34 PM IST

Updated : Sep 15, 2022, 6:15 AM IST

ପଞ୍ଜାବ ମନ୍ତ୍ରୀ ଆଣିଲେ ଅପରେସନ ଲୋଟସ ଅଭିଯୋଗ । କହିଲେ ପ୍ରତି ବିଧାୟକଙ୍କୁ ଯଚା ଯାଉଛି 25 କୋଟି ଟଙ୍କା । ଦିଲ୍ଲୀରେ ବିଫଳ ହେବା ପରେ ବିଜେପି ନଜରରେ ପଞ୍ଜାବ (Operation Lotus in panjab)। ଅଧିକ ପଢନ୍ତୁ

ପଞ୍ଜାବରେ ମଧ୍ୟ ଅପରେସନ ଲୋଟସ ! ପ୍ରତି ବିଧାୟକଙ୍କୁ 25 ଟଙ୍କାର ପ୍ରଲୋଭନ ମିଲିଥିବା ମନ୍ତ୍ରୀଙ୍କ ଅଭିଯୋଗ

ଚଣ୍ଡିଗଡ: ଦିଲ୍ଲୀ ପରେ ପଞ୍ଜାବରେ ମଧ୍ୟ ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା ଆମ ଆଦମୀ ପାର୍ଟି ସରକାର । ପଞ୍ଜାବରେ ମଧ୍ୟ ସରକାର ଭାଙ୍ଗିବା ପାଇଁ ବିଜେପି ଆରମ୍ଭ କରିଛି ‘ଅପରେସନ ଲୋଟସ’ (Operation Lotus in panjab)। AAPର ପ୍ରତି ବିଧାୟକଙ୍କୁ ଦଳ ଛାଡି ବିଜେପିରେ ସାମିଲ ହେବା ପାଇଁ ମିଳୁଛି 25 କୋଟି ଟଙ୍କାର ପ୍ରଲୋଭନ । ଏପରି ଅଭିଯୋଗ ଆଣିଛନ୍ତି ଭଗଓ୍ବାନ୍ତ ମାନଙ୍କ ନେତୃତ୍ବାଧୀନ AAP ସରକାରର ମନ୍ତ୍ରୀ ହରପାଲ ଚିମ୍ମା ।

ମନ୍ତ୍ରୀ ଚିମ୍ମା (Harpal Cheema)କହିଛନ୍ତି, ଦିଲ୍ଲୀରେ ବିଜେପି ତାର ଷଡଯନ୍ତ୍ରରେ ସଫଳ ହୋଇପାରିଲାନାହିଁ । ଏବେ ପଞ୍ଜାବରେ ଏପରି କରି ସରକାର ଭାଙ୍ଗିବାକୁ ପ୍ରୟାସ କରୁଛି । ପ୍ରତ୍ୟେକ ବିଧାୟକଙ୍କୁ ବିଜେପି 25 କୋଟିର ପ୍ରଲୋଭନ ଦେଖାଉଛି । ଦଳର ଜଣେ ବିଧାୟକଙ୍କ ନିକଟକୁ ବିଜେପି କ୍ୟାମ୍ପରୁ ଏପରି କଲ ଆସିଥିବା ମଧ୍ୟ ସେ ଦାବି କରିଛନ୍ତି । ପୂର୍ବରୁ ମଧ୍ୟ ଦଳ ବିଜେପି ବିରୋଧରେ ସାମାନ ଅଭିଯୋଗ କରିସାରିଛି (Operation Lotus in panjab)।

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆପ ସରକାରକୁ ଭାଙ୍ଗିବା ପାଇଁ ବିଜେପି ଅପରେସନ ଲୋଟସ ଆରମ୍ଭ କରିଥିବା ଅଭିଯୋଗ କରିଥିଲେ । ଏପରିକି ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ବିଜେପିରେ ସାମିଲ ହେବାକୁ ଅଫର ମଧ୍ୟ ମିଳିଥିବା ଅଭିଯୋଗ ହୋଇଥିଲା । ଏପରି କଲେ ତାଙ୍କ ବିରୋଧରେ ଥିବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ତଦନ୍ତ ବନ୍ଦ କରାଯିବା ନେଇ ବିଜେପି ଶିବିରରୁ ଅଫର ଆସିଥିବା ସିସୋଦିଆ କହିଥିଲେ । କେଜ୍ରିଓ୍ବାଲ ମଧ୍ୟ ଦଳୀୟ ବିଧାୟକଙ୍କୁ କିଣିବା ପାଇଁ ବିଜେପି ବିଧାୟକ ପିଚ୍ଛା 20 କୋଟି ଟଙ୍କା ଯାଚିଥିବା ଅଭିଯୋଗ କରିଥିଲେ ।

ତେବେ ବିଜେପି ପକ୍ଷରୁ ଏପରି ଅଭିଯୋଗକୁ ଅମୂଳକ ଓ ଭିତ୍ତିହୀନ ବୋଲି ଦର୍ଶାଯିବା ସହ କେଜ୍ରିଓ୍ବାଲଙ୍କୁ କଟାକ୍ଷ ମଧ୍ୟ କରାଯାଇଥିଲା । ଦିଲ୍ଲୀ ପରେ ଏବେ ପଞ୍ଜାବରେ ସମାନ ଅଭିଯୋଗ କରିଛି ଦଳ । ଆପ ବର୍ତ୍ତମାନ ଦିଲ୍ଲୀ ଓ ପଞ୍ଜାବରେ ଶାସନରେ ରହିଛି । ପୂର୍ବରୁ ମଧ୍ୟ ଅନ୍ୟ କିଛି ରାଜ୍ୟରେ ବିଜେପି ଟଙ୍କା ଓ ସରକାରୀ କଳ ଲଗାଇ ବିଧାୟକଙ୍କୁ ଘୋଡା ବେପାର କରି ସରକାର ଭାଙ୍ଗିବାର ଅଭିଯୋଗ ମଧ୍ୟ ହୋଇଆସିଛି । ଅନ୍ୟପଟେ କିଛି ମାସ ହେବ ବିଜେପି ଓ ଆପ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଗୋଟିଏ ପଟେ ଆପ ସରକାର ଏକାଧିକ ଦୁର୍ନୀତି ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତର ସାମ୍ନା କରିବାରେ ଲାଗିଥିବା ବେଳେ ଗୁଜୁରାଟ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ଟକ୍କର ଦେବାକୁ ଅଣ୍ଟା ଭିଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 15, 2022, 6:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.