ETV Bharat / bharat

ଦୁର୍ବୃତ୍ତଙ୍କ ଦାଦାଗିରି, ନାଚିବାକୁ ମନା କରିବାରୁ ନାବାଳିକାଙ୍କ ଦେହରେ ଲଗାଇଲେ ନିଆଁ

author img

By

Published : Jan 19, 2023, 10:34 PM IST

ବିବାହରେ ଜୋର ଜବରଦସ୍ତ ନାଚିବା ଲାଗି କରୁଥିଲେ ଉଦ୍ୟମ । ଏ ନେଇ ପୀଡ଼ିତା ବାରଣ କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Etv Bharat
Etv Bharat

ପାଟନା: ବିହାର ବୈଶାଳୀ ରାଜାପାକର ଥାନା ଅଞ୍ଚଳରେ ଦୁର୍ବୃତ୍ତଙ୍କ ଦାଦାଗିରି । ବିବାହ ଉତ୍ସବରେ ଝିଅମାନଙ୍କ ମେଳରେ ଦୁର୍ବୃତ୍ତଙ୍କ ନାଚିବା ଲାଗି ଉଦ୍ୟମ କରିଥିଲେ । ଏନେଇ ନାବାଳିକା ମନା କରିଦେବା ପରେ ତାଙ୍କ ଦେହରେ ଦୁର୍ବୃତ୍ତମାନେ ନିଆଁ ଲଗାଇଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ପରିବାର ଦୁର୍ବୃତ୍ତମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି କରିଛି । ସେପଟେ ପୋଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରି ଅଭିଯୁକ୍ତଙ୍କୁ ଧରିବା ଲାଗି ଉଦ୍ୟମ ଜାରି ରଖିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ଗାଁରେ ଜଣେ ଯୁବକଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିବାହ ପୂର୍ବରୁ ଗାଁ ପୂଜା ସମୟରେ ଝିଅମାନେ ନାଚୁଥିଲେ । କିଛି ପୁଅ ଜୋର ଜବରଦସ୍ତ ପ୍ରବେଶ କରି ନାଚିବାକୁ ଉଦ୍ୟମ କରିଥିଲେ । ଏହାର ପ୍ରତିବାଦରେ ଝିଅମାନେ ଦୁର୍ବୃତ୍ତମାନଙ୍କୁ ବାରଣ କରିଥିଲେ । ନାଚୁଥିବା ଝିଅମାନଙ୍କ ମଧ୍ୟରୁ ଷଷ୍ଠ ଶ୍ରେଣୀର ଝିଅ ମଧ୍ୟ ସାମିଲ ଥିଲେ । ସେହି ସମୟରେ ଦୁର୍ବୃତ୍ତମାନେ କିଛି କହିନଥିଲେ । ମାତ୍ର ପରଦିନ ଯୁବତୀ ଜଣକ ଶୌଚ ପାଇଁ ବାହାରକୁ ଯିବା ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ପ୍ରଥମେ ଧମକଚମକ ଦେଇଥିଲେ । ଏହାପରେ ତା ଶରୀରରେ ନିଆଁ ଲଗାଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ- ପୁଣି ବିହାରରେ ଆଶ୍ଚର୍ଯ୍ୟଜନକ ଚୋରି, ନେଇଗଲେ ମୋବାଇଲ ଟାଓ୍ବର

ଏ ନେଇ ପୀଡ଼ିତା ଜଣକ କହିଛନ୍ତି, "ଯେତେବେଳେ ଆମେ ଶୋଭାଯାତ୍ରା ପରେ ଭୋଜି ଖାଇ ଫେରୁଥିଲୁ, ସେମାନେ କହିଥିଲେ ଯେ ସେମାନେ ମୋତେ ଯିବାକୁ ଦେବେ ନାହିଁ । ମୁଁ ଚିତ୍କାର କରିଥିଲି । ଏହାପରେ ସେମାନେ ମୋତେ ଛାଡ଼ିଦେଇଥିଲେ । ଯେତେବେଳେ ମୁଁ ସକାଳୁ ଉଠିବା ପରେ ଶୌଚ ପାଇଁ ଯାଇଥିଲେ, ସେମାନେ ପଛରୁ ଆସି ମୋ ମୁହଁକୁ ବନ୍ଦ କରି କିଛି ଦୂର ନେଇଯାଇଥିଲେ । ଏହାପରେ ମୋ ଦେହରେ ନିଆଁ ଲଗାଇବାକୁ ଧମକ ଦେଇଥିଲେ । ମୋ ଉପରେ ପେଟ୍ରୋଲ ଢାଳି ପଳାଇ ଯାଇଥିଲେ।"

ଏହାପରେ ପୀଡ଼ିତା ଚିତ୍କାର କରିବା ପରେ ଆଖପାଖ ଲୋକ ଆସି ତାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ହାଜିପୁର ସଦର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏବେ ସେଠାରେ ପୀଡ଼ିତାଙ୍କ ଚିକିତ୍ସା ଜାରି ରହିଛି । ପୋଲିସ ଉକ୍ତ ଯୁବତୀଙ୍କ ବୟାନ ରେକର୍ଡ କରି ଏବେ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପୀଡ଼ିତାଙ୍କ ପରିବାର ସମେତ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.