ETV Bharat / bharat

ଶକ୍ତି ସଂକଟ ମଧ୍ୟରେ ଆସିଲା ବଡ ଖବର, ଏପ୍ରିଲରେ ହୋଇଛି ରେକର୍ଡ କୋଇଲା ଉତ୍ପାଦନ - କୋଇଲା ମନ୍ତ୍ରଣାଳୟ କୋଇଲା ଉତ୍ପାଦନ ଓ ଯୋଗାଣ ତଥ୍ୟ ଜାରି

ଅଣଚୂଡାନ୍ତ କୋଇଲା ଉତ୍ପାଦନ ଓ ଯୋଗାଣ ନେଇ ତଥ୍ୟ ପ୍ରଦାନ କଲା କୋଇଲା ମନ୍ତ୍ରଣାଳୟ । ତେବେ ୨୦୨୨ ଏପ୍ରିଲରେ ଦେଶରେ ମୋଟ ୬୬୧.୫୪ ଲକ୍ଷ ଟନ୍‌ କୋଇଲା ଉତ୍ପାଦନ ହୋଇଥିବା ବେଳେ ବିଭିନ୍ନ କ୍ଷେତ୍ରକୁ ମୋଟ ୭୦୮.୬୮ ଲକ୍ଷ ଟନ୍ ପରିମାଣର କୋଇଲା ଯୋଗାଣ ହୋଇଛି । ଅଧିକ ପଢନ୍ତୁ

କୋଇଲା ଉତ୍ପାଦନ ଓ ଯୋଗାଣ
କୋଇଲା ଉତ୍ପାଦନ ଓ ଯୋଗାଣ
author img

By

Published : May 3, 2022, 9:12 PM IST

ନୂଆଦିଲ୍ଲୀ: ଅଣଚୂଡାନ୍ତ କୋଇଲା ଉତ୍ପାଦନ ଓ ଯୋଗାଣ ନେଇ ତଥ୍ୟ ପ୍ରଦାନ କଲା କୋଇଲା ମନ୍ତ୍ରଣାଳୟ । ତେବେ ୨୦୨୨ ଏପ୍ରିଲରେ ଦେଶରେ ମୋଟ ୬୬୧.୫୪ ଲକ୍ଷ ଟନ୍‌ କୋଇଲା ଉତ୍ପାଦନ ହୋଇଥିବା ବେଳେ ବିଭିନ୍ନ କ୍ଷେତ୍ରକୁ ମୋଟ ୭୦୮.୬୮ ଲକ୍ଷ ଟନ୍ ପରିମାଣର କୋଇଲା ଯୋଗାଣ ହୋଇଛି । ଏଥିସହ ଶକ୍ତି କ୍ଷେତ୍ରକୁ ୬୧୭.୨ ଲକ୍ଷ ଟନ୍‌ର କୋଇଲା ଯୋଗାଣ ହୋଇଛି ।

କୋଲ ଇଣ୍ଡିଆ ଲିମିଟେଡ(ସିଆଇଏଲ୍‌) ଏବଂ ତାହାର ସହଯୋଗୀ ସଂସ୍ଥାଗୁଡିକ ଏହି ମାସରେ ୫୩୪.୭ ଲକ୍ଷ ଟନ୍‌ କୋଇଲା ଉତ୍ପାଦନ କରିଥିବା ବେଳେ ସିଙ୍ଗରେନି କୋଲେରିଜ କମ୍ପାନୀ ଲିମିଟେଡ(ଏସ୍‌ସିସିଏଲ) ଦ୍ବାରା ୫୩.୨୩ ଲକ୍ଷ ଟନ୍‌ କୋଇଲା ଉତ୍ପାଦିତ ହୋଇଛି । ଏହା ବ୍ୟତୀତ ନିଜସ୍ବ କୋଇଲା ଖଣିରୁ ଏହି ମାସରେ ଉତ୍ପାଦିତ ହୋଇଥିବା କୋଇଲାର ପରିମାଣ ୭୩.୬୧ ଲକ୍ଷ ଟନ୍‌ ।

ସେପଟେ କୋଇଲା ମନ୍ତ୍ରଣାଳୟର ଅଣଚୂଡାନ୍ତ ତଥ୍ୟ ଅନୁସାରେ, ଏପ୍ରିଲ ମାସରେ ଦେଶରେ ମୋଟ କୋଇଲା ଯୋଗାଣ ଚାହିଦା ଥିଲା ୭୦୮.୬୮ ଲକ୍ଷ ଟନ୍ । ଏହି ମାସରେ କେବଳ ଶକ୍ତି କ୍ଷେତ୍ରର ୬୧୭.୨ ଲକ୍ଷ ଟନ୍‌ କୋଇଲା ଆବଶ୍ୟକତା ଥିଲା ବୋଲି କହିଛି ମନ୍ତ୍ରଣାଳୟ । ଏଥିମଧ୍ୟରୁ କୋଲ ଇଣ୍ଡିଆ ଶକ୍ତି କ୍ଷେତ୍ରକୁ ଏକାକି ୪୯୭.୩୯ ଲକ୍ଷ ଟନ୍‌ କୋଇଲା ଯୋଗାଇଛି ।

ସେହିପରି ଚଳିତ ବର୍ଷ ଏପ୍ରିଲ ମାସରେ କୋଇଲା ଉତ୍ପାଦନରେ କୋଲ ଇଣ୍ଡିଆ ସର୍ବାଧିକ କୋଇଲା ଉତ୍ପାଦନ କରିଛି । ଏଥିସହ ଏପ୍ରିଲ ମାସରେ କୋଲ ଇଣ୍ଡିଆ ୫୩୪.୭ ଲକ୍ଷ ଟନ କୋଇଲା ଉତ୍ପାଦନ କରି ୬.୦୨ ଶତାଂଶ ଅଭିବୃଦ୍ଧି ହାସଲ କରିଥିଲା ।ଏହା ପୂର୍ବରୁ ସିଆଇଏଲ ୨୦୧୯ ସର୍ବାଧିକ ୪୫୦.୨୯ ଲକ୍ଷ ଟନ୍‌ କୋଲଲା ଉତ୍ପାଦିତ କରିଥିଲା ।

ସେହିଭଳି କୋଇଲାର ସର୍ବାଧିକ ଯୋଗାଣ ସେହି ବର୍ଷ ଏପ୍ରିଲରେ ଥିଲା ୫୭୦.୫୫ ଲକ୍ଷ ଟନ୍‌ । ଏହା ପରେ ୨୦୨୧ ଏପ୍ରିଲରେ କୋଇଲାର ସର୍ବୋଚ୍ଚ ଯୋଗାଣ ୫୪୦.୧୨ ଲକ୍ଷ ଟନ୍‌ ହୋଇଥିଲା । ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ କୋଇଲା ଉତ୍ପାଦନ ଥିଲା ୭୭୭୦.୨୩ ଲକ୍ଷ ଟନ(ତଥ୍ୟ ଅଣଚୂଡାନ୍ତ) । ୨୦୨୦-୨୧ ବର୍ଷରେ ଦେଶରେ ମୋଟ ୭୧୬୦ ଲକ୍ଷ ଟନ୍‌ କୋଇଲା ଉତ୍ପାଦିତ ହୋଇଥିଲା । ଏଣୁ ବର୍ଷକ ମଧ୍ୟରେ କୋଇଲା ଉତ୍ପାଦନରେ ୮.୫୫ ଶତାଂଶ ଅଭିବୃଦ୍ଧି ଘଟିଥିଲା ।

ଏତଦ୍‌ବ୍ୟତିତ୍‌ କୋଲ ଇଣ୍ଡିଆ (ସିଆଇଏଲ୍‌)ର ଉତ୍ପାଦନ ୨୦୨୦-୨୧ରେ ୫୯୬୦-୨୪ ଲକ୍ଷ ଟନ୍‌ ଥିବାବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ଏହା ୬୨୨୦.୬୪ ଲକ୍ଷ ଟନ୍‌ରେ ପହଞ୍ଚି ୪.୪୩ ଶତାଂଶ ବଢିଛି । ସିଙ୍ଗରେନି କୋଇଲା କମ୍ପାନୀ ୨୦୨୧-୨୨ରେ ପୂର୍ବ ବର୍ଷ ତୁଳନାରେ ୨୮.୫ ଶତାଂଶ ଅଧିକ କୋଇଲା ଉତ୍ପାଦନ କରିଥିଲା । ସେହିବର୍ଷ ଏହି କମ୍ପାନୀ ଦ୍ବାରା ଉତ୍ପାଦିତ କୋଇଲାର ପରିମାଣ ଥିଲା ୬୫୦.୦୨ ଲକ୍ଷ ଟନ୍‌ ।

ଅନ୍ଯପଟେ ପୂର୍ବ ବର୍ଷ ଅର୍ଥାତ୍ ୨୦୨୦-୨୧ରେ ଏହି କମ୍ପାନୀ ମୋଟ ୫୦୦.୫୮ ଲକ୍ଷ ଟନ୍‌ କୋଇଲା ଉତ୍ପାଦନ କରିଥିଲା ।ସେହିଭଳି ନିଜସ୍ବ ଖଣିଗୁଡିକରୁ କୋଇଲା ଉତ୍ପାଦନ ୨୦୨୦-୨୧ରେ ୬୯୦.୧୮ ଲକ୍ଷ ଟନ୍ ଥିବାବେଳେ ୨୦୨୧-୨୨ରେ ଏହା ୮୯୪.୫୭ ଲକ୍ଷ ଟନରେ ପହଞ୍ଚିଛି । ୨୦୨୧-୨୨ ବର୍ଷରେ ମୋଟ କୋଇଲା ଯୋଗାଣ ପରିମାଣ ଥିଲା ୮୧୮୦.୦୪ ଲକ୍ଷ ଟନ୍‌ ।

ଅପରପକ୍ଷରେ ୨୦୨୦-୨୧ ବର୍ଷରେ ମୋଟ ୬୯୦୦.୭୧ ଲକ୍ଷ ଟନ୍‌ କୋଇଲା ବିଭିନ୍ନ ବ୍ୟବହାରକାରୀଙ୍କୁ ଯୋଗାଇ ଦିଆଯାଇଥିଲା । ବର୍ଷକରେ କୋଇଲା ଯୋଗାଣ କ୍ଷେତ୍ରରେ ୧୮.୪୩ ଶତାଂଶ ଅଭିବୃଦ୍ଧି ହାସଲ କରାଯାଇଛି । ଏହି ସମୟ ମଧ୍ୟରେ କୋଲ ଇଣ୍ଡିଆ ଲିମିଟେଡ ୬୬୧୦.୮୫ ଲକ୍ଷ ଟନ୍‌ କୋଇଲା ଯୋଗାଇ ଦେଇଥିଲା । ପୂର୍ବ ବର୍ଷ ଅର୍ଥାତ୍ ୨୦୨୦-୨୧ରେ କୋଲ ଇଣ୍ଡିଆର ମୋଟ କୋଇଲା ଯୋଗାଣ ପରିମାଣ ଥିଲା ୫୭୩୦. ୮୦ ଲକ୍ଷ ଟନ୍ ।

@PIB

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.