ETV Bharat / bharat

ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ: ଆଜି ଟିକା ନେଲେ ରାଜ୍ୟପାଳଙ୍କ ଠୁ ମୁଖ୍ୟମନ୍ତ୍ରୀ

author img

By

Published : Mar 5, 2021, 4:39 PM IST

ଦେଶରେ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ପ୍ରକ୍ରିୟା । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ନେଲେ ଟିକା । ଅଧିକ ପଢନ୍ତୁ...

Minister Prakash Javadekar  and Rajasthan CM gets first dose of COVID-19 vaccine
ଟୀକାକରଣ ପ୍ରକ୍ରିୟା ବହୁତ ସହଜ ଓ ସୁରକ୍ଷିତ :କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର

ନୂଆଦିଲ୍ଲୀ : ଦେଶରେ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ପ୍ରକ୍ରିୟା । ମାର୍ଚ୍ଚ 1 ଠାରୁ ବୟସ୍କଙ୍କୁ ଦିଆଯାଉଛି କୋରୋନା ଟିକା । ମହାମାରୀ ମୁହଁରୁ ରକ୍ଷା ପାଇବା ପାଇଁ ଟିକା ନେଉଛନ୍ତି ଲୋକେ । ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ଟିକା ନେଇଛନ୍ତି । ମହାରାଷ୍ଟ୍ରର ଦିନାନାଥ ମାଙ୍ଗେସ୍କର ହସ୍ପିଟାଲରେ କୋଭିଡ ଡୋଜର ପ୍ରଥମ ଟିକା ନେଇଛନ୍ତି । ଟିକା ନେବା ପରେ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ଟୀକାକରଣ ପ୍ରକ୍ରିୟା ବହୁତ ସହଜ ଓ ସୁରକ୍ଷିତ । ସମସ୍ତଙ୍କୁ ଟିକା ନେବାକୁ ଆହ୍ବାନ କରିଛନ୍ତି ।

ସେପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଜୟପୁରରେ କୋଭିଡ ଟିକାର ପ୍ରଥମ ଡୋଜ ନେଇଛନ୍ତି । ପ୍ରତ୍ୟକ ଦିନ ରାଜସ୍ଥାନରେ 2 ଲକ୍ଷ ଲୋକେ ଟିକା ନେଉଛନ୍ତି । ଅନ୍ୟପଟେ, ଉତ୍ତରାଖଣ୍ତ ରାଜ୍ୟପାଳ ବେବିରାନୀ ମୋର୍ଯ୍ୟ ମଧ୍ୟ ଡେରାଡୁନର ଡୁନ ହସପିଟାଲରେ କୋରୋନା ଟିକା ନେଇଛନ୍ତି । ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶୟାରି ମଧ୍ୟ ମୁମ୍ବାଇର ସରକାରୀ ହସପିଟାଲରେ କୋରୋନା ଟିକା ନେଇଛନ୍ତି ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.