ETV Bharat / bharat

Meghalaya Election Result 2023: ମେଘାଳୟରେ ଝୁଲା ସରକାର ! NPPର ପଲ୍ଲା ଭାରି

author img

By

Published : Mar 2, 2023, 1:39 PM IST

Updated : Mar 2, 2023, 1:48 PM IST

ସର୍ବବୃହତ ଦଳ ଭାବେ ଉଭା ହୋଇଥିବା ଏନପିପି କାହାକୁ ନେଇ ସରକାର ଗଠନ କରିବା ତାହା ବଡ ପ୍ରଶ୍ନ ? କାରଣ ଗତ ସରକାରରେ ଏନପିପି ମୁଖ୍ୟ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ବିଜେପି ସହ ମେଣ୍ଟ କରି ସରକାର ଗଠନ କରିଥିଲେ । ହେଲେ ଚଳିତ ବିଧାନସଭା ନିର୍ବାଚନ ପୂର୍ବରୁ ମେଣ୍ଟ ଭାଙ୍ଗିଯାଇଥିଲା । ଉଭୟ ଦଳ ଏକାକି ନିର୍ବାଚନ ଲଢୁଛନ୍ତି । ଅଧିକ ପଢନ୍ତୁ

Meghalaya Election Result 2023: ମେଘାଳୟରେ ଝୁଲା ସରକାର!

ଶିଲଂ: ସତ ହୋଇପାରେ ଏକଜିଟ ପୋଲ ଆକଳନ । ନର୍ଥ ଇଷ୍ଟର ଏକ ପ୍ରମୁଖ ରାଜ୍ୟରେ ହୋଇପାରେ ଝୁଲା ସରକାର । ଅର୍ଥାତ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନପାରେ । କାରଣ ସକାଳ ୮ ରୁ ଆରମ୍ଭ ହୋଇଥିବା ବିଧାନସଭା ଭୋଟ ଗଣତିରେ ବର୍ତ୍ତମାନ ଆସିଥିବା ଫଳାଫଳ କହୁଛି ମେଘାଳୟରେ ହୋଇପାରେ ଝୁଲା ସରକାର ।

୬୦ ଆସନ ବିଶିଷ୍ଟ ମେଘାଳାୟ ବିଧାନସଭା ନିର୍ବାଚନ ଭୋଟ ଗଣତି ଅନୁସାରେ ବର୍ତ୍ତମାନ ସୁଦ୍ଧା ୨୫ଟି ଆସନରେ ଏନପିପି (ନ୍ୟାସନାଲ ପିପୁଲ୍ସ ପାର୍ଟି) ଆଗୁଆ ରହିଛି । ୬ଟି ଆସନରେ ଭାରତୀୟ ଜନତା ପାର୍ଟି (ବିଜେପି), ୫ଟି ଆସନରେ କଂଗ୍ରେସ, ୫ଟି ଆସନରେ ଟିଏମସି ଆଗରେ ଚାଲିଛନ୍ତି । ଅନ୍ୟ ଛୋଟ ଦଳ ଓ ସ୍ବାଧୀନ ପ୍ରାର୍ଥୀ ଅବଶିଷ୍ଟ ଆସନରେ ଆଗୁଆ ରହିଛନ୍ତି । ମେଘାଳୟ ଶାସନ କ୍ଷମତା ଦଖଲ ପାଇଁ ୩୧ଟି ଆସନ ଆବଶ୍ୟକ ଥିବା ବେଳେ କୌଣସି ଦଳ ଏହି ସଂଖ୍ୟାର ନିକଟବର୍ତ୍ତୀ ହୋଇପାରିନାହାଁନ୍ତି ।

ଏହାବି ପଢନ୍ତୁ- Tripura Election 2023: ପ୍ରତିମୁହୂର୍ତ୍ତରେ ବଦଳୁଛି ତ୍ରିପୁରା ଗଣତି, TMP ହେବ କି କିଙ୍ଗମେକର ?

ଏପରି ସ୍ଥଳେ ସର୍ବବୃହତ ଦଳ ଭାବେ ଉଭା ହୋଇଥିବା ଏନପିପି କାହାକୁ ନେଇ ସରକାର ଗଠନ କରିବା ତାହା ବଡ ପ୍ରଶ୍ନ ? କାରଣ ଗତ ସରକାରରେ ଏନପିପି ମୁଖ୍ୟ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ବିଜେପି ସହ ମେଣ୍ଟ କରି ସରକାର ଗଠନ କରିଥିଲେ । ହେଲେ ଚଳିତ ବିଧାନସଭା ନିର୍ବାଚନ ପୂର୍ବରୁ ମେଣ୍ଟ ଭାଙ୍ଗିଯାଇଥିଲା । ଉଭୟ ଦଳ ଏକାକି ନିର୍ବାଚନ ଲଢୁଛନ୍ତି । ଏବେ ସାଙ୍ଗାମାଙ୍କ ପାଖରେ ୩ ଟି ଦଳ ବିକଳ୍ପ ଭାବେ ଅଛନ୍ତି । ବିଜେପି କଂଗ୍ରେସ ଓ ଟିଏମସି । ଯଦି ବର୍ତ୍ତମାନର ଟ୍ରେଣ୍ଡ ଶେଷ ପର୍ଯ୍ୟନ୍ତ ଜାରି ରୁହେ, ଏହି ୩ ଦଳ ସରକାରରେ ସାମିଲ ହେବା ପାଇଁ ସାଙ୍ଗମାଙ୍କୁ ଅଫର ଦେଇପାରନ୍ତି । ବିଜେପି ଚାହିଁବ ସାଙ୍ଗମା ପୁରୁଣା ମେଣ୍ଟକୁ ଫେରନ୍ତୁ ।

ଏହାବି ପଢନ୍ତୁ- Nagaland Election Result 2023: ଦମଦାର ପ୍ରଦର୍ଶନ ସହ କ୍ଷମତା ବଜାୟ ରଖିବ ଏନଡିପିପି ମେଣ୍ଟ !

ଚଳିତ ୨୦୨୩ ମେଘାଳୟ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟର ୧୨ଟି ଜିଲ୍ଲାରେ ମୋଟ ୩ ହଜାର ୪୧୯ ବୁଥ ହୋଇଥିଲା । ଯେଉଁଥିରେ ୬୪୦ ବୁଥ ଅସୁରକ୍ଷିତ, ୩୨୩ ବୁଥ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ ହୋଇଥିଲା । ୬୦ ଆସନ ପାଇଁ ଚଳିତ ନିର୍ବାଚନରେ ମୋଟ ୩୭୫ ପ୍ରାର୍ଥୀ ମୈଦାନରେ ଥିଲେ । ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୯ ପ୍ରାର୍ଥୀ ପୁରୁଷ ଥିବା ବେଳେ ୩୬ ଜଣ ମହିଳା ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଛନ୍ତି । ବିଜେପି ଓ କଂଗ୍ରେସ ସମସ୍ତ ୬୦ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଏନପିପି ୫୭ଟି ଆସନରେ ପ୍ରାର୍ଥୀ ଦେଇଥିଲା ।

ଏହାବି ପଢନ୍ତୁ- Adani vs Hindenburg: ଏକ୍ସପର୍ଟ କମିଟି ଗଠନ କଲେ ସୁପ୍ରିମକୋର୍ଟ, ଦୁଇ ମାସ ଭିତରେ ରିପୋର୍ଟ ଦେବାକୁ ସେବିକୁ ନିର୍ଦ୍ଦେଶ

ଗତ ୨୦୧୮ ବିଧାନସଭା ନିର୍ବାଚନରେ ମଧ୍ୟ କୌଣସି ଦଳକୁ ବହୁମତ ମିଳିନଥିଲା । କଂଗ୍ରେସ ସର୍ବବୃହତ ଦଳ ଭାବେ ୨୧ ଟି ଆସନ ଜିତିଥିଲା । ଏନପିପି ୧୯ଟି, ବିଜେପି ଓ ଏଚଏସପିଡିପି ଦୁଇଟି ଲେଖାଏଁ ଆସନ, ୟୁଡିପିକୁ ୬ଟି ଓ ପିଡିଏଫକୁ ୪ଟି ଆସନ ମିଳିଥିଲା । କଂଗ୍ରେସ ସର୍ବବୃହତ ଦଳ ହୋଇଥିଲେ ସୁଦ୍ଧା ସରକାର ଗଠନ କରିପାରିନଥିଲା । ଏନପିପି ବିଜେପି ସମେତ ସମସ୍ତ ଛୋଟ ଦଳକୁ ନେଇ ସରକାର ଗଠନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 2, 2023, 1:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.