ETV Bharat / bharat

Meet World's Tallest Woman: ହାତରେ ୫ଟି ବିଶ୍ବ ରେକର୍ଡ, ତଥାପି ଜୀବନ ସହ କରୁଛନ୍ତି ସଂଘର୍ଷ - ସଂଘର୍ଷପୂର୍ଣ୍ଣ କାହାଣୀ

ବିଶ୍ବର ଉଚ୍ଚତମ ମହିଳା । ହେଲେ ଜୀବନ ସହ ପ୍ରତି ମୁହୂର୍ତ୍ତରେ କରୁଛନ୍ତି ସଂଘର୍ଷ । ବିରଳ ରୋଗରେ ପୀଡ଼ିତ ହୋଇ ଯନ୍ତ୍ରଣା ଭୋଗୁଥିଲେ ମଧ୍ୟ ହାର ମାନିନାହାନ୍ତି । ବରଂ ପାଠପଢା ଶେଷ କରି ଭଲ ଚାକିରିଟିଏ କରିଛନ୍ତି । ପଢନ୍ତୁ ହାତରେ ୫ଟି ବିଶ୍ବ ରେକର୍ଡ ଥିବା ବିଶ୍ବର ସବୁଠୁ ଉଚ୍ଚତମ ମହିଳାଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ ।

Etv Bharat
Etv Bharat
author img

By

Published : Apr 16, 2023, 10:40 PM IST

ହାଇଦ୍ରାବାଦ: ତୁର୍କୀର ରୁମେୟସା ଗେଲଗି ହେଉଛନ୍ତି ବିଶ୍ବର ସବୁଠୁ ଉଚ୍ଚତମ ମହିଳା । ନିଜ ଉଚ୍ଚତା ଲାଗି ସେ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡ ମଧ୍ୟ ହାତେଇଛନ୍ତି । ତାଙ୍କ ଉଚ୍ଚତା ୭ ଫୁଟ ୭ ଇଞ୍ଚ ହୋଇଥିବା ବେଳେ ବୟସ ହେଉଛି ୨୬ବର୍ଷ । ଗିନିଜ ରେକର୍ଡ ସହିତ ସେ ଅନ୍ୟ ୫ଟି ବିଶ୍ବ ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି । ସବୁରି ପରେ ସେ ଏକ ବିରଳ ରୋଗରେ ପୀଡ଼ିତ ଥିବା ବେଳେ ଜୀବନ ସହ ସଂଘର୍ଷ କରୁଛନ୍ତି । ତଥାପି ହାର ମାନିନାହାନ୍ତି ସେ । ନିଜ ପାଠପଢା ଶେଷ କରି ଏକ ଭଲ ଚାକିରି ମଧ୍ୟ କରିଛନ୍ତି । ତାଙ୍କ ଜୀବନ କାହାଣୀ ଅନେକଙ୍କୁ ପ୍ରେରିତ କରିଛି ।

ରୁମେୟସା ତୁର୍କୀର ସଫରାନବୋଲୁ ଜିଲ୍ଲାରେ ଜନ୍ମଗ୍ରହଣ କରିଛନ୍ତି । ସେ ୪ବର୍ଷ ବୟସରୁ ୱେଭର୍ସ ସିଣ୍ଡ୍ରୋମ ରୋଗରେ ପୀଡ଼ିତ ଅଛନ୍ତି । ଏହା ଏକ ବଂଶଗତ ରୋଗ । ଏହି ରୋଗ ଯୋଗୁଁ ତାଙ୍କ ଶରୀରର ହାଡ଼ରେ ଆବଶ୍ୟକଠାରୁ ଅଧିକ ବିକାଶ ହେଉଛି । ଏଥିଲାଗି ତାଙ୍କ ଉଚ୍ଚତା ମଧ୍ୟ ବୃଦ୍ଧି ପାଇଛି । ଯେତେବେଳେ ସେ ୬ବର୍ଷର ହୋଇଥିଲେ ସେତେବେଳେ ତାଙ୍କର ଉଚ୍ଚତା ଥିଲା ୫ ଫୁଟ ୮ ଇଞ୍ଚ । ବିଶେଷଜ୍ଞଙ୍କ କହିବା ଅନୁସାରେ ବିଶ୍ବର ମୋଟ ଜନସଂଖ୍ୟା ମଧ୍ୟରୁ ଏପରି ରୋଗରେ ୫୦ଜଣ ପୀଡ଼ିତ ହୋଇଥାଆନ୍ତି ।

ଜୀବନ ସହ କରୁଛନ୍ତି ସଂଘର୍ଷ:- ଏହି ବିରଳ ରୋଗରେ ପୀଡ଼ିତ ରୁମେୟସା ନିଜ ଜୀବନ ପାଇଁ ଲଗାତାର ଭାବେ ସଂଘର୍ଷ କରିଆସୁଛନ୍ତି । ଏଥିଲାଗି ତାଙ୍କ ହୃତପିଣ୍ଡ ମଧ୍ୟ ସଠିକ ଭାବେ କାର୍ଯ୍ୟ କରୁନାହିଁ । ଏହାସହ ତାଙ୍କର ଉଚ୍ଚତା ଯୋଗୁଁ ଶରୀରର ମେରୁଦଣ୍ଡ ଗୋଟିଏ ପାର୍ଶ୍ବକୁ ବଙ୍କା ହୋଇଗଲାଣି । ସେ ଠିକ ଭାବେ ଚାଲି ମଧ୍ୟ ପାରନ୍ତିନି । ଚାଲିବା ପାଇଁ ରଡ୍‌ ଓ କିଛି ସ୍ବତନ୍ତ୍ର ଧରଣର ଶାଖା ବାଡ଼ି ବ୍ୟବହାର କରନ୍ତି । ଏଥିଲାଗି ସେ ସ୍କୁଲକୁ ଯାଇପାରିନଥିବା ବେଳେ ଘରେ ପାଠ ପଢିଥାନ୍ତି । ବିଶ୍ବ ରେକର୍ଡ ହାତେଇଥିବା ବେଳେ ସେ ସାଧାରଣ ଜୀବନ ଜିଇଁପାରନ୍ତି ନାହିଁ । ସାଙ୍ଗମାନଙ୍କ ସହ ଖେଳିପାରନ୍ତି ନାହିଁ ।

ଏହା ବି ପଢନ୍ତୁ- Atiq-Ashraf Murder: ଉଚ୍ଚସ୍ତରୀୟ କମିଟି ଗଠନ କଲେ ୟୁପି ସରକାର

ଖାଲି ସେତିକି ନୁହେଁ ନିଜ ଉଚ୍ଚତା ପାଇଁ କାରରେ ଯାତ୍ରା କରିପାରନ୍ତି ନାହିଁ ସେ । ଏଥିଲାଗି ତାଙ୍କ ପାଇଁ ଏକ ସ୍ବତନ୍ତ୍ର ଧରଣର ଭ୍ୟାନର ବ୍ୟବସ୍ଥା କରାଯାଏ । ତାଙ୍କୁ ଅଧିକ ସମୟ ବସିବା ଲାଗି ସମସ୍ୟା ହେଉଥିବାରୁ ଶୋଇବା ଲାଗି ବ୍ୟବସ୍ଥା ମଧ୍ୟ ହୋଇଥାଏ । ବିମାନରେ ମଧ୍ୟ ଯାତ୍ରା କରିପାରନ୍ତି ନାହିଁ ରୁମେୟସା । ଏଥିଲାଗି ତୁର୍କୀରେ ତାଙ୍କ ବିମାନ ଯାତ୍ରା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ୬ଟି ସିଟକୁ ଷ୍ଟ୍ରେଚରର ଆକାର ଦିଆଯାଏ । ଏଥିରେ ବସି ବିମାନ ଯାତ୍ରା କରନ୍ତି ବିଶ୍ବର ସବୁଠୁ ଉଚ୍ଚତମ ମହିଳା ।

ୱେବ ଡେଭଲପର ହୋଇ ସାଜିଛନ୍ତି ଉଦାହରଣ:- ଜୀବନରେ ଏତେ ସମସ୍ୟା ସାମ୍ନା କରିବା ପରେ ମଧ୍ୟ ଭାଙ୍ଗି ପଡି଼ନାହାନ୍ତି ସେ । ବରଂ ନିଜକୁ ସମାଜରେ ପ୍ରମାଣିତ କରିଛନ୍ତି । ନିଜ ଦକ୍ଷତା ବଳରେ ସେ ପାଠପଢା ଶେଷ କରି ଭଲ ଚାକିରିଟିଏ ମଧ୍ୟ କରିଛନ୍ତି । କାଲିଫର୍ଣ୍ଣିଆରେ ସେ ୱେବ ଡେଭଲପର ଭାବେ କାର୍ଯ୍ୟ କରୁଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରତିଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ଏକ ପୋଷ୍ଟ କରିଛନ୍ତି । ସେ ଅନେକ ଶୋ'ରେ ଅଂଶଗ୍ରହଣ କରି ନିଜ ସଂଘର୍ଷ ସମ୍ପର୍କରେ ଆଲୋଚନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.