ETV Bharat / bharat

Russia Ukraine War: ଭାରତୀୟ ଉଦ୍ଧାର ନେଇ ଅରିନ୍ଦମ ବାଗ୍‌ଚୀଙ୍କ ପ୍ରତିକ୍ରିୟା

author img

By

Published : Mar 3, 2022, 9:03 PM IST

ୟୁକ୍ରେନ ଓ ଋଷ ମଧ୍ୟରେ ଚାଲିଥିବା ମହାଯୁଦ୍ଧ ଦିନକୁ ଦିନ ଆହୁରି ଭୀଷଣ ହେବାରେ ଲାଗିଛି । ଋଷ ପକ୍ଷରୁ ୟୁକ୍ରେନର ରାଜଧାନୀ ସମେତ ଦ୍ବିତୀୟ ବୃହତ ସହର ଖାର୍କିଭ୍‌ରେ ବୋମା ସହ ମିସାଇଲ ଆକ୍ରମଣକୁ ଜୋରଦାର କରିଛି । ଅଧିକ ପଢନ୍ତୁ

Russia Ukraine War: ଭାରତୀୟ ଉଦ୍ଧାର ନେଇ ଅରିନ୍ଦମ ବାଗ୍‌ଚୀଙ୍କ ପ୍ରତିକ୍ରିୟା
Russia Ukraine War: ଭାରତୀୟ ଉଦ୍ଧାର ନେଇ ଅରିନ୍ଦମ ବାଗ୍‌ଚୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ୟୁକ୍ରେନ ଓ ଋଷ ମଧ୍ୟରେ ଚାଲିଥିବା ମହାଯୁଦ୍ଧ ଦିନକୁ ଦିନ ଆହୁରି ଭୀଷଣ ହେବାରେ ଲାଗିଛି । ଋଷ ପକ୍ଷରୁ ୟୁକ୍ରେନର ରାଜଧାନୀ ସମେତ ଦ୍ବିତୀୟ ବୃହତ ସହର ଖାର୍କିଭ୍‌ରେ ବୋମା ସହ ମିସାଇଲ ଆକ୍ରମଣକୁ ଜୋରଦାର କରିଛି । ଏପଟେ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଲାଗି ସମସ୍ତ ପ୍ରକାର ମେକାନିଜିମ୍‌ ଲଗେଇ ଦେଇଛନ୍ତି କେନ୍ଦ୍ର ସରକାର ।

ସେହିପରି ଭାରତୀୟଙ୍କ ସୁରକ୍ଷିତ ଉଦ୍ଧାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ କଲ ଜରିଆରେ କଥା ହୋଇଥିଲେ । ଏଥିସହ ଆମେ ସମସ୍ତ ଦେଶ ସହ ଯୋଗଯୋଗରେ ଥିବା ବେଳେ ସ୍ବତନ୍ତ୍ର ଭାବରେ ଋଷ ଓ ୟୁକ୍ରେନ ସହ ଯୋଗାଯୋଗରେ ରହିଛୁ ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହିଛନ୍ତି । ଏହା ସହିତ ୟୁକ୍ରେନର ପଶ୍ଚିମାଞ୍ଚଳରେ ଫସି ରହିଥିବା ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ଲାଗି ସମସ୍ତ ଚେଷ୍ଟା ଜାରି ରହିଛି ।

ସେହିଭଳି ସୋମବାର କିଭ୍‌ରେ ଥିବା ଭାରତୀୟ ଦୂତାବାସକୁ ଲିଭ୍‌କୁ ସ୍ତାନାନ୍ତର କରାଯାଇଛି ବୋଲି ଅରିନ୍ଦମ ବାଗ୍‌ଚି କହିଛନ୍ତି । ତେବେ ଭାରତୀୟ ଦୂତାବାସ ବନ୍ଦ କରାଯାଇ ନାହିଁ ବୋଲି ସେ କହିଛନ୍ତି । ଏହା ଲିଭ୍‌ରେ ସମ୍ପର୍ଣ୍ଣ କାର୍ଯ୍ୟକ୍ଷମ ଚାଲୁଥିବା ବେଳେ ଭାରତୀୟଙ୍କୁ ଉଦ୍ଧାର ଲାଗି ସମସ୍ତ ବ୍ୟବସ୍ଥା ଜାରି ରଖିଛି ।

ଅନ୍ୟପଟେ ୟୁକ୍ରେନରେ ଦୁଇ ଭାରତୀୟଙ୍କ ଭିନ୍ନ ଭିନ୍ନ ପରିସ୍ଥିତିରେ ମୃତ୍ୟୁ ହୋଇଛି ବୋଲି ବାଗ୍‌ଚୀ କହିଛନ୍ତି । ତେବେ ଆମେ ଏ ସମ୍ପର୍କରେ ୟୁକ୍ରେନ ଦୂତାବାସ ସହ କଥା ଜାରି ରଖିଛୁ । ଏହା ସହିତ ନବୀନର ମୃତଦେହକୁ ଭାରତ ଆଣିବା ପାଇଁ ବନ୍ଦୋବସ୍ତ କରୁଛୁ ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ ସ୍ପଷ୍ଟ କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.