ETV Bharat / bharat

Dantewada Naxal Attack: ପ୍ରେମିକା ପାଇଁ ଛାଡିଥିଲେ ହତିଆର, ନକ୍ସଲରୁ ହୋଇଥିଲେ ଯବାନ

author img

By

Published : Apr 27, 2023, 8:38 PM IST

Updated : Apr 27, 2023, 9:23 PM IST

ପ୍ରେମିକା ପାଇଁ ହତିଆର ଫିଙ୍ଗି ସମାଜର ମୁଖ୍ୟସ୍ରୋତରେ ହୋଇଥିଲେ ସାମିଲ । ଆଉ ଦେଶସେବା କରି ଆଜି ହୋଇଛନ୍ତି ଶହୀଦ । ଜାଣନ୍ତୁ ଦନ୍ତେୱାଡା ମାଓବାଦୀ ଆକ୍ରମଣରେ ଶହୀଦ ଜୟରାମ ପୋଡିୟାମଙ୍କ କାହାଣୀ । ଅଧିକ ପଢନ୍ତୁ

JAYRAM PODIYAM
JAYRAM PODIYAM

ରାୟପୁର: ଛତିଶଗଡ଼ ଦନ୍ତେୱାଡା ମାଓବାଦୀ ଆକ୍ରମଣରେ ମୋଟ ୧୦ଜଣ ଯବାନ ଶହୀଦ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ରହିଥିଲେ ଗୋପନୀୟ ସୈନିକ ଜୟରାମ ପୋଡିୟାମ । ଯିଏକି ଦିନେ ପ୍ରେମିକା ପାଇଁ ଫିଙ୍ଗିଥିଲେ ହତିଆର । ଆଉ ଦେଶସେବାରେ ମନୋନିବେଶ କରି ନକ୍ସଲରୁ ପାଲଟିଥିଲେ ଯବାନ । ଦନ୍ତେୱାଡା ମାଓବାଦୀ ଆକ୍ରମଣରେ ସେ ଶହୀଦ ହୋଇଛନ୍ତି । ଜୟରାମଙ୍କ ପାର୍ଥୀବ ଶରୀରକୁ ତାଙ୍କ ଗାଁ ମେଟାପାଲରେ ପହଞ୍ଚାଯାଇଛି । ଗାଁରେ ରାଷ୍ଟ୍ରୀୟ ସମ୍ମାନ ସହିତ ତାଙ୍କର ଶେଷକୃତ୍ୟ କରାଯାଇଛି ।

ଶହୀୟ ଜୟରାମଙ୍କ ପରିବାର:- ଶହୀଦ ଯବାନ ଜୟରାମ ପୋଡିୟାମଙ୍କ ପିତାଙ୍କ ନାମ ହିଡମା ପୋଡିୟାମ ଓ ତାଙ୍କ ପତ୍ନୀଙ୍କ ନାମ ଫାଲି ବାଈ । ଜୟରାମଙ୍କ ଦୁଇଟି ଝିଅ ମଧ୍ୟ ରହିଛନ୍ତି । ଜୟରାମ ୧୯୯୫ ମସିହା ଅକ୍ଟୋବର ୧ ତାରିଖରେ ଜନ୍ମଗ୍ରହଣ କରିଥିବା ବେଳେ ସେମାନେ ୩ ଭାଇ ଥିଲେ । ଏହି ୩ ଭାଇଙ୍କ ମଧ୍ୟରୁ ଜୟରାମ ଦେଶସେବାରେ ନିଜକୁ ଉତ୍ସର୍ଗୀକୃତ କରିଥିଲେ । ଆଉ ତାଙ୍କ ୨ ଭାଇ ଚାଷ କାର୍ଯ୍ୟ କରିଥାନ୍ତି ।

କେବେ କରିଥିଲେ ଆତ୍ମସମର୍ପଣ:- ୨୦୨୦ ମସିହା ମାର୍ଚ୍ଚ ୧ ତାରିଖରେ ଜୟରାମ ନକ୍ସଲଙ୍କ ହାତ ଛାଡ଼ି ଡିଆରଜି ଯବାନ ହୋଇଥିଲେ । ସେ ୨୦୨୦ ମସିହାରେ ସମାଜର ମୁଖ୍ୟସ୍ରୋତରେ ଯୋଡ଼ି ହେବା ଲାଗି ଆତ୍ମସମର୍ପଣ କରିଥିଲେ । ଏହାର ଗୋଟିଏ କାରଣ ଥିଲେ ତାଙ୍କ ଗର୍ଲଫ୍ରେଣ୍ଡ ଫାଲି । ସେ ଜୟରାମଙ୍କୁ ପ୍ରେମ କରୁଥିଲେ ଓ ଏହି ଅପରାଧିକ କାର୍ଯ୍ୟ ତ୍ୟାଗ କରିବା ଲାଗି ସବୁବେଳେ କହୁଥିଲେ । ତେବେ ଜୟରାମ ନକ୍ସଲ ସଂଗଠନରେ ଡାକ୍ତରଙ୍କ କାର୍ଯ୍ୟ କରୁଥିଲେ । ଗର୍ଲଫ୍ରେଣ୍ଡଙ୍କ କଥା ମାନି ସେ ଆତ୍ମସମର୍ପଣ କରିଥିଲେ ଓ ଗୋପନୀୟ ସୈନିକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ।

ଏହା ବି ପଢନ୍ତୁ- Maoist Attack in Dantewada: ଦାନ୍ତେଓ୍ବାଡାରେ ମାଓ ହାମଲା, ୧୦ ଯବାନ ଶହୀଦ

ନକ୍ସଲ ସଂଗଠନରେ କରିଥିଲେ ବିବାହ:- ଜୟରାମ ପୋଡ଼ିୟମ ନକ୍ସଲ ସଂଗଠନରେ ଥିବା ସମୟରେ ଗର୍ଲଫ୍ରେଣ୍ଡ ଫାଲିଙ୍କୁ ବିବାହ କରିଥିଲେ । ବିବାହର ୧ ବର୍ଷ ପରେ ସେ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ଲାଗି ସ୍ଥିର କରିଥିଲେ । ପୋଲିସ ନିକଟରେ ସେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗୋପନୀୟ ସୈନିକ ଭାବେ ଦାୟିତ୍ବ ଦିଆଯାଇଥିଲା । ଏହାପରେ ସେ ଗୋପନୀୟ ସୈନିକ ଭାବେ ପ୍ରଶାସନ ଲାଗି କାମ କରିଥିଲେ । ଶହୀଦ ଜୟରାମ ପୋଡ଼ିୟମ ଫାଲିଙ୍କୁ ବିବାହ କରିବା ପରେ ତାଙ୍କର ୨ଟି ସନ୍ତାନ ରହିଛି ।

ତେବେ ବୁଧବାର ସକାଳେ ଜୟରାମ ଅରନପୁର ସମେଲି ରାସ୍ତାରେ ରୋଡ ଓପନିଂ ଡ୍ୟୁଟିରେ ବାହାରିଥିଲେ । ଏହି ସମୟରେ ବିସ୍ଫୋରଣ ଯୋଗୁଁ ସେ ଶହୀଦ ହୋଇଛନ୍ତି । ଏହି ଆକ୍ରମଣରେ ଶହୀଦ ହୋଇଥିବା ୧୦ ଯବାନଙ୍କୁ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାପରେ ଯବାନଙ୍କ ପାର୍ଥୀବ ଶରୀରକୁ ତାଙ୍କ ଗାଁରେ ପହଞ୍ଚାଯାଇଛି ।

Last Updated : Apr 27, 2023, 9:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.