ETV Bharat / bharat

ପୂଜକକୁ ଦେଇ ବସିଲେ ମନ, ଗର୍ଭବତୀ ହେବା ପରେ ଯୁବତୀଙ୍କୁ ମାରି ଫିଙ୍ଗି ଦେଲା ପୂଜାରୀ

author img

By

Published : Jun 10, 2023, 1:29 PM IST

ଶ୍ରଦ୍ଧାଳୁଙ୍କୁ ଗର୍ଭବତୀ କରିବା ପରେ ହତ୍ୟା କରି ଫିଙ୍ଗିଦେଲା ପୂଜକ । ହାଇଦ୍ରାବାଦରୁ ସାମ୍ନାକୁ ଆସିଛି ଏଭଳି ବୀଭତ୍ସ ଘଟଣା । ଅଧିକ ପଢନ୍ତୁ

ହାଇଦ୍ରାବାଦରେ ମହିଳାଙ୍କୁ ହତ୍ୟା
ହାଇଦ୍ରାବାଦରେ ମହିଳାଙ୍କୁ ହତ୍ୟା

ହାଇଦ୍ରାବାଦ: ମନ୍ଦିର ଯିବାଆସିବା ବେଳେ ପୂଜକଙ୍କ ସହ ଆରମ୍ଭ ହେଲା ପ୍ରେମ । ବିବାହିତ ମନ୍ଦିର ପୂଜକଙ୍କ ସାଥିରେ ଅନୈତିକ ସମ୍ପର୍କ ରଖି ଗର୍ଭବତୀ ହୋଇଗଲେ ଶ୍ରଦ୍ଧାଳୁ । ତାଙ୍କୁ ବିବାହ ପାଇଁ ଜିଦ୍ ଧରିବସିଲେ । ହେଲେ ପୂର୍ବରୁ ବିବାହିତ ଥିବା ପୂଜକ ପ୍ରେମିକାକୁ ବାହା ହେବାକୁ ଚାହୁଁନଥିଲା । କିନ୍ତୁ ଗର୍ଭବତୀ ପ୍ରେମିକା ବାରମ୍ବାର ଜିଦ୍ କରିବାରୁ ଶେଷରେ ନିର୍ମମ ଭାବେ ହତ୍ୟା କରି ମ୍ୟାନହୋଲରେ ଫିଙ୍ଗିଦେଲା । ହାଇଦ୍ରାବାଦ ସରୋରନଗର ଅଞ୍ଚଳରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି । ଜଣେ ମହିଳା ଶ୍ରଦ୍ଧାଳୁଙ୍କ ସହ ଅନୈତିକ ସମ୍ପର୍କ ରଖିବା ପରେ ପୂଜକ ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଛି ।

ପୋଲିସର ସୂଚନା ଅନୁସାରେ, ମୃତ ମହିଳା ହେଉଛନ୍ତି ୩୦ ବର୍ଷୀୟା ଅପସରା । ସେ ନିଜ ମାଆଙ୍କ ସହ ସରୋରନଗରରେ ରହୁଥିଲେ । ଅଭିଯୁକ୍ତ ପୂଜକ ଭେଙ୍କଟ ସାଇକ୍ରିଷ୍ଣା ମଧ୍ୟ ସେହି ଅଞ୍ଚଳରେ ରହୁଥିଲା ଏବଂ ବଙ୍ଗାରୁ ମାଇସମା ମନ୍ଦିରରେ ପୂଜକ ଥିଲା । ମନ୍ଦିରରେ ଦୁହିଁଙ୍କର ଭେଟଘାଟ ହୋଇଥିଲା । ପ୍ରଥମେ ଅପସରାଙ୍କ ସହ ବନ୍ଧୁତା ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଅନେକ ସମୟରେ ସାଇକ୍ରିଷ୍ଣା ପ୍ରେମିକା ଘରକୁ ଯାଉଥିଲା ।

କିଛି ଦିନ ପରେ ଅପସରା ଗର୍ଭବତୀ ହୋଇଥିଲେ । ତେଣୁ ସେ ପୂଜକ ସାଇକ୍ରିଷ୍ଣାକୁ ବିବାହ ପାଇଁ ଚାପ ପକାଉଥିଲେ । ହେଲେ ପୂର୍ବରୁ ବିବାହିତ ଓ ଗୋଟିଏ ଛୁଆର ବାପା ଥିବା ପୂଜକ ବିବାହ ପାଇଁ ରାଜି ହୋଇନଥିଲେ । ଏହାପରେ ଅପସରାଙ୍କୁ ରାସ୍ତାରୁ ହଟାଇବା ପାଇଁ ଷଡଯନ୍ତ୍ର ରଚିଥିଲା ପ୍ରେମିକ ପୂଜକ । ଜୁନ ୩ ତାରିଖ ଦିନ ସାଇକ୍ରିଷ୍ଣା କୋଏମ୍ବାଟୁର ଯିବା ଆଳରେ ବିମାନ ଟିକେଟ ବୁକ୍ କରିଛି କହି ଅପସରାଙ୍କୁ ଡକାଇଥିଲା । ଏହାକୁ ସତ ଭାବି ମହିଳା ନିଜର ପୋଷାକପତ୍ର ସହ ତା' ପାଖକୁ ଆସିଥିଲେ ।

ବ୍ୟକ୍ତିଗତ କାମରେ ଅପସରା କୋଏମ୍ବାଟୁର ଯାଉଛନ୍ତି ଏବଂ ସେ ତାଙ୍କୁ ସମଶଦାବାଦରେ ଛାଡି ଆସିବ ବୋଲି ସାଇକ୍ରିଷ୍ଣା ତାଙ୍କ ମାଆଙ୍କୁ କହିଥିଲା । ୮ଟା ୧୫ରେ ଦୁହେଁ କାର୍ ଯୋଗେ ସରୋରନଗରରୁ ବାହାରିଥିଲେ । ରାତି ୧୦ଟାରେ ସେମାନେ ସ୍ଥାନୀୟ ଏକ ହୋଟେଲରେ ଖାଇଥିଲେ ଏବଂ କିଛି ସମୟ ବିତାଇଥିଲେ । ଏହା ପରଦିନ ସାଇକ୍ରିଷ୍ଣା ତାଙ୍କୁ ନେଇ ଗୋଶାଳା ସ୍ଥିତ ଏକ ନିଛାଟିଆ ସ୍ଥାନକୁ ଯାଇଥିଲା । ସେଠାରେ ସେ ଅପସରାଙ୍କ ଉପରେ କାର୍ ମଡାଇ ଦେଇଥିଲା । ଅଭିଯୁକ୍ତ ଅପସରାଙ୍କ ମୁଣ୍ଡରେ ୧୦ ଥର କାର୍ ଚଢାଇ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । ହତ୍ୟା ପରେ ସେ ମୃତଦେହକୁ ଘୋଡାଇ କାରରେ ସରୋରନଗରରେ ପହଞ୍ଚିଥିଲା । ଦୁଇ ଦିନ କାରରେ ମୃତଦେହ ରଖିବା ପରେ ମନ୍ଦିର ପାଖ ଏକ ମ୍ୟାନହୋଲରେ ଫିଙ୍ଗି ଦେଇଥିଲା ।

ସେପଟେ ଝିଅର କୌଣସି ଖବର ନପାଇ ତାଙ୍କର ମାଆ ବ୍ୟସ୍ତ ହୋଇପଡିଥିଲେ ଓ ସାଇକ୍ରିଷ୍ଣାଙ୍କୁ ପଚାରି ଥିଲେ । ଅଭିଯୁକ୍ତ କହିଥିଲା, ଅପସରା ସମଶଦାବାଦରେ ପହଞ୍ଚିବା ପରେ ନିଜ ମନ ବଦଳାଇ ଦେଇଥିଲେ ଓ କୋଏମ୍ବାଟୁର ଯିବା ବଦଳରେ ନିଜର କିଛି ସାଙ୍ଗଙ୍କ ସହ ଭଦ୍ରାଞ୍ଚଳ ଯାଇଥିଲେ । ଏହାପରେ ମାଆ ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ସିସିଟିଭି ଫୁଟେଜ ଛାନଭିନ ପରେ ପୋଲିସ ସାଇକ୍ରିଷ୍ଣାକୁ ପଚରାଉଚରା କରିଥିଲା । ଶେଷରେ ଅଭିଯୁକ୍ତ ନିଜର ଦୋଷ ସ୍ବୀକାର କରିଥିଲା । ପୋଲିସ ଜେସିବି ମେସିନ ସାହାଯ୍ୟରେ ମ୍ୟାନହୋଲରୁ ମହିଳାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.