ETV Bharat / bharat

ଅଧାରେ ରହିଲା ଘର ବାହୁଡା, ଟ୍ରକ ଧକ୍କାରେ ଲିଭିଗଲା 5 ଜୀବନ ଦୀପ - କର୍ଣ୍ଣାଟକର ୟାଲାବୁର୍ଗା ତାଲୁକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

କର୍ଣ୍ଣାଟକର ୟାଲାବୁର୍ଗା ତାଲୁକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ଜନ୍ମଦିନ ସାରି ଫେରୁଥିବା ବେଳେ କାରକୁ ଧକ୍କା ଦେଲା ଟ୍ରକ, ୫ ମୃତ

author img

By

Published : Jul 24, 2022, 12:22 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ୟାଲାବୁର୍ଗା ତାଲୁକରେ ଭୟଙ୍କର ସଡକ ଦୁର୍ଘଟଣା । ବିଳମ୍ବିତ ରାତିରେ ୟାଲାବୁର୍ଗା ତାଲୁକର ଭାନାପୁର ଠାରେ ଏକ କାରକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଯାହା ସୂଚନା ରହିଛି, ଗାଡିରେ ମୋଟ ୯ ଜଣ ଲୋକ ଯାତ୍ରା କରୁଥିଲେ । ଏନେଇ ସ୍ଥାନୀୟ ପୋଲିସ ତରଫରୁ ସୂଚନା ଦିଆଯାଇଛି ।

ପୋଲିସର ସୂଚନା ଅନୁସାରେ, ଗତକାଲି(ରବିବାର)କୁକାନୁର ତାଲୁକର ବିନୟାଲ ଗାଁର ଦେବପ୍ପା କୋପ୍ପଡ (62) ତାଙ୍କ ସମ୍ପର୍କୀୟଙ୍କ ନାତୁଣୀର ଜନ୍ମଦିନ ଭୋଜିରେ ଯୋଗଦେବା ପରେ ଅନ୍ୟ ଆଠ ଜଣଙ୍କ ସହ ଘରକୁ ଫେରୁଥିଲେ । ଏହି ସମୟରେ ବିପରିତ ଦିଗରୁ ଆସୁଥିବା ଏକ ଟ୍ରକ କାରକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକମାନେ ବିନ୍ନଲା ଗ୍ରାମର ଗୋଟିଏ ପରିବାରର ହୋଇଥିବା ନେଇ ସୂଚନା ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଟ୍ରକଟି କାରକୁ ଧକ୍କା ଦେବା ପରେ ଟ୍ରକମାଲିକ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଫେରାର ହୋଇଯାଇଥିବା ନେଇ ସ୍ଥାନୀୟ ଏସପି ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.