ETV Bharat / bharat

ଅଟୋ ସହ ମୁହାଁମୁହିଁ ଧକ୍କା ହେଲା ଟ୍ରକ: ଦୁର୍ଘଟଣାରେ ୫ ମୃତ - ଭୀଷଣ ସଡକ ଦୁର୍ଘଟଣା

ତେଲେଙ୍ଗାନା ୱାରଙ୍ଗଲ ଜିଲ୍ଲାରେ ଭୀଷଣ ସଡକ ଦୁର୍ଘଟଣା । ଅଟୋ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ୱାରଙ୍ଗଲ ଜିଲ୍ଲାରେ ଭୀଷଣ ସଡକ ଦୁର୍ଘଟଣା
ୱାରଙ୍ଗଲ ଜିଲ୍ଲାରେ ଭୀଷଣ ସଡକ ଦୁର୍ଘଟଣା
author img

By

Published : Aug 16, 2023, 10:24 AM IST

ହାଇଦ୍ରାବାଦ: ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା । ଅଟୋ ସହ ମୁହାଁମୁହିଁ ଧକ୍କା ହେଲା ଟ୍ରକ । ଦୁର୍ଘଟଣାରେ ଚାଲିଗଲା ୫ ଜଣଙ୍କ ଜୀବନ । ଆଜି(ବୁଧବାର) ସକାଳେ ତେଲେଙ୍ଗାନା ୱାରଙ୍ଗଲ ଜିଲ୍ଲାରେ ଏଭଳି ଭୀଷଣ ସଡକ ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଅଭିଯୁକ୍ତ ଟ୍ରକ ଡ୍ରାଇଭର ରାଜସ୍ଥାନର ଏବଂ ସେ ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବା ଯୋଗୁଁ ଏହି ଅଘଟଣ ଘଟିଥିବା ପୋଲିସ ସନ୍ଦେହ କରୁଛି ।

ମିଳିଥିବା ସୂଚନା ଅନୁଯାୟୀ, ଅଟୋରେ ୭ ଜଣ ଯାତ୍ରୀ ଥିଲେ । ସମସ୍ତ ମୃତାହତ ମହୁ ବିକାଳି । ଆଜି ସକାଳେ ସମସ୍ତେ ଗୋଟିଏ ଅଟୋରେ ୱାରଙ୍ଗର ଜିଲ୍ଲାରୁ ଥୋରୁର ଅଭିମୁଖେ ଯାଉଥିଲେ । ବର୍ଦ୍ଧନ୍ନାପେଟ ଇଲାଣ୍ଡା ନିକଟରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଅଟୋକୁ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୩ ଜଣ ଗୁରୁତର ଆହତ ହୋଇଥିଲେ । ପୋଲିସ ସଙ୍ଗେ ସଙ୍ଗେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ୩ ଗୁରୁତରଙ୍କୁ ପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଆଖି ବୁଜିଥିଲେ ।

ଏହାମଧ୍ୟ ପଢନ୍ତୁ: UP: ମଥୁରାରେ କୋଠା ଭୁଶୁଡି 5 ମୃତ, ଅନେକ ଆହତ

ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି ଯେ, ଟ୍ରକ ଡ୍ରାଇଭର ମଦ୍ୟପାନ କରି ଗାଡି ଚଳାଉଥିଲା । ନିଶାସକ୍ତ ଥିବା ଯୋଗୁଁ ତା'ର ଆଖି ଲାଖି ଯିବାରୁ ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଯେଉଁଥିରେ ୫ ଜଣଙ୍କର ଜୀବନ ହାନି ଘଟିଛି । ଅନ୍ୟ ଦୁଇ ଆହତ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।

ପ୍ରକାଶଥାଉ କି, ଗତକାଲି ଅପରାହ୍ନରେ ରାଜସ୍ଥାନର ଫାଲୌଦୀ-ଜୈସଲମେର ରାଜପଥର କାଲ ଗ୍ରାମ ନିକଟରେ ଟ୍ରକ ଓ ବୋଲେରୋ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଏଥିରେ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ବୋଲେରୋରେ ମୋଟ ୭ ଜଣ ଯାତ୍ରୀ ଥିବାବେଳେ ଭାଗ୍ୟବଶତଃ ଜଣେ ବଞ୍ଚି ଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.