ETV Bharat / bharat

ବର୍ଷା ପାଣି ଗର୍ତ୍ତରେ ବୁଡ଼ିଗଲେ ୬ ଶିଶୁ: ଜଣେ ଉଦ୍ଧାର, ୫ ନିଖୋଜ - ଦିଲ୍ଲୀରେ ବୁଡ଼ିଗଲେ ଶିଶୁ

ବର୍ଷା ପାଣି ଜମିଥିବା ଏକ ବିଶାଳକାୟ ଗର୍ତ୍ତରେ ବୁଡ଼ିଗଲେ ୬ ଶିଶୁ ନିଷ୍ପାପ ଶିଶୁ । ଗୁରୁଗ୍ରାମ ସେକ୍ଟର ୧୧୧ରେ ଏଭଳି ଏକ ଘଟଣା ଘଟିଛି । ଅଧିକ ପଢ଼ନ୍ତୁ

many children drowned in gurugram rescue operation continues
ବର୍ଷା ପାଣି ଗର୍ତ୍ତରେ ବୁଡ଼ିଗଲେ ୬ ଶିଶୁ: ଜଣେ ଉଦ୍ଧାର, ୫ ନିଖୋଜ
author img

By

Published : Oct 9, 2022, 10:44 PM IST

ନୂଆଦିଲ୍ଲୀ: ବର୍ଷା ପାଣି ଜମିଥିବା ଏକ ବିଶାଳକାୟ ଗର୍ତ୍ତରେ ବୁଡ଼ିଗଲେ ୬ ଶିଶୁ ନିଷ୍ପାପ ଶିଶୁ । ଗୁରୁଗ୍ରାମ ସେକ୍ଟର ୧୧୧ରେ ଏଭଳି ଏକ ଘଟଣା ଘଟିଛି । ରବିବାର ଏହି ଘଟଣାକୁ ନେଇ ସୂଚନା ମିଳିବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।

ବର୍ତ୍ତମାନ ସୁଦ୍ଧା ଜଣେ ଶିଶୁକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ୫ ଶିଶୁଙ୍କ ବସ୍ତ୍ର ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ । ଏବେ ବି ପୋଲିସ ଓ NDRF ମିଳିତ ଭାବରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଗତ ଦୁଇଦିନ ହେଲା ଗୁରୁଗ୍ରାମରେ ଲଗାତାର ବର୍ଷା ଜାରି ରହିଛି । ଏଥିପାଇଁ ଅନେକ ସ୍ଥାନର ଜଳଜମିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ପ୍ରଭାବ ଗୁରୁଗ୍ରାମ ସେକ୍ଟର ୧୧୧ରେ ମଧ୍ୟ ଦେଖିବାକୁ ମିଳିଛି ।

ଲଗାଣ ବର୍ଷା ଯୋଗୁଁ ଏକ ବିଶାଳକାୟ ଗର୍ତ୍ତରେ ବର୍ଷା ପାଣି ଜମି ପୋଖରୀ ସଦୃଶ ହୋଇଥିଲା । ବର୍ଷା ଟିକିଏ କମିବା ପରେ ପ୍ରାୟ ୬ ଜଣ ଶିଶୁ ଏଠାରେ ଖେଳୁଥିଲେ । ଏହାପରେ ଦିନ ୩ଟା ବେଳେ କୌଣସି ମତେ ଏହି ବର୍ଷା ପାଣି ଜମିଥିବା ସ୍ଥାନରେ ୬ ଶିଶୁ ପଡ଼ିଯାଇଥିଲେ । କିଛି ସ୍ଥାନୀୟ ଲୋକେ ୬ ଶିଶୁ ବୁଡ଼ି ଯାଉଥିବା ଦେଖିବାକୁ ପାଇଥିଲେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ଏହାପରେ ଉଭୟ NDRF ଟିମ୍‌ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.