ETV Bharat / bharat

ଉତ୍ତରପ୍ରଦେଶରେ ଜାରି ରହିଛି ମମତାଙ୍କ ପ୍ରଚାର: କହିଲେ ଇସ ବାର, ଅଖିଳେଶ ସରକାର

author img

By

Published : Feb 8, 2022, 5:13 PM IST

ଅଖିଳେଶଙ୍କ ପାଇଁ ଉତ୍ତରପ୍ରଦେଶରେ ପ୍ରଚାର କରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କହିଲେ ଏଥର କ୍ଷମତାକୁ ଆସିବ ସମାଜବାଦୀ ପାର୍ଟି । ଇସ ବାର ଅଖିଳେଶ ସରକାର କହି ଦେଲେ ନିର୍ବାଚନୀ ନାରା । ଅଧିକ ପଢନ୍ତୁ

ଇସ ବାର, ଅଖିଳେଶ ସରକାର: ମମତା ବାନାର୍ଜୀ
ଇସ ବାର, ଅଖିଳେଶ ସରକାର: ମମତା ବାନାର୍ଜୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ପାଇଁ ପ୍ରଚାର ଜାରି ରଖିଛନ୍ତି ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚମିବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ମମତା ଅଖିଳେଶଙ୍କ ପାଇଁ ଏକ ନିର୍ବାଚନୀ ନାରା ଘୋଷଣା କରିଛନ୍ତି, ଇସ ବାର ଅଖିଳେଶ ସରକାର । ମମତା କହିଛନ୍ତି, ତାଙ୍କର ଦୀର୍ଘଦିନର ରାଜନୈତିକ ଓ ପ୍ରଶାସନିକ ଅଭିଜ୍ଞତା ରହିଛି । ଚଳିତ ନିର୍ବାଚନ ସ୍ଥିତିରୁ ଏହା ସ୍ପଷ୍ଟ ଅନୁମେୟ ହେଉଛି ଯେ, ରାଜ୍ୟରେ ଅଖିଳେଶଙ୍କ ଦଳ ସମାଜବାଦୀ ପାର୍ଟି କ୍ଷମତାକୁ ଫେରିବ ।

ଉତ୍ତରପ୍ରଦେଶରେ ଶାସନରେ ବିଜେପି ଥିବାବେଳେ ସପା ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ବିଜେପିକୁ ଟାର୍ଗେଟ କରି ମମତା କହିଛନ୍ତି, ଯଦି ବଙ୍ଗରେ ତାଙ୍କ ନେତୃତ୍ବାଧୀନ ଟିଏମସି ବିଜେପିକୁ ପରାଜୟର ରାସ୍ତା ଦେଖାଇ ପାରିଲା, ତେବେ ଉତ୍ତର ପ୍ରଦେଶରେ ତାହା ମଧ୍ୟ ସମ୍ଭବ । ମମତା ନିର୍ବାଚନରେ ଅଖିଳେଶଙ୍କୁ ସହାୟତା କରିବେ ବୋଲି ପୂର୍ବରୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ଗତକାଲି ସେ ସେ ଲକ୍ଷ୍ନୌରେ ପହଞ୍ଚିଥିବାବେଳେ ଅଖିଳେଶ ତାଙ୍କୁ ସ୍ବାଗତ କରିଥିଲେ ।

ଆଜି ଉଭୟ ମମତା ଓ ଅଖିଳେଶ ମିଳିତ ଭାବେ ନିର୍ବାଚନୀ ଅଭିଯାନ ଆରମ୍ଭ କରିଛନ୍ତି । ପ୍ରଥମ ଦିନରେ ମମତା ନିଜ ଚିରାଚରିତ ଢଙ୍ଗରେ ଶାସକ ବିଜେପି ଉପରେ ବର୍ଷିଛନ୍ତି । ବିଜେପି ହିନ୍ଦୁସ୍ତାନ ପାଇଁ ବିପଦ । ବିଜେପି ଏକ ଖତରା ପାର୍ଟିରେ ପରିଣତ ହୋଇଛି । ଏହା ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବା ଛଡା ଆଉ କିଛି କରିବ ନାହିଁ ବୋଲି କହିଛନ୍ତି ମମତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.