ETV Bharat / bharat

ହ୍ବିଲ ଚେୟାରରେ ଦିଦିଙ୍କ ହାଇ-ଭୋଲଟେଜ ପ୍ରଚାର - ମମତା ବାନାର୍ଜୀ

ହ୍ବିଲଚେୟାରରେ ମମତା ବାନାର୍ଜୀ କୋଲକାତାର ଗାନ୍ଧୀ ମୂର୍ତ୍ତିରେ ପହଞ୍ଚିବା ପରେ ହାଜରା ପର୍ଯ୍ୟନ୍ତ କରୁଛନ୍ତି ରୋଡ ଶୋ । ରୋଡ ଶୋରେ ଦିଦି ହ୍ବିଲଚେୟାରରେ ବସିଥିବା ବେଳେ ସମର୍ଥକମାନେ ପଛରୁ ତାଙ୍କୁ ଠେଲିଠେଲି ଆଗକୁ ନେଉଛନ୍ତି । ଅଧିକ ପଢନ୍ତୁ...

ହ୍ବିଲଚେୟାରରେ ଦିଦିଙ୍କ ହାଇଭୋଲଟେଜ ପ୍ରଚାର
ହ୍ବିଲଚେୟାରରେ ଦିଦିଙ୍କ ହାଇଭୋଲଟେଜ ପ୍ରଚାର
author img

By

Published : Mar 14, 2021, 3:23 PM IST

କୋଲକାତା: ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ହ୍ବିଲଚେୟାରରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ହ୍ବିଲଚେୟାରରେ ମମତା କୋଲକାତାର ଗାନ୍ଧୀ ମୂର୍ତ୍ତିରେ ପହଞ୍ଚିବା ପରେ ହାଜରା ପର୍ଯ୍ୟନ୍ତ କରୁଛନ୍ତି ରୋଡ ଶୋ ।

ରୋଡ ଶୋରେ ଦିଦି ହ୍ବିଲଚେୟାରରେ ବସିଥିବା ବେଳେ ସମର୍ଥକମାନେ ପଛରୁ ତାଙ୍କୁ ଠେଲିଠେଲି ଆଗକୁ ନେଉଛନ୍ତି । ରାସ୍ତାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ସ୍ଥାନେସ୍ଥାନେ ସିସିଟିଭ କ୍ୟାମେରା ଲଗାଯାଇଛି ।

ରୋଡ ଶୋ ପୂର୍ବରୁ ମମତା ଟ୍ବିଟ କରି କହିଥିଲେ, ଆମେ ନିର୍ଭିକ ହୋଇ ଲଢିବୁ । ମୁଁ ଏବେ ବି ଯନ୍ତ୍ରଣାରେ ଅଛି, ହେଲେ ମୋତେ ନିଜ ଲୋକଙ୍କ କଷ୍ଟ ବି ଅଧିକ ଅନୁଭୂତ ହେଉଛି । ନିଜ ଜୀବନ ରକ୍ଷା କରିବା ପାଇଁ ଏହି ଲଢେଇରେ ଆମକୁ କ୍ଷତି ହୋଇଛି । ହେଲେ ବି ଆମେ ନଇଁବୁ ନାହିଁ ବୋଲି କହିଛନ୍ତି ଦିଦି ।

ହଳଦିଆରେ ପ୍ରାର୍ଥୀପତ୍ର ଦାଖଲ ପରେ ନନ୍ଦିଗ୍ରାମରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତେବେ ନିର୍ବାଚନୀ ପ୍ରଚାର ପରେ ନିଜ କାରରେ ବସିବାକୁ ଯାଉଥିବା ସମୟରେ ଦୁର୍ଘଟଣାର ସାମ୍ନା କରିଥିଲେ ଦିଦି । ଦୁର୍ଘଟଣାରେ ଆହତ ହେବା ସହିତ ମମତାଙ୍କ ହାତ, ଗୋଡ ଓ ଛାତିରେ ଲାଗିଛି ଆଘାତ । ତାଙ୍କୁ କୋଲକାତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୋଟିଏ ପକ୍ଷେ ଏହାକୁ ଦିଦି ଖୋଦ ନିଜ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ଆଣିଥିବାବେଳେ ଅନ୍ୟପକ୍ଷେ ସହାନୁଭୂତି ହାତେଇବାକୁ ଦିଦି ନାଟକ କରୁଥିବା କହିଥିଲେ ବିରୋଧୀ ।

ମୁଖ୍ୟମନ୍ତ୍ରୀ ମମତା ନିଜ ଅଭିଯୋଗରେ କରିଥିଲେ, ନନ୍ଦିଗ୍ରାମରେ ତାଙ୍କୁ ଆକ୍ରମଣ ହୋଇଥିଲା । ଛାତି ଓ ଗୋଡରେ ଲାଗିଥିଲା ଗଭୀର ଆଘାତ । ତେବେ ଗୋଡରେ ଗାଡି ଚଢାଇ ଦେବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ କରିଥିଲେ ମମତା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.