ETV Bharat / bharat

ଜୋତା କାରଖାନାରେ ଭୟାବହ ଅଗ୍ନିକାଣ୍ତ - ଅଗ୍ନିକାଣ୍ତ

ଜୋତା କାରଖାନାରେ ଭୟାବହ ଅଗ୍ନିକାଣ୍ତ । କ୍ଷୟକ୍ଷତି ନେଇ ମିଳିନାହିଁ ସୂଚନା । କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ...

Major fire breaks out at shoe factory in Delhi's Udyog Nagar
ଜୋତା କାରଖାନାରେ ଭୟାବହ ଅଗ୍ନିକାଣ୍ତ
author img

By

Published : Jun 21, 2021, 10:37 AM IST

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ଉଦ୍ୟୋଗ ନଗରରେ ଥିବା ଏକ ଜୋତା କାରଖାନରେ ଭୟାବହ ଅଗ୍ନିକାଣ୍ତ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି । ସୂଚନା ଅନୁସାରେ, ଉଦ୍ୟୋଗ ନଗରରେ ଥିବା ଏକ ଜୋତା କାରଖାନାରେ କୌଣସି କାରଣରୁ ଆଜି ସକାଳେ ନିଆଁ ଲାଗିଯାଇଥିଲା । ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ଦେଖି କମ୍ପାନୀ କର୍ତ୍ତୃପକ୍ଷ ଦମକଳ ବାହିନୀକୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି । ଅଗ୍ନିକାଣ୍ତର ଭୟାବହତା ଅଧିକ ଥିବାରୁ ନିଆଁ ଲିଭା କାର୍ଯ୍ୟରେ 24ଟି ଦମକଳ ଗାଡି ନିୟୋଜିତ ରହିଛି । ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡି ନଥିବା ବେଳେ କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.