ETV Bharat / bharat

ଖୁବ ଶୀଘ୍ର ଭାରତରେ ପହଞ୍ଚିବ 10 ରାଫେଲ

author img

By

Published : Mar 28, 2021, 4:09 PM IST

ଖୁବ ଶୀଘ୍ର ଭାରତକୁ ମିଳିବାକୁ ଯାଉଛି ଆଉ 10 ରାଫେଲ ଯୁଦ୍ଧ ବିମାନ । ଏହାସହିତ ଭାରତରେ ରାଫେଲ ବିମାନର ସଂଖ୍ୟା 21 ହୋଇଯିବ । ଅଧିକ ପଢନ୍ତୁ...

ଖୁବ ଶିଘ୍ର ଭାରତରେ ପହଞ୍ଚିବ 10 ରାଫେଲ
ଖୁବ ଶିଘ୍ର ଭାରତରେ ପହଞ୍ଚିବ 10 ରାଫେଲ

ନୂଆଦିଲ୍ଲୀ: ଖୁବ ଶୀଘ୍ର ଭାରତକୁ ମିଳିବାକୁ ଯାଉଛି ଆଉ 10 ରାଫେଲ ଯୁଦ୍ଧ ବିମାନ । ଏଥିମଧ୍ୟରୁ 3ଟି ରାଫେଲ 2 ଦିନ ମଧ୍ୟରେ ଭାରତରେ ପହଞ୍ଚିବ । ଅନ୍ୟପକ୍ଷେ ବାକି 7ଟି ବିମାନ ଓ ଏଗୁଡିକର ଟ୍ରେନର ଭର୍ସନ ଏପ୍ରିଲରେ ପହଞ୍ଚିବାର ସମ୍ଭାବନା ରହିଛି । ଏହାସହିତ ଭାରତରେ ରାଫେଲ ବିମାନର ସଂଖ୍ୟା 21 ହୋଇଯିବ ।

ବର୍ତ୍ତମାନ ଭାରତରେ 11 ରାଫେଲ ବିମାନ ରହିଛି, ଯାହା ଅମ୍ବାଲା ଏୟାରବେସରେ ମୁତୟନ ହୋଇଛି । ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚୁଛି । ଏଗୁଡିକ ସିଧାସଳଖ ଫ୍ରାନ୍ସରୁ ଉଡ଼ାଣ ଭରି ଭାରତରେ ପହଞ୍ଚିବ ।

ରାଫେଲ ଯୁଦ୍ଧବିମାନର ଭାରତୀୟ ବାୟୁସେନାରେ ସାମିଲ ହେବା ପ୍ରକ୍ରିୟା ଗତ ବର୍ଷ ଜୁଲାଇ-ଅଗଷ୍ଟରୁ ଆରମ୍ଭ ହୋଇଥିଲା। ଚୀନ ସହ ତିକ୍ତତା ସମୟରେ ଫରୱାର୍ଡ ଫ୍ରଣ୍ଟକୁ ପାଟ୍ରୋଲିଂ କରିବା ପାଇଁ ପୂର୍ବ ଲଦାଖରେ ରାଫେଲ ଯୁଦ୍ଧ ବିମାନ ମଧ୍ୟ ମୁତୟନ କରାଯାଇଥିଲା। ସେପ୍ଟେମ୍ବର 2016 ରେ ଫ୍ରାନ୍ସ ସହିତ 36ଟି ଯୁଦ୍ଧ ବିମାନ ପାଇଁ ଭାରତ ଚୁକ୍ତି କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.