ETV Bharat / bharat

ଗୋସ୍ବାମୀ ଗିରଫ ମାମଲା: ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ସହ କଥା ହେଲେ ରାଜ୍ୟପାଳ

author img

By

Published : Nov 9, 2020, 2:03 PM IST

ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ସୁରକ୍ଷା ଓ ସ୍ବାସ୍ଥ୍ୟବସ୍ଥା ଉପରେ ଚିନ୍ତା ଜତାଇଲେ ମହାରାଷ୍ଟ୍ର ରାଜ୍ୟପାଳ । ଅର୍ଣ୍ଣବଙ୍କୁ ତାଙ୍କ ପରିବାର ଲୋକଙ୍କ ସହ ଭେଟିବାକୁ ଅନୁମତି ଦେବାକୁ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ କହିଲେ ରାଜ୍ୟପାଳ ବିଏସ କୋଶିୟାରି । ଅଧିକ ପଢନ୍ତୁ...

ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ସହ କଥା ହେଲେ ରାଜ୍ୟପାଳ

ମୁମ୍ବାଇ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ମାମଲା । ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ସହ କଥା ହେଲେ ରାଜ୍ୟପାଳ ବିଏସ କୋଶିୟାରି । ସାମ୍ବାଦିକ ଅର୍ଣ୍ଣବଙ୍କ ବିଷୟରେ ଆଲୋଚନା କରିଥିଲେ । ତାଙ୍କର ସୁରକ୍ଷା ଓ ସ୍ବାସ୍ଥ୍ୟବସ୍ଥା ଉପରେ ଚିନ୍ତା ଜତାଇଥିଲେ ରାଜ୍ୟପାଳ । ଏଥିସହ ତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଅନୁମତି ଦେବା ସହ କଥା ପାଇଁ ସୁଯୋଗ ଦେବାକୁ ରାଜ୍ୟପାଳ ଗୃହମନ୍ତ୍ରୀଙ୍କୁ କହିଛନ୍ତି ।

ଏକ ଇଣ୍ଟେରିଅର ଡିଜାଇନର ଅନଭୟ ନାୟକଙ୍କ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବ ଗୋସ୍ବାମୀଙ୍କ ନ୍ୟାୟିକ ହେପାଜତରେ ରଖାଯାଇଛି । 4 ଦିନ ଧରି ସେ ବିଭାଗୀୟ ହେପାଜତରେ ରହିବା ପରେ ତାଙ୍କୁ ଆଲିବାଗର କ୍ବାରେଣ୍ଟାଇନ ସେଣ୍ଟରରୁ ତାଲୋଜା ଜେଲକୁ ସ୍ଥାନାନ୍ତର କରାଯାଇଛି ।

ରବିବାର ତାଙ୍କୁ ଜେଲ ପଠାଇବାବେଳେ ଅର୍ଣ୍ଣବ କହିଥିଲେ ତାଙ୍କୁ ଆକ୍ରମଣ କରାଯିବା ସହ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ଏପରିକି ତାଙ୍କ ଓକିଲଙ୍କ ସହ ଦେଖା କରିବାକୁ ଦେଉନାହାଁନ୍ତି । ସକାଳେ ମାରପିଟ କରିଥିବାର ମଧ୍ୟ ସେ ଅଭିଯୋଗ କରିଛନ୍ତି । ତେଣୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦେଶବାସୀଙ୍କୁ ସେ ଜଣାଇବାକୁ କହିଥିଲେ । ଅନ୍ୟପଟେ, ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୁଦ୍ଧରେ ମହାରାଷ୍ଟ୍ର ପୋଲିସ ଗୋଟିଏ ପରେ ଗୋଟିଏ ମାମଲା ରୁଜୁ କରିବାରେ ଲାଗିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.