ETV Bharat / bharat

ବିହାରରେ କଲଗର୍ଲ ସପ୍ଲାଏରଠୁ ମିଳିଲା SPଙ୍କ ଫୋନ୍

author img

By

Published : Sep 4, 2022, 3:26 PM IST

ବିହାରରେ କଲଗର୍ଲଙ୍କଠୁ ମିଳିଲା ପୋଲିସ ଅଫିସରଙ୍କ ଫୋନ୍‌ । ପୋଲିସ କାର୍ଯ୍ୟାଳୟକୁ ଯୁବତୀଙ୍କୁ ପଠାଉଥିବା କହିଲେ କଲଗର୍ଲ ସପ୍ଲାଏର । ଅଧିକ ପଢନ୍ତୁ

କଲଗର୍ଲ ସପ୍ଲାଏରଠୁ ମିଳିଲା SPଙ୍କ ଫୋନ, ମୋବାଇଲ ଚୋରି ହୋଇଥିବା କହିଲେ ପୋଲିସ ବାବୁ

ପାଟନା: ବିହାର ମଧେପୁରା ଅଞ୍ଚଳରେ ଜଣେ ମହିଳାଙ୍କୁ କିଛି ମୋବାଇଲ ସହିତ ଗିରଫ ହେବା ପରେ ଏକ ରୋଚକ ତଥ୍ୟ ସାମନାକୁ ଆସିଛି । ଉକ୍ତ ମହିଳାଙ୍କ ଠାରୁ ମଧେପୁରା ଏସପି (SP)ଙ୍କ ମୋବାଇଲ ଜବତ କରିଛି ପୋଲିସ । ଉକ୍ତ ମହିଳା ଜଣକ ଜଣେ ଚୋର ନୁହେଁ, ବରଂ କଲ ଗର୍ଲ ସପ୍ଲାଏର ବୋଲି ଜଣାପଡ଼ିଛି । ଅନୈତିକ ସମ୍ପର୍କ ପାଇଁ ସେ କିଛି ମହିଳାଙ୍କୁ ଚାଲାଣ କରିଥାନ୍ତି ।

ଏହି ଘଟଣାକୁ ନେଇ ଏକ ଭିଡ଼ିଓ ଭାଇରାଲ ହେଉଛି । ଭିଡ଼ିଓଟି ପୋଲିସ ବିଭାଗର କୌଣସି ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟାଳୟରେ ଉତ୍ତୋଳନ କରାଯାଇଛି । ଭିଡ଼ିଓରେ ମହିଳା ଜଣକ ଦାବି କରିଛନ୍ତି ଯେ ସେ ମଧେପୁରା ସଦର ହସ୍ପିଟାଲ ସାମନାରେ ଡିଏସପି ମୁଖ୍ୟାଳୟର ବାସଭବନକୁ ଏକ ଯୁବତୀକୁ ପଠାଇଥିଲେ । ଯିଏକି ଏହି ମୋବାଇଲକୁ ଚୋରି କରି ତାଙ୍କୁ ନେଇ ଦେଇଥିଲା(SP Mobile Found With Call Girl Supplier) । ସେ ଆହୁରି ଅନେକ ଥର ପୋଲିସ ଅଧିକାରୀଙ୍କ ନିକଟକୁ ଯୁବତୀଙ୍କୁ ପଠାଇଛନ୍ତି । ଏଠାକୁ ସେ ୪ଥର ଯୁବତୀଙ୍କୁ ପଠାଇଥିବା କହିଛନ୍ତି ।

ଏହା ବି ପଢନ୍ତୁ- ଏମିତି ବି ଆସେ ମୃତ୍ୟୁ ! ହନୁମାନ ବେଶରେ ନାଚୁଥିବା ବେଳେ ଟଳି ପଡିଲେ ଯୁବକ

ପ୍ରତି ଘଣ୍ଟାକୁ ୩୦୦ ଟଙ୍କା ହିସାବରେ ସେ ପୋଲିସ ଅଧିକାରୀଙ୍କ ନିକଟକୁ ଯୁବତୀଙ୍କୁ ପଠାଇଥାନ୍ତି । ନିର୍ଦ୍ଧାରିତ ସମୟଠୁ ଅଧିକ ସମୟ ରଖିଲେ ୫୦୦ ଟଙ୍କା ଦେବାକୁ ପଡେ ବୋଲି ମହିଳା ଜଣକ କହିଛନ୍ତି । ଏହି ଭିଡ଼ିଓଟି ଭାଇରାଲ ହେବା ପରେ ପୋଲିସ ବିଭାଗରେ ହଇଚଇ ସୃଷ୍ଟି ହୋଇଛି । ସୂଚନା ଅନୁସାରେ ମଧେପୁରା ଏସପି ରାଜେଶ କୁମାର ଗତ କିଛି ଦିନ ପୂର୍ବରୁ ଛୁଟିରେ ଥିବା ବେଳେ ଡିଏସପି ଅମରକାନ୍ତ ଚୌବେଙ୍କୁ (DSP Amarkant Choubey) ଏସପି ଦାୟିତ୍ବ ମିଳିଥିଲା । ଏହି ସମୟରେ ଆସିଥିବା କଲ୍‌ଗର୍ଲକୁ ସଠିକ ଟଙ୍କା ନ ଦିଆଯିବା ପରେ ସେ ମୋବାଇଲ ଚୋରି କରିଥିଲା ।

ମୋବାଇଲ ଚୋରି ହେବା ପରେ କୋସି ରେଞ୍ଜର ଡିଆଇଜି ଶିବଦୀପ ରାୱ ମଧେପୁରା ଏସପିଙ୍କୁ ଯୋଗାଯୋଗ କରିଥିଲେ । ମାତ୍ର ତାଙ୍କ ଫୋନ ସ୍ବିଚ୍‌ ଅଫ ଦେଖାଇବା ପରେ ସେ ଫୋନକୁ ସର୍ଭିଲାନ୍ସ ନେଇଥିଲେ । ଏହାପରେ ଛାନଭିନ ପରେ ମୋବାଇଲ ଜଣେ ମହିଳାଙ୍କ ନିକଟରୁ ମିଳିଥିଲା । ଏହାପରେ ପୁରା ଘଟଣା ସାମନାକୁ ଆସିଛି । ଏହି ଘଟଣା ଉପରେ କୌଣସି ପୋଲିସ ଅଧିକାରୀ ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.