ETV Bharat / bharat

ନିଜ ସଂସଦୀୟ କ୍ଷେତ୍ରରେ ବନ୍ୟା ସ୍ଥିତି ସମୀକ୍ଷା କଲେ ଲୋକସଭା ବାଚସ୍ପତି - LS Speaker Om Birla inspects flood-hit areas

ରାଜସ୍ଥାନର କୋଟାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି ଲୋକସଭା ବାଚସ୍ପତି ତଥା କୋଟା ସଂସଦୀୟ କ୍ଷେତ୍ରରୁ ସାଂସଦ ଥିବା ଓମ ବିର୍ଲା । ଅଧିକ ପଢନ୍ତୁ...

ନିଜ ସଂସଦୀୟ କ୍ଷେତ୍ରରେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ ଲୋକସଭା ବଚସ୍ପତି

author img

By

Published : Aug 8, 2021, 7:27 AM IST

ଜୟପୁର: ରାଜସ୍ଥାନର କୋଟାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି ଲୋକସଭା ବାଚସ୍ପତି ତଥା ସ୍ଥାନୀୟ ସାଂସଦ ଓମ ବିର୍ଲା । ବିର୍ଲା ଶନିବରା ସକାଳେ ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କରିଥିବାବେଳେ ଅପରାହ୍ନରେ ରେସକ୍ୟୁ ମୋଟର ବୋଟରେ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । କୋଟାର ଜିଲ୍ଲାର ସର୍ବାଧିକ ପ୍ରଭାବିତ ସନଗୁଡ ସହର ଏହାର ଆଖପାଖ ଅଞ୍ଚଳ ପରିଦର୍ଶନ କରିବା ସହ ଉଦ୍ଧାର ଓ ରିଲଫ୍ କାର୍ଯ୍ୟ ସମୀକ୍ଷା କିରଛନ୍ତି ବିର୍ଲା ।

ସ୍ଥିତି ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ବିର୍ଲା କହିଛନ୍ତି, ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ଲୋକ ଗଭୀର ଭାବେ ପ୍ରଭାବିତ ହେବା ସହ ବ୍ୟାପକ ଫସଲ ମଧ୍ୟ ନଷ୍ଟ ହୋଇଛି । ସେହିପରି ସ୍ଥିିତି ବର୍ତ୍ତମାନ ଗମ୍ଭୀର ରହିଥିବାବେଳେ ଧିରେ ଧିରେ ସ୍ବାଭାବିକ ହେଉଛି । ବୋଟରେ ବନ୍ୟାଞ୍ଚଳ ପରିଦର୍ଶନ କରିବା ପୂର୍ବରୁ ଶନିବାର ସକାଳେ ସେ ଆକାଶ ମାର୍ଗରୁ ମଧ୍ୟ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ ।

ବନ୍ୟାରେ କୋଟାର ଜିଲ୍ଲାର ସନଗୁଡ ସହର ଓ ଏହାର ଆଖପାଖ ଗଭୀର ଭାବେ ପ୍ରଭାବିତ ହୋଇଛି । ଶନିବାର ସକାଳ ସୁଦ୍ଧା ପ୍ରାୟ ୧୪୦ ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇଛି । ଏବେ ମଧ୍ୟ କିଛି ସ୍ଥାନରେ ଲୋକ ପାଣ ଘେରରେ ଫସି ରିହଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେନା ବ୍ୟତୀତ NDRF ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (SDRF) ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସ୍ଥିତିରେ ଧିରେ ଧିରେ ସୁଧାର ଆସୁଥିବା ବେଳେ ପରେ କ୍ଷୟକ୍ଷତିର ଅନୁଧ୍ୟାନ ପରେ ତୁରନ୍ତ ସହାୟତା ଯୋଗାଇ ଦିଆଯିବା ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.