ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲା କୋରୋନା ମୁକ୍ତ ହୋଇଛନ୍ତି । ଶନିବାର ତାଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି । ଏନେଇ ସେ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ବିର୍ଲା କହିଛନ୍ତି ସେ ବର୍ତ୍ତମାନ ସେ ସୁସ୍ଥ ଅନୁଭବ କରୁଛନ୍ତି ଓ ତାଙ୍କର କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ନଥିବା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ଗତ 19 ତାରିଖରେ ସେ କୋଭିଡ ସଂକ୍ରମିତ ହୋଇ ଏମ୍ସରେ ଭର୍ତ୍ତି ହୋଇଥିଲେ ।
ତାଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିବା ସମସ୍ତ ଶୁଭେଚ୍ଛୁଙ୍କୁ ମଧ୍ୟ ସେ ଧନ୍ୟବାଦ ଦେଇଛନ୍ତି । ମାର୍ଚ୍ଚ 20 ରେ କୋରୋନା ପଜିଟିଭ୍ ଜଣାପଡିବା ପରେ 58 ବର୍ଷୀୟ ବିର୍ଲାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଏମ୍ସ କର୍ତ୍ତୃପକ୍ଷ ମଧ୍ୟ ସୂଚନା ଦେଇଛନ୍ତି । ତାଙ୍କ ଶରୀର ସମସ୍ତ ପାରାମିଟର ସ୍ବାଭାବିକ ମାତ୍ରାରେ ଥିବା ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ