ETV Bharat / bharat

ସଂସଦର ମୌସୁମୀ ଅଧିବଶନ; ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ - ବାଚସ୍ପତି ଓମ ବିର୍ଲା

ସଂସଦର ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା 18ରେ ବସିବ ସର୍ବଦଳୀୟ ବୈଠକ । ବାଚସ୍ପତି ଓମ ବିର୍ଲା ଡାକିଲେ ବୈଠକ ।

Lok Sabha Speaker Om Birla
Lok Sabha Speaker Om Birla
author img

By

Published : Jul 14, 2021, 12:09 PM IST

ନୂଆଦିଲ୍ଲୀ: ସଂସଦର ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା 18ରେ ବସିବ ସର୍ବଦଳୀୟ ବୈଠକ । ବାଚସ୍ପତି ଓମ ବିର୍ଲା ଡାକିଲେ ବୈଠକ ।

ଏହି 25 ଦିନିଆ ଅଧିବେଶନରେ ଉଭୟ ସଦନରେ ସରକାର ଅନେକ ଗୁରୁତ୍ବପୂର୍ଣ୍ଣ ବିଲ ଆଣିବେ । ଯେଉଁଥିରେ ରହିଛି ୟୁନିଫର୍ମ ସିଭିଲ କୋଡ, ଜନସଂଖ୍ୟା ନିୟନ୍ତ୍ରଣ ବିଲ ଭଳି ବିଲ । ଏହାବାଦ ଅନେକ ଘୋଷଣା ମଧ୍ୟ ସଦନରେ କରିବେ ସରକାର ।

ଫଳରେ ସଦନକୁ ସୁରୁଖୁରରେ ପରିଚାଳନା ପାଇଁ ବିରୋଧୀଙ୍କ ସହଯୋଗ ନିହାତି ଭାବେ ଦରକାର । ସେଥିପାଇଁ ବାଚସ୍ପତି ସମସ୍ତ ଦଳର ସଂସଦୀୟ ନେତାଙ୍କ ବୈଠକ ଡାକିଛନ୍ତି । ଏଥିରେ ମୌସୁମୀ ଅଧିବେଶନର ବିଭିନ୍ନ ଦିଗ ଓ ପ୍ରସଙ୍ଗକୁ ନେଇ ଆଲୋଚନା ହେବ ।

ଅନ୍ୟପଟେ ସେହିଦିନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ମଧ୍ୟ ବସିବ ବୈଠକ । ପାର୍ଲାମେଣ୍ଟ ଲାଇବ୍ରେରୀ ହଲରେ ବସିବାକୁ ଥିବା ଏହି ବୈଠକରେ ଏନଡିଏର ନେତାମାନେ ଯୋଗଦେବେ । ଅଧିବେଶନ ବେଳେ ବିରୋଧୀଙ୍କ ମୁକାବିଲା ସହ ସରକାରଙ୍କ ଏଜେଣ୍ଡା ଉପରେ ରଣନୀତି ପ୍ରସ୍ତୁତ ହେବ ।

ସୂଚନାଯୋଗ୍ୟ ଯେ, ଆସନ୍ତା 19 ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ଏହା ଅଗଷ୍ଟ 14 ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ଉଭୟ ସଦନ ପୂର୍ବାହ୍ନ 11 ଟାରୁ ସଂଧ୍ୟା 6 ଟା ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.