ETV Bharat / bharat

ବାଚସ୍ପତି ଓମ ବିର୍ଲା ଅସୁସ୍ଥ, ଫୁ଼ଡ ପଏଜନିଂ ହୋଇଥିବା ଡାକ୍ତରଙ୍କ ସୂଚନା - ଓମ ବିର୍ଲାଙ୍କ ସ୍ବାସ୍ଥ୍ୟବସ୍ଥା

ବାଚସ୍ପତି ଓମ ବିର୍ଲା ଅସୁସ୍ଥ, ଚିକିତ୍ସା କରୁଛି ସ୍ବତନ୍ତ୍ର ଡାକ୍ତରୀ ଟିମ । ଫୁଡ ପଏଜନିଂ ହୋଇଥିବା ଡାକ୍ତରଙ୍କ ସୂଚନା । ପଢନ୍ତୁ ଅଧିକ.....

ବାଚସ୍ପତି ଓମ ବିର୍ଲା ଅସୁସ୍ଥ, ଫୁ଼ଡ ପଏଜନିଂ ହୋଇଥିବା ସୂଚନା ଦେଲେ ଡାକ୍ତର

author img

By

Published : Dec 24, 2020, 10:59 PM IST

ଜୟପୁର: ବାଚସ୍ପତି ଓମ ବିର୍ଲା ରାଜସ୍ଥାନର କୋଟା ଗସ୍ତରେ ଥିବାବେଳେ ସେ ହଠାତ ଅସୁସ୍ଥ ହୋଇ ପଡିଥିବା ସୂଚନା ମିଳିଛି । ସେ ହଠାତ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି । ତାଙ୍କର ଫୁଡ ପଏଜନିଂ ସମସ୍ୟା ଦେଖାଯାଇଥିବା ପ୍ରାଥମିକ ଭାବେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ବିର୍ଲାଙ୍କର ଶକ୍ତିନଗରସ୍ଥିତ ବାସଭବନରେ ସ୍ବତନ୍ତ୍ର ଡାକ୍ତରୀ ଟିମ ପହଞ୍ଚି ଚିକିତ୍ସା କରୁଛି ।

ବାଚସ୍ପତି ଓମ ବିର୍ଲା ଅସୁସ୍ଥ, ଫୁ଼ଡ ପଏଜନିଂ ହୋଇଥିବା ଡାକ୍ତରଙ୍କ ସୂଚନା

ତାଙ୍କର ଅସୁସ୍ଥତା କାରଣରୁ ପୁର୍ବରୁ ସ୍ଥିର କରାଯାଇଥିବା ସମସ୍ତ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରିବାକୁ ପଡିଛି । କୋଟା ଓମ ବିର୍ଲାଙ୍କର ନିଜ ସଂସଦୀୟ କ୍ଷେତ୍ର ହୋଇଥିବାବେଳେ ସେ ତାଙ୍କ ଗସ୍ତ ସମୟରେ ସ୍ଥାନୀୟ ବାସିନ୍ଦାଙ୍କ ସମସ୍ୟାକୁ ନେଇ ଜନ ଶୁଣାଣି କରିବାର କାର୍ଯ୍ୟକ୍ରମ ଥିଲା । ସେ ସେଠାରେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଜନଶୁଣାଣିରେ ଉପସ୍ଥିତ ଥିଲେ । ଶୀତ ଦିନରେ ରାତିରେ ରାସ୍ତା କଡରେ ଶୋଇଥିବା ନିରାଶ୍ରୟ ବ୍ୟକ୍ତିମାନଙ୍କୁ ସେ କମ୍ବଳ ମଧ୍ୟ ବଣ୍ଟିଥିଲେ ।

ଗୁରୁବାର ଅର୍ଥାତ ଆଜି ସକାଳେ ମଧ୍ୟ ତାଙ୍କର ଜନ ଶୁଣାଣି କାର୍ଯ୍ୟକ୍ରମ ଥିବାବେଳେ ହଠାତ ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ଅବନ୍ନତି ଦେଖାଯାଇଥିଲା। ଫଳରେ ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା ଜଣାପଡିଛି । ତାଙ୍କ ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ଡାକ୍ତରି ଟିମ ଗଠନ କରାଯାଇ ତାଙ୍କ ଶକ୍ତିନଗରସ୍ଥିତ ବାସ ଭବନକୁ ପଠାଯାଇଛି । ସେଠାରେ ପ୍ରାଥମିକ ପରୀକ୍ଷା ପରେ ତାଙ୍କର ଫୁଡ ପଏଜନିଂ ପରି କିଛି ସମସ୍ୟା ଦେଖାଯାଇଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.