ETV Bharat / bharat

ନିର୍ବାଚନ ପରେ ମନେ ପଡିଲା କୋରୋନା ! ପଶ୍ଚିମବଙ୍ଗରେ ଆଂଶିକ ଲକଡାଉନ

author img

By

Published : May 5, 2021, 3:40 PM IST

ପଶ୍ଚିମବଙ୍ଗରେ ଏବେ ମାସ୍କ ଲଗାଇବା ବାଧ୍ୟତାମୂଳ କରାଯାଇଛି । ଲୋକାଲ ଟ୍ରେନର ଯାତାୟତ ଗୁରୁବାର ଠାରୁ ବନ୍ଦ ରହିବ । ସେହିପରି ବଜାର ସକାଳ 7ଟାରୁ ଦିନ 10ଟା ଏବଂ ସଂଧ୍ୟାରେ 5ଟାରୁ 7ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ କୁହାଯାଇଛି । ଅଧିକ ପଢନ୍ତୁ...

ନିର୍ବାଚନ ପରେ ମନେ ପଡିଲା କୋରୋନା ! ପଶ୍ଚିମବଙ୍ଗରେ ଆଂଶିକ ଲକଡାଉନ
ନିର୍ବାଚନ ପରେ ମନେ ପଡିଲା କୋରୋନା ! ପଶ୍ଚିମବଙ୍ଗରେ ଆଂଶିକ ଲକଡାଉନ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ବାହାରିବା ପରେ ରାଜ୍ୟରେ ଲାଗୁ ହୋଇଯାଇଛି କଡା କଟକଣା । ସଂକ୍ରମଣକୁ ଦୃଷ୍ଟିରେ ରଖି ଆଂଶିକ ଲକଡାଉନ ଘୋଷଣା କରିଛନ୍ତି ମମତା ବାନାର୍ଜୀ ସରକାର ।

ପଶ୍ଚିମବଙ୍ଗରେ ଏବେ ମାସ୍କ ଲଗାଇବା ବାଧ୍ୟତାମୂଳ କରାଯାଇଛି । ଲୋକାଲ ଟ୍ରେନର ଯାତାୟତ ଗୁରୁବାର ଠାରୁ ବନ୍ଦ ରହିବ । ସେହିପରି ବଜାର ସକାଳ 7ଟାରୁ ଦିନ 10ଟା ଏବଂ ସଂଧ୍ୟାରେ 5ଟାରୁ 7ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ କୁହାଯାଇଛି । ଅନ୍ୟପକ୍ଷେ କୌଣସି ସାମାଜିକ ତଥା ରାଜନୈତିକ ସମାରୋହ ଉପରେ ଲଗାଯାଇଛି କଟକଣା ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟରେ କେବଳ 50 ପ୍ରତିଶତ ଉପସ୍ଥିତି ରହିବ ।

ପଶ୍ଚିମବଙ୍ଗରେ ନିର୍ବାଚନ ପରେ କୋରୋନା ସଂକ୍ରମଣରେ ବୃଦ୍ଧି ପରିଲକ୍ଷିତ ହେଉଛି । ସେପଟେ ଫଳାଫଳ ଘୋଷଣା ହେବା କ୍ଷଣି କିଛି ତୃଣମୂଳ କାର୍ଯ୍ୟକର୍ତ୍ତା ବିଜୟୋତ୍ସବ ପାଳନ କରିଥିବା ଦେଖିବାକୁ ମିଳିଥିଲା । ଏନେଇ ଏହାକୁ ଗମ୍ଭୀରତାର ସହ ନେଇଥିଲେ ନିର୍ବାଚନ କମିଶନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.