ETV Bharat / bharat

ପୁଡୁଚେରୀରେ ଜୁନ୍ 21ପର୍ଯ୍ୟନ୍ତ ବଢିଲା ଲକଡାଉନ ଅବଧି

author img

By

Published : Jun 15, 2021, 7:58 AM IST

ପୁଡୁଚେରୀରେ ଜୁନ୍ 21 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହେଲା ଲକଡାଉନ ଅବଧି । ଅଧିକ ପଢନ୍ତୁ...

ପୁଡୁଚେରୀରେ  ଜୁନ୍ 21ପର୍ଯ୍ୟନ୍ତ ବଢିଲା ଲକଡାଉନ ଅବଧି
ପୁଡୁଚେରୀରେ ଜୁନ୍ 21ପର୍ଯ୍ୟନ୍ତ ବଢିଲା ଲକଡାଉନ ଅବଧି

ପୁଡୁଚେରୀ: ପୁଡୁଚେରୀରେ ବଢିଲା ଲକଡାଉନ ଅବଧି । ଜୁନ୍ 21 ତାରିଖ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କଲେ ପୁଡୁଚେରୀ ସରକାର । ରାଜସ୍ବ ସଚିବ ଦ୍ବାରା ଏନେଇ ଏକ ବିଜ୍ଞପ୍ତି ଜାରି ହୋଇଛି । ନିର୍ଦ୍ଦେଶାନାମା ଅନୁଯାୟୀ ରାତି 10 ଟାରୁ 5 ଟା ପର୍ଯ୍ୟନ୍ତ ଜୁନ୍ 21 ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ।

ହୋଟେଲ, ଲଜ୍ ଏବଂ ଗେଷ୍ଟ ହାଉସ୍ ଏବଂ ବାର୍ ଗୁଡିକୁ କୋରୋନା ନିୟମ ମାନି ସକାଳ 9 ଟାରୁ ଅପରାହ୍ନ 5 ଟା ପର୍ଯ୍ୟନ୍ତ 50 ପ୍ରତିଶତ କ୍ଷମତା ସହିତ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ଛୋଟ ଛୋଟ ଦୋକାନ ଗୁଡିକୁ ସକାଳ 9 ଟାରୁ 5 ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି |

ବିବାହରେ 25 ଜଣଙ୍କୁ ଯୋଗ ଦେବାକୁ ଅନୁମତି ମିଳିଥିବା ବେଳେ ଅନ୍ତିମ ସତ୍କାର ପାଇଁ 20 ଜଣଙ୍କୁ ଅନୁମତି ମିଳିଛି । ନିର୍ଦ୍ଦେଶାବଳୀ ଅନୁଯାୟୀ ଶିଳ୍ପ ପ୍ରତିଷ୍ଠାନ, ଉତ୍ପାଦନ କେନ୍ଦ୍ର ଏବଂ ନିର୍ମାଣ କାର୍ଯ୍ୟକଳାପ କୁ କାମ କରିବାକୁ ଅନୁମତି ମିଳିଛି ।

ସମସ୍ତ ବେସରକାରୀ କାର୍ଯ୍ୟାଳୟ ଗୁଡିକ କୋରୋନା ନିୟମ ମାନି ସକାଳ 9 ଟାରୁ ରାତି 6 ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଏଥି ସହ କର୍ମଚାରୀ ମାନେ 100 ପ୍ରତିଶତ ଟୀକାକରଣ ନିଶ୍ଚିତ କରିବ ବୋଲି ଅଧିକାରୀମାନେ କହିଛନ୍ତି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.