ETV Bharat / bharat

ତେଲେଙ୍ଗାନାରେ 10 ଦିନ ବଢିଲା ଲକଡାଉନ, ସକାଳ 6ଟାରୁ ଅପରାହ୍ନ 5ଟା ଯାଏଁ କୋହଳ ହେବ କଟକଣା - ତେଲେଙ୍ଗାନାରେ ଲକଡାଉନ କୋହଳ

ତେଲେଙ୍ଗାନାରେ ଆଉ 10 ଦିନ ବଢିଲା ଲକଡାଉନ ଅବଧି । ତେବେ ସକାଳ 6ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ କୋହଳ ରହିବ କଟକଣା । ଅଧିକ ପଢନ୍ତୁ...

ତେଲେଙ୍ଗାନାରେ 10 ଦିନ ବଢିଲା ଲକଡାଉନ, ସକଳା 6ଟାରୁ ଅପରାହ୍ନ 5ଟା ଯାଏଁ କୋହଳ ହେବ କଟକଣା

author img

By

Published : Jun 8, 2021, 9:42 PM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ବଢିଲା ଲକଡାଉନ ଅବଧି । ଲକଡାଉନକୁ ଆଉ 10 ଦିନ ବଢାଇଲେ ତେଲେଙ୍ଗାନା ସରକାର । ତେବେ ସକାଳ 6ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ କୋହଳ ରହିବ କଟକଣା ।

ତେଲେଙ୍ଗାନା ରାଜ୍ୟ କ୍ୟାବିନେଟ ଜୁନ 10 ରୁ 19 ତାରିଖ ପର୍ଯ୍ୟନ୍ତ ଆଉ 10 ଦିନ ପାଇଁ ଲକଡାଉନ ବୃଦ୍ଧି ନିଷ୍ପତ୍ତି ନେଇଛନ୍ତି । ସକାଳ 6ଟା ରୁ ଅପରାହ୍ନ 5 ଟା ପର୍ଯ୍ୟନ୍ତ ଲକଡାଉନ କଟକଣାକୁ କୋହଳ କରାଯାଇଛି ଏବଂ ଏକ ଘଣ୍ଟା ମଧ୍ୟରେ ଲୋକଙ୍କୁ ନିଜ ଗନ୍ତବ୍ୟ ସ୍ଥଳ ଫେରିବାକୁ ନିର୍ଦ୍ଦେଶ ରହିଛି । ସେହପରି ପୋଲିସକୁ ସନ୍ଧ୍ୟା 6ଟାରୁ ସକାଳ 6ଟା ଯାଏଁ କଟକଣା କଡାକଡି କରିବାକୁ ନିର୍ଦ୍ଦେଶ ରହିଛି ।

ପୂର୍ବରୁ ତେଲେଙ୍ଗାନାରେ ସକାଳ 6ଟାରୁ ପୂର୍ବାହ୍ନ 1ଟା ଯାଏଁ କଟକଣାକୁ କୋହଳ କରାଯାଇଥିଲା ଏବଂ ଆଉ ଏକ ଘଣ୍ଟା ସମୟ ଲୋକଙ୍କୁ ନିଜ ଘରକୁ ଫେରିବାକୁ ଦିଆଯାଇଥିଲା । ତେବେ କ୍ୟାବିନେଟ ସତୁପାଲି, ମଥିରା, ନଲାଗୋଣ୍ଡା, ନାଗାର୍ଜୁନ, ଦେବରକୋଣ୍ଡା, ମୁନୁଗୋଡା, ମିରଲାୟଗୁଡା ଆଦି ଅଞ୍ଚଳରେ ପୂର୍ବର ଲକଡାଉନ କଟକଣା ବଳବତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.