ETV Bharat / bharat

ଗାଁ ଦାଣ୍ଡରେ ଖେଳୁଥିଲା କୁନି ଝିଅ, ଟାଣି ନେଇ ଖଣ୍ଡ ଖଣ୍ଡ କଲା ଚିତା

author img

By ETV Bharat Odisha Team

Published : Sep 2, 2023, 7:32 PM IST

ଲଖିମପୁର ଖେରୀରେ ବାଘ ଆକ୍ରମଣ ନେଇ ଦୁଇ ଦୁଇଟି ଘଟଣା ସାମନାକୁ ଆସିଛି। ଜଣେ ନାବାଳିକାର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଅଧିକ ପଢନ୍ତୁ

leopard attack in kheri
ଲଖିମପୁର ଖେରୀରେ ବାଘ ଆତଙ୍କ

ଲକ୍ଷ୍ନୌ: ଲଖିମପୁର ଖେରୀରେ ବଢିବାରେ ଲାଗିଛି ବନ୍ୟଜନ୍ତୁଙ୍କ ଉପଦ୍ରବ। ବାଘ ଆକ୍ରମଣ ନେଇ ଦୁଇ ଦୁଇଟି ଘଟଣା ସାମନାକୁ ଆସିଛି। ଶୁକ୍ରବାର ଏକ ଚିତାବାଘ ଆକ୍ରମଣର ଶିକାର ହୋଇଥିଲା 7 ବର୍ଷର ଝିଅ। ପରବର୍ତ୍ତୀ ସମୟରେ ନାବାଳିକାର ମୃତଦେହ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେହିପରି ଗୋଲା କୋଟୱାଲିର ଜାମୁନାବାଦ ଫାର୍ମ ନିକଟ କେନାଲ ରାସ୍ତାରେ ଯାଉଥିବାବାବେଳେ ଚିତାବାଘ ଆକ୍ରମଣର ଶିକାର ହୋଇଥିଲେ ଜଣେ ଯୁବକ। ଏହିଭଳି 2ଟି ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।

ଖେରି ପୋଲିସ ଷ୍ଟେସନ ଅଞ୍ଚଳର ମୁକୁନ୍ଦା ଗାଁର ବାସିନ୍ଦା ରାକେଶଙ୍କର 7ବର୍ଷର ଏକ ଝିଅ ରିମଝିମ ନିଜ ଆଈଙ୍କୁ ଭେଟିବାକୁ ନକହା ଚୌକି ଅଞ୍ଚଳର ମଝାରା ଗୌଡି ଗାଁକୁ ଆସିଥିଲେ। ରିମଝିମଙ୍କ ସମ୍ପର୍କୀୟଙ୍କ କହିବା ଅନୁସାରେ, ଶୁକ୍ରବାର ସନ୍ଧ୍ୟା ସମୟରେ ସେ ବାହାରେ ଖେଳୁଥିବା ଅବସ୍ଥାରେ ହଠାତ୍ ବାଘ ଆସି ତାଙ୍କୁ ଆକ୍ରମଣ କରିବା ସହ କେଉଁ ଆଡେ ନେଇ ପଳାଇ ଯାଇଥିଲା। ଏନେଇ ଗ୍ରାମବାସୀ ବନ ବିଭାଗ ଏବଂ ପୋଲିସକୁ ସୂଚନା ଖବର ଦେଇଥିଲେ। ବନବିଭାଗର ଏକ ଟିମ୍ ଆସି ଛାନଭିନ କରିବା ସହ ଝିଅଟିର ସନ୍ଧାନ କରିବାକୁ ବହୁ ଚେଷ୍ଟା କରି ସୁଦ୍ଧା ବିଫଳ ହୋଇଥିଲେ।

ଏପରିକି ବନବିଭାଗ ଅଧିକାରୀଙ୍କ ସହ ସ୍ଥାନୀୟ ବିଧାୟକ ମଧ୍ୟ ସେଠାରେ ପହଞ୍ଚିଥିଲେ। ହେଲେ ନାବାଳିକାର କୌଣସି ପତ୍ତା ମିଳିପାରିନଥିଲା। ଶେଷରେ ଆଜି ସକାଳୁ ସକାଳୁ ରିମଝିମର ମୃତଦେହ ଗ୍ରାମଠାରୁ କିଛି ଦୂରରେ ପଡିଥିବା ଦେଖିବାକୁ ମିଳିଥିଲା। ଝିଅଟିର ଖଣ୍ଡ ବିକଣ୍ଡିତ ମୃତଦେହ ମିଳିବା ପରେ ଗ୍ରାମରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏହା ବି ପଢନ୍ତୁ...ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ବୁଲୁଛି ମହାବଳ ବାଘ, ଭିଡିଓ ଭାଇରାଲ

ସେପଟେ ଘଟଣା ସମ୍ପର୍କରେ ଡିଏଫଓ କହିଛନ୍ତି ସଂଜୟ ବିଶ୍ବାଳ କହିଛନ୍ତି , ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛୁ। ନାବାଳିକାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯିବ। ତେବେ ବନ୍ୟଜନ୍ତୁଙ୍କୁ କାବୁ କରିବାକୁ ଗାଁରେ ଜନ୍ତା ରଖାଯିବ।" ଏହାସହ କୌଣସି ବ୍ୟକ୍ତିଙ୍କୁ ଚାଷଜମିକୁ ଏକୁଟିଆ ନଯିବା ପାଇଁ ପରାମର୍ଶ ଦିଆଯାଇଛି।

ଅପରପକ୍ଷେ, ଜଣେ ଯୁବକ ମଧ୍ୟ ରାସ୍ତାରେ ଯାଉଥିବାବେଳେ ଚିତାବାଘ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛନ୍ତି। ଯୁବକ ଜଣକ ଏକ ବାଇକ ଯୋଗେ ଯାତ୍ରା କରୁଥିବା ସମୟରେ ତାଙ୍କୁ ଚିତାବାଘ ଆକ୍ରମଣ କରିଥିବା କୁହାଯାଉଛି। ଆକ୍ରମଣ ଫଳରେ ଯୁବକ ଜଣକ ଗୁରୁତର ଅବସ୍ଥାରେ ଲଖିମପୁର ଜିଲ୍ଲା ମୁକ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଯୁବକ ଜଣକ ହେଲେ ବଖାରି ଗାଁର ପ୍ରମୋଦ କୁମାର। ତାଙ୍କ ଚିକିତ୍ସା ପାଇଁ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଖେରୀ ଡିଏଫଓ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.