ETV Bharat / bharat

ଉଦଘାଟନର 12 ଘଣ୍ଟା ପରେ ଭୁଶୁଡ଼ିଲା ବହୁ ପ୍ରତିକ୍ଷିତ କେନାଲ - ଉଦଘାଟନ ପରେ ଭୁଶୁଡ଼ିଲା ବହୁ ପ୍ରତିକ୍ଷିତ କେନାଲ

ଦୀର୍ଘ ବର୍ଷର ଅପେକ୍ଷା ପରେ ଗାଁକୁ ଆସିଲା ପାଣି । ଗୁଜୁରାଟର କୁଚ ଅନ୍ତର୍ଗତ ମାଣ୍ଡଭି ଏବଂ ମୁଣ୍ଡ୍ରା କେନାଲରେ ନର୍ମଦା ନଦୀର ଜଳ ପ୍ରବାହିତ ହୋଇଛି । କିନ୍ତୁ କିଛି କ୍ଷଣରେ ବହୁ ପ୍ରତିକ୍ଷିତ କେନାଲଟି ଭୁଶୁଡ଼ି ପଡିଥିଲା । ଅଧିକ ପଢ଼ନ୍ତୁ

Large damage to Narmada canal within 12 hours of the release of water by Narmada Water Corporation after years
ଉଦଘାଟନର 12 ଘଣ୍ଟା ପରେ ଭୁଶୁଡ଼ିଲା ବହୁ ପ୍ରତିକ୍ଷିତ କେନାଲ
author img

By

Published : Jul 8, 2022, 11:23 AM IST

ଗାନ୍ଧୀନଗର: ଦୀର୍ଘ ବର୍ଷର ଅପେକ୍ଷା ପରେ ଗାଁକୁ ଆସିଲା ପାଣି । ଗୁଜୁରାଟର କୁଚ ଅନ୍ତର୍ଗତ ମାଣ୍ଡଭି ଏବଂ ମୁଣ୍ଡ୍ରା କେନାଲରେ ନର୍ମଦା ନଦୀର ଜଳ ପ୍ରବାହିତ ହୋଇଛି । କେନାଲରେ ପାଣି ଆସିବା ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଥିଲା । କିନ୍ତୁ କିଛି କ୍ଷଣର ଖୁସି ପାଣି ଫଟୋକା ଭଳି ମିଳେଇଗଲା । ବହୁ ପ୍ରତିକ୍ଷିତ କେନାଲ ଉଦଘାଟନର 12 ଘଣ୍ଟା ପରେ ତାହା ଭୁଶୁଡ଼ି ପଡିଥିଲା ।

ଗୁଜୁରାଟରେ ପ୍ରବଳ ବର୍ଷା ଯୋଗୁଁ ବିଳମ୍ବିତ ରାତି ପ୍ରାୟ 2ଟା ସମୟରେ ନୂତନ କେନାଲଟି ଭୁଶୁଡ଼ି ଯାଇଥିଲା । ଏହାପରେ କେନାଲରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଚାଷ ଜମିରେ ପାଣି ପଶିଥିଲା । ଫଳରେ ଚାଷୀଙ୍କ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଦୀର୍ଘ ଦୁଇ ଦଶନ୍ଧି ଅପେକ୍ଷା ପରେ ମାଣ୍ଡଭି ଏବଂ ମୁଣ୍ଡ୍ରା କେନାଲ ଦେଇ ନର୍ମଦା ଜଳ ପ୍ରବାହିତ ହୋଇଥିଲା । କିନ୍ତୁ ଗୋଟିଏ ଦିନରେ କେନାଲ ଭୁଶୁଡ଼ି ଯିବାନେଇ ଅନେକ ପ୍ରଶ୍ନ ଉଠୁଛି । କେନାଲ କାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି । ଅନ୍ୟପଟେ କେନାଲର ତୁରନ୍ତ ମରାମତି ହେବ ବୋଲି ନର୍ମଦା ନିଗମ ଅଧିକାରୀ କହିଛନ୍ତି ଏବଂ ଫସଲ ନଷ୍ଟ ହୋଇଥିବା ଯୋଗୁଁ ଚାଷୀଙ୍କୁ କ୍ଷତିପୂରଣ ଦେବାନେଇ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.