ETV Bharat / bharat

କୋଝିକୋଡ଼ ବିମାନ ଦୁର୍ଘଟଣା: ପୀଡିତଙ୍କୁ ଭେଟିଲେ ରାହୁଲ ଗାନ୍ଧୀ - ପୀଡିତଙ୍କୁ ଭେଟିଲେ ରାହୁଲ ଗାନ୍ଧୀ

କେରଳ ଗସ୍ତରେ ଥିବା କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ କୋଝିକୋଡ ବିମାନ ଦୁର୍ଘଟଣାର ପୀଡିତଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ...

କୋଝିକୋଡ଼ ବିମାନ ଦୁର୍ଘଟଣା: ପୀଡିତଙ୍କୁ ଭେଟିଲେ ରାହୁଲ ଗାନ୍ଧୀ

author img

By

Published : Feb 22, 2021, 1:26 PM IST

ଥିରୁଅନନ୍ତପୁରମ: କେରଳର କୋଝିକୋଡ଼ ବିମାନ ଦୁର୍ଘଟଣାର ଶିକାର ହୋଇଥିବା ପୀଡିତ ଲୋକଙ୍କୁ ସୋମବାର କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ଭେଟିଛନ୍ତି । ତେବେ ସେ ବିଭିନ୍ନ କାର୍ଯ୍ୟକ୍ରମର ଉଦଘାଟନ କରିବା ପାଇଁ କେରଳ ଗସ୍ତରେ ଥିବା ସମୟରେ ଏହି ପୀଡିତଙ୍କୁ ଭେଟିଥିବା ଜଣାପଡିଛି ।

ଏହି ଦୁର୍ଘଟଣା 2020 ମସିହା ଅଗଷ୍ଟ 7 ତାରିଖରେ ରାଜ୍ୟର କାଲପେଟ୍ଟାଠାରେ ଘଟିଥିଲା । ଏୟାର ଇଣ୍ଡିଆର ଏହି ବିମାନରେ 190 ଜଣ ଯାତ୍ରୀ ଓ 10 ଜଣ ଶିଶୁ ଯାତ୍ରା କରୁଥିବା ବେଳେ କାରିପୁର ବିମାନ ବନ୍ଦରରେ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ 2 ଜଣ ପାଇଲଟଙ୍କ ମୃତ୍ୟୁ ଘଟିଥିଲା ।

କେନିଚିରାର ଶିଶୁ ଜିସୁ ସ୍କୁଲରେ ପୁଥାଡି ଗ୍ରାମ ପଞ୍ଚାୟତ କୁଦୁମ୍ପାସ୍ରୀ ସଙ୍ଗମମ ଏବଂ ବିଦ୍ୟା ବାହିନୀ ବସ୍ ବିତରଣର ଉଦଘାଟନ ପାଇଁ କଂଗ୍ରେସ ନେତା ୱାୟାନାଡ ଜିଲ୍ଲାରେ ପହଞ୍ଚିଛନ୍ତି । ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର କାଶରଗଡ଼ରେ ଆୟୋଜିତ ହୋଇଥିବା ବିଜୟ ଯାତ୍ରାରେ ଉଦଘାଟନ କରିଥିଲେ । ଏହି ବିଜୟ ଯାତ୍ରାରେ ଅଂଶଗ୍ରହଣ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଜେନ ଭିକେ ସିଂ, ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କେରଳ ଗସ୍ତ କରିବେ ବୋଲି ଜଣାପଡିଛି ।

ଏହି ଯାତ୍ରାରେ କେରଳର ବିଭିନ୍ନ ସମସ୍ୟା, ରାଜ୍ୟକୁ ଅପରାଧମୁକ୍ତ, ବିରୋଧୀ ରାଜନୀତି ଏବଂ ବ୍ୟାପକ ବିକାଶ ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡିଛି । ତେବେ ଯାତ୍ରାର ଶେଷ ଦିନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ରହିବେ । ତେବେ ମାର୍ଚ୍ଚ 7 ତାରିଖରେ ଥିରୁଅନନ୍ତପୁରମ ଏକ ରାଲି ହୋଇ ଯାତ୍ରାକୁ ଶେଷ କରାଯିବ ବୋଲି ଜଣାପଡିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.