ETV Bharat / bharat

କୋଲକାତା ଅନ୍ତର୍ଜାତୀୟ ବିମାନବନ୍ଦରକୁ ହାଇଜାକ୍ ଧମକ

କୋଲକାତାର ସୁବାଷଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରକୁ ହାଇଜାକ ପାଇଁ ଧମକପୂର୍ଣ୍ଣ କଲ । ଅଧିକ ପଢନ୍ତୁ...

ହାଇଜାକ ହେବ କୋଲକତା ଅନ୍ତର୍ଜାତୀୟ ବିମାନବନ୍ଦ, ଆସିଲା ଧମକ ପୂର୍ଣ୍ଣ କଲ

author img

By

Published : Aug 19, 2021, 2:29 PM IST

କୋଲକାତା: କୋଲକାତାର ନେତାଜୀ ସୁବାଷଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରକୁ ହାଇଜାକ ପାଇଁ ଧମକପୂର୍ଣ୍ଣ କଲ । ଗତକାଲି ସଂନ୍ଧ୍ୟା ୬ଟା ୫୦ ମିନିଟରେ କୋଲକାତାର ବିମାନବନ୍ଦରକୁ କେହି ଅଜ୍ଞାତ ବ୍ୟକ୍ତି କଲ କରି ଏପରି ଧମକ ଦେଇଥିବା ଜଣାପଡିଛି । ଏହି ଫୋନ କଲ ଆସିବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ପୋଲିସକୁ ଖବର ଦେଇଥିଲେ। ଏନେଇ କୋଲକାତା ପୋଲିସ ତଦନ୍ତ ଆରମ୍ଭ କରିଛି ।

ଜଣେ ସ୍ଥାନୀୟ ବ୍ୟକ୍ତି ଏୟାର ଇଣ୍ଡିଆର ଷ୍ଟେସନ ମ୍ୟାନେଜରଙ୍କୁ ଏୟାର ଇଣ୍ଡିଆ ବିମାନକୁ ହାଇଜାକ ହେବା ନେଇ କଲ କରି ଧମକ ଦେଇଥିଲେ । ଏନେଇ ଏୟାର ଇଣ୍ଡିଆର ଅଧିକାରୀମାନେ ବିମାନ ବନ୍ଦରରେ ସୁରକ୍ଷା ପାଇଁ ପୋଲିସକୁ ସୂଚନା ଦେଇଥିଲେ। ଧମକପୂର୍ଣ୍ଣ କଲ ଆସିଥିବା ବ୍ୟକ୍ତିଙ୍କ ବିରୋଧରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଗତମାସରେ କୋଲକାତାର NSCBI ବିମାନବନ୍ଦରରେ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ସମାନ ଢଙ୍ଗରେ ଏକ କଲ ଆସିଥିଲା । ଯେଉଁଥିରେ କି ଦୁବାଇରୁ ଆସୁଥିବା ବିମାନରେ ବୋମା ରଖାଯାଇଥିବା ଧମକ ଦିଆଯାଇଥିଲା । କିନ୍ତୁ ଏହା ପରେ ମିଛ ପ୍ରମାଣିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.