ETV Bharat / bharat

Republic Day 2023: ଜାଣନ୍ତୁ କିପରି ଚୟନ ହୁଅନ୍ତି ମୁଖ୍ୟ ଅତିଥି

author img

By

Published : Jan 22, 2023, 5:38 PM IST

Updated : Jan 23, 2023, 3:44 PM IST

ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗେଦେବେ ଇଜିପ୍ଟର ରାଷ୍ଟ୍ରପତି ଫତେହ-ଇଲ-ସିସି । ସେ ଭାରତର ନିମନ୍ତ୍ରଣକୁ ସ୍ବୀକାର କରିଛନ୍ତି । ଭାରତର ସାଧାରଣତନ୍ତ୍ର ଦିବସରେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଅଂଶଗ୍ରହଣ କରନ୍ତି । ତେବେ ଆପଣ ଜାଣନ୍ତି କି କେଉଁ ଦିଗକୁ ଦୃଷ୍ଟିରେ ରଖି ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କୁ ଚୟନ କରାଯାଏ ? ଆସନ୍ତୁ ଜାଣିବା

how is chief guest chosen
how is chief guest chosen

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶ ୭୪ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି । ଏହି ଦିବସଟି ପ୍ରତିଟି ଭାରତୀୟବାସୀଙ୍କ ପାଇଁ ହୋଇଥାଏ ଗର୍ବ ଓ ଗୌରବର ଦିନ । ୧୯୫୦ ମସିହାରେ ଜାନୁଆରୀ ୨୬ ତାରିଖରେ ଆମ ଦେଶର ସମ୍ବିଧାନ ପ୍ରଣୟନ ହୋଇଥିଲା । ପ୍ରତିବର୍ଷ ଏହି ଗୌରବମୟ ଦିବସରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ପରେଡ୍‌ର ଆୟୋଜନ ହୋଇଥାଏ । ଏଥିରେ ବିଦେଶର ରାଷ୍ଟ୍ରମୁଖ୍ୟମାନେ ମୁଖ୍ୟ ଅତିଥି ଭାବେ ଯୋଗ ଦିଅନ୍ତି । ଚଳିତ ବର୍ଷ ଇଜିପ୍ଟ ରାଷ୍ଟ୍ରପତି ଅବଦ୍ଦଲ ଫତେହ ଇଲ-ସିସି ଯୋଗଦେବେ । ହେଲେ ଆପଣ ଜାଣନ୍ତି କି କିପରି ମୁଖ୍ୟ ଅତିଥିଙ୍କ ଚୟନ ହୋଇଥାଏ ?

Republic Day parade
ସାଧାରଣତନ୍ତ୍ର ଦିବସରେ ଗୌରବର ଗାଥା ଗାଏ କର୍ତ୍ତବ୍ୟ ପଥ

କିପରି ମୁଖ୍ୟ ଅତିଥିଙ୍କ ଚୟନ ହୋଇଥାଏ ?:- ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଅନେକ ଦିଗକୁ ଦୃଷ୍ଟିରେ ରଖି ମୁଖ୍ୟ ଅତିଥିଙ୍କୁ ନିମନ୍ତ୍ରଣ କରିଥାନ୍ତି । ସାଧାରଣତନ୍ତ୍ର ଦିବସର ପ୍ରାୟ ୬ମାସ ପୂର୍ବରୁ ଏହି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଦେଶର ଆର୍ଥିକ, ରାଜନୈତିକ, ବାଣିଜ୍ୟିକ ସମ୍ପର୍କ, ସୈନ୍ୟ ସହଯୋଗ ଆଦି ବିଭିନ୍ନ କୂଟନୈତିକ ସ୍ତରକୁ ଦୃଷ୍ଟିରେ ରଖି ମୁଖ୍ୟ ଅତିଥିଙ୍କ ତାଲିକା ପ୍ରସ୍ତୁତ ହୋଇଥାଏ । ଏତତ ବ୍ୟତୀତ କୌଣସି କୂଟନୈତିକ ସମ୍ପର୍କ ନଥିବା ରାଷ୍ଟ୍ରକୁ ମଧ୍ୟ ସାଧାରଣତନ୍ତ୍ର ଦିବସରେ ଗୁରୁତ୍ବ ଦିଆଯାଇଥାଏ । କାରଣ ସାଧାରଣତନ୍ତ୍ର ଦିବସ କୂଟନୈତିକ ସମ୍ପର୍କ ସ୍ଥାପନ ପାଇଁ ଏକ ସୁଯୋଗ ପ୍ରଦାନ କରିଥାଏ ।

ଏହା ଉପରେ ଫୋକସ କରି ମୁଖ୍ୟ ଅତିଥି ତାଲିକା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ପଠାଇଥାଏ ବୈଦେଶିକ ମନ୍ତ୍ରଣାଳୟ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅନୁମୋଦନ ମିଳିବା ପରେ ମୁଖ୍ୟ ଅତିଥିଙ୍କ ନାମ ଓ ରାଷ୍ଟ୍ରକୁ ରାଷ୍ଚ୍ରପତିଙ୍କ ସ୍ବୀକୃତି ପାଇଁ ପଠାଯାଇଥାଏ । ରାଷ୍ଚ୍ରପତିଙ୍କ ସ୍ବୀକୃତି ମିଳିବା ପରେ ବୈଦେଶିକ ମନ୍ତ୍ରଣାଳୟ ଉକ୍ତ ରାଷ୍ଚ୍ରର ରାଷ୍ଚ୍ରଦୂତଙ୍କୁ ଯୋଗାଯୋଗ କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିଥାଏ । ପରେ ରାଷ୍ଟ୍ରଦୂତ ବୈଦେଶିକ ମନ୍ତ୍ରଣାଳୟର ପ୍ରସ୍ତାବକୁ ସେହି ଦେଶର ରାଷ୍ଚ୍ରମୁଖ୍ୟଙ୍କ ନିକଟକୁ ପଠାଇଥାନ୍ତି । ଯଦି ପ୍ରସ୍ତାବ ଗ୍ରହଣ ହେବାର ସମ୍ଭାବନା ନିଶ୍ଚିତ ହୁଏ, ଏହାପରେ ଉଭୟ ଦେଶର ବୈଦେଶିକ ମନ୍ତ୍ରଣାଳୟ ନିୟମିତ ଯୋଗାଯୋଗରେ ରୁହନ୍ତି । ସାଧାରଣତନ୍ତ୍ରରେ ହେବାକୁ ଥିବା ମୁଖ୍ୟଅତିଥିଙ୍କ ଗସ୍ତ, ସୁରକ୍ଷା, ଖାଦ୍ୟ, କାର୍ଯ୍ୟକ୍ରମ, ସମୟ, କୌଣସି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଯାହା ବି ପ୍ରସ୍ତାବ ଆସିଥାଏ ତାହାକୁ ଉଭୟ ରାଷ୍ଟ୍ର ଚୂଡାନ୍ତ କରିଥାନ୍ତି ।

ଏହା ବି ପଢନ୍ତୁ- 74th Republic Day: ମୁଖ୍ୟ ଅତିଥି ହେବେ ଇଜିପ୍ଟ ରାଷ୍ଟ୍ରପତି

ମୁଖ୍ୟ ଅତିଥିଙ୍କ ବିନା ଗଣତନ୍ତ୍ର ଦିବସ:- ବିଗତ ବର୍ଷରେ ମୁଖ୍ୟ ଅତିଥିଙ୍କ ଅନୁପସ୍ଥିତିରେ ମଧ୍ୟ ଗଣତନ୍ତ୍ର ଦିବସ ପାଳନ କରାଯାଇଛି । ୧୯୫୨, ୧୯୫୩ ଓ ୧୯୬୬ ମସିହାରେ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କ ଅନୁପସ୍ଥିତିରେ ଏହି ଦିବସ ପାଳନ ହୋଇଥିଲା । ସେହିପରି ଗତ ୨୦୨୧ ମସିହାରେ ୟୁକେ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ମାତ୍ର ସେହି ସମୟରେ ଭାରତରେ କୋଭିଡ ମହାମାରୀ ସଂକ୍ରମଣ ବୃଦ୍ଧି ପାଇଥିଲା । ଏଥିଲାଗି ବୋରିସ ଭାରତ ଗସ୍ତରେ ଆସିପାରିନଥିଲେ । ଫଳରେ ଏହି ବର୍ଷ ମୁଖ୍ୟ ଅତିଥିଙ୍କ ବିନା ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥିଲା ।

କିଏ ଥିଲେ ପ୍ରଥମ ମୁଖ୍ୟ ଅତିଥି ? :- ଇଣ୍ଡୋନେସିଆର ରାଷ୍ଟ୍ରପତି ସୁକର୍ଣ୍ଣୋ ଭାରତର ପ୍ରଥମ ମୁଖ୍ୟ ଅତିଥି ରହିଥିଲେ ଯିଏକି ସାଧାରଣତନ୍ତ୍ର ଦିବସର ପରେଡରେ ଅଂଶଗ୍ରହଣ କରିଥିଲେ । ସେହିପରି ୧୯୫୫ ମସିହାରେ ତତ୍କାଳୀନ ପାକିସ୍ତାନର ଗଭର୍ଣ୍ଣର ଜେନେରାଲ ମଲିକ ଗୁଲାମ ମହମ୍ମଦ ଏହି ଦିବସରେ ସାମିଲ ହୋଇଥିଲେ । ଏଯାବତ ଗଣତନ୍ତ୍ର ଦିବସ ଅବସରରେ ୟୁକେ-ଫ୍ରାନ୍ସର ରାଷ୍ଟ୍ରମୁଖ୍ୟଙ୍କୁ ୫-୫ ଥର ନିମନ୍ତ୍ରିତ କରାଯାଇଛି । ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ରାଜଧାନୀ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ପରେଡ ଅନୁଷ୍ଠିତ ହୋଇଥାଏ ।

ନଜର ପକାନ୍ତୁ ୨୦୨୩ ବର୍ଷ ପର୍ଯ୍ୟନ୍ତ ସାଧାରଣତନ୍ତ୍ର ଦିବସରେ ସାମିଲ ହୋଇଥିବା ମୁଖ୍ୟ ଅତିଥିଙ୍କ ତାଲିକା ଉପରେ...

ସାଧାରଣତନ୍ତ୍ର ଦିବସରେ ସାମିଲ ହୋଇଥିବା ମୁଖ୍ୟ ଅତିଥିଙ୍କ ତାଲିକା

Last Updated : Jan 23, 2023, 3:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.