ETV Bharat / bharat

ପିଲାଙ୍କ ପେଟରେ ଦାନା ଦେବାକୁ ନଥିଲା ସାମର୍ଥ୍ୟ, ମାଗିଥିଲେ ୫୦୦ ମିଳିଲା ୫୧ ଲକ୍ଷ - ସୋସିଆଲ ମିଡିଆ

ବଦଳିଲା ମହିଳାଙ୍କ ଭାଗ୍ୟ, ଖାଦ୍ୟ ଖାଇବାକୁ ଜମେ ଶିକ୍ଷକଙ୍କୁ ମାଗିଥିଲେ ୫୦୦ ମିଳିଲା ୫୧ ଲକ୍ଷ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Dec 22, 2022, 9:48 AM IST

ଥିରୁଅନନ୍ତପୁରମ: ଦୁଃଖ ଆଣିଲା ଦାରିଦ୍ର୍ୟତା । ପିଲାଙ୍କ ପେଟକୁ ଦାନା ଯୋଗାଇବାକୁ ମହିଳାଙ୍କ ଆକୁଳ ନିବେଦନ । ଜଣେ ଶିକ୍ଷକଙ୍କୁ ୫୦୦ ଟଙ୍କା ମାଗିଥିବା ବେଳେ ପ୍ରତିବଦଳରେ ଆକାଉଣ୍ଟକୁ ଆସିଲା ୫୧ ଲକ୍ଷ । ଏଭଳି ଘଟଣା ଘଟିଛି କେରଳର ପାଲକଡାରେ ।

ପାଲକଡାର ୪୬ ବର୍ଷିୟ ସୁଭଦ୍ରା । ପରିବାର କହିଲେ ୩ ସନ୍ତାନ ଓ ସେ । ଗତ ଅଗଷ୍ଟା ମାସରେ ସେ ତାଙ୍କ ସ୍ବାମୀକୁ ହରାଇଥିଲେ । ଏହାପରେ ପରିବାରେ ମାଡିଆସିଲା ଦୁଃଖର କଳା ବାଦଲ । ପରିସ୍ଥିତି ଏପରି ହେଲା ଯେ ଶେଷରେ ପୁଅକୁ ପାଠ ପଢାଉଥିବା ଶିକ୍ଷକଙ୍କୁ ଟଙ୍କା ମାଗିଲେ ସୁଭଦ୍ରା । ତିନି ପିଲାଙ୍କ ଭୋଟ ମେଣ୍ଟାଇବାକୁ ଶିକ୍ଷକ ଗିରିଜା ହରିକୁମାରଙ୍କୁ ୫୦୦ ଟଙ୍କା ମାଗିଥିଲେ । ଏହାପରେ ଶିକ୍ଷକ ତାଙ୍କୁ କିଛି ଟଙ୍କା ଦେଇ ସାହାଯ୍ୟ କରିଥିଲେ । ଏହାପରେ ଦୁଃଖି ପରିବାରର ଦୁଃଖକୁ ନେଇ ଶିକ୍ଷକ ଗିରିଜା ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଜନସାଧାରଣଙ୍କ ସହାୟତା ମାଗିଥିଲେ । ଏକ ଫଣ୍ଡି ଅଭିଯାନ ଆରମ୍ଭ କରି ସୁଭଦ୍ରାଙ୍କ ଦୁଃଖ ବିଷୟରେ ଲେଖିବା ସହ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେଇଥିଲେ । ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୨ଦିନ ମଧ୍ୟରେ ମହିଳାଙ୍କ ଆକାଉଣ୍ଟକୁ ୫୧ ଲକ୍ଷ ଟଙ୍କା ଆସିଥିଲା ।

ଏହା ମଧ୍ୟ ପଢନ୍ତୁ-Winter Session: ସାବାଡ ହେବେ ସାମୁଦ୍ରିକ ଲୁଟେରା, ମେରିଟାଇମ ଆଣ୍ଟି ପାଇରେସି ବିଲ ପାରିତ

ଏନେଇ ଶିକ୍ଷକ ଗିରିଜା କହିଛନ୍ତି ଯେ, ''ମହିଳା ଜଣଙ୍କ ମୋତେ ୫୦୦ ଟଙ୍କା ମାଗିଥିଲେ । ମୁଁ ତାଙ୍କୁ ଏକ ହଜାର ଟଙ୍କା ଦେଇଥିଲି । ଏହାପରେ ମୁଁ ତାଙ୍କ ଘରକୁ ଯାଇ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲି । ସୁଭଦ୍ରାଙ୍କ ଘେର କିଛି ଖାଇବାକୁ ନଥିବାରୁ ମୁଁ ତାଙ୍କୁ କିଛି ରାସନ ସାମଗ୍ରୀ ମଧ୍ୟ ଦେଇଥିଲି । ଏହାପରେ ସୋସିଆଲ ମିଡିଆରେ ଏହି ସମ୍ପର୍କିତ ଏକ ପୋଷ୍ଟ କରିଥିଲି । ଏହା ପରେ ମୋର ଦୁଇଟି ଉଦ୍ଦେଶ୍ୟ ମଧ୍ୟ ଥିଲା । ମହିଳାଙ୍କ ଅର୍ଦ୍ଧ ନିର୍ମିତ ଘର ସମ୍ପୂର୍ଣ୍ଣ ହେବା ଉଚିତ ଏବଂ ସେମାନେ ଏକ ଭଲ ସ୍ଥାନକୁ ସ୍ଥାନାନ୍ତରିତ ହେବା ଉଚିତ୍। ଅନ୍ୟଟି ହେଲା ସେହି ମାଆ ନିଜ ପିଲାମାନଙ୍କୁ ଖାଇବାକୁ ଦେବା ଏବଂ ଶିକ୍ଷା ପାଇଁ କାହା ଆଗରେ ଭିକ୍ଷା କରିବା ଉଚିତ୍ ନୁହେଁ । ଯାହା ପରବର୍ତ୍ତୀ ସମୟରେ ଭାଇରାଲ ହୋଇଥିଲା । ଶେଷରେ ଦୁଇ ଦିନ ମଧ୍ୟରେ ମହିଳାଙ୍କ ଆକାଉଣ୍ଟକୁ ୫୧ ଲକ୍ଷ ଟଙ୍କା ଆସିଥିଲା ।

ତେବେ ଏହି ଟଙ୍କାରେ ସୁଭଦ୍ରାଙ୍କ ଅର୍ଦ୍ଧନିର୍ମିତ ଘର ସମ୍ପୂର୍ଣ୍ଣ ହେବ ଓ ବାକି ଟଙ୍କା ସେ ବ୍ୟଙ୍କରେ ଜମା କରାଯିବ । ସୁବିଧା ଅସୁବିଧା ସମୟରେ ସେ ଟଙ୍କା ଉଠାଇବେ ।''ତେବେ ମହିଳାଙ୍କ ଦୁଃଖକୁ ନେଇ ଶିକ୍ଷକଙ୍କ ପୋଷ୍ଟ ସମସ୍ତଙ୍କୁ ଦୁଃଖ ଦେଇଥିଲା । ଅନେକ ଲୋକ ସହାୟତାର ହାତ ବଢାଇଥିଲେ ସୁଭଦ୍ରାଙ୍କୁ । ଏଥି ସହ ଶିକ୍ଷକଙ୍କୁ ଏପରି କାର୍ଯ୍ୟକୁ ସୋସିଆଲ ମିଡିଆରେ ପ୍ରଶଂସା ମଧ୍ୟ କରିଥିଲେ ଅନେକ ୟୁଜର୍ସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.