ଜୟପୁର: ଗୁରୁବାର ଅଜମେର ଦରଘାର ଉର୍ସ ଉତ୍ସବରେ ସାମିଲ ହୋଇ ଚାଦର ଚଢାଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ମୁଖ୍ୟ କେ ଚନ୍ଦ୍ର ଶେଖର ରାଓ । ଏହା ସହ ସେ ଦରଘା ପରିଦର୍ଶନ ମଧ୍ୟ କରିଛନ୍ତି । ତେଲେଙ୍ଗାନା ରାଜ୍ୟ ସବୁ କ୍ଷେତ୍ରରେ, କୃଷି, ସ୍ବାସ୍ଥ୍ୟ କ୍ଷେତ୍ରରେ ସମୃଦ୍ଧ ହେବା ନେଇ ସେ ପ୍ରାର୍ଥନା କରିଥିବା କଥା ସହିଛନ୍ତି । ଏହି ଅବସରରେ ସେ ମୁସଲମାନ ଧର୍ମାବଲମ୍ବୀଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିବା ଦେଖିବାକୁ ମିଳିଛି ।
ଗୃହମନ୍ତ୍ରୀ ମହମୁଦ ଅଲି, ୱାକଫ ବୋର୍ଡ ଅଧ୍ୟକ୍ଷ ମହମ୍ମଦ ସଲିମ, ଫରେଦୁଦ୍ଦିନ, ଫାରୁକ୍ ହୁସେନ୍, ବିଧାୟକ ମୋହଦ୍। ଶକିଲ୍, ଟିଆରଏସ୍ ସଂଖ୍ୟାଲଘୁ ସେଲ୍ଚେୟାରମ୍ୟାନ୍ ଖାଜା ମୁଜିଉଦ୍ଦିନ, ମୁଫତି ସୟିଦ ୟୁସୁଫ, କର୍ପୋରେଟର ବାବା ଫାସୁଦ୍ଦିନ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ