ETV Bharat / bharat

କାମରେଡ୍ଡୀ ଆସନରେ ହେବିୱେଟ୍‌ ଚିତପଟାଙ୍ଗ୍‌, ବାଜି ମାରିଲେ ବିଜେପି ପ୍ରାର୍ଥୀ - ତେଲେଙ୍ଗାନା ନିର୍ବାଚନ

ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କାମରେଡ୍ଡୀ ଆସନରେ ଅପ୍ରତ୍ୟାଶିତ ଭାବରେ ବିଜୟ ହାସଲ କରିଛନ୍ତି ବିଜେପି ପ୍ରାର୍ଥୀ କେ. ଭେଙ୍କଟ ରମଣ ରେଡ୍ଡୀ । ସେ ବିଆର୍‌ଏସ୍‌ ସୁପ୍ରିମୋ କସିଆର୍‌ ଓ ରେବନ୍ତ ରେଡ୍ଡୀଙ୍କୁ ପରାଜିତ କରଛନ୍ତି । ଅଧିକ ପଢ଼ନ୍ତୁ

BJP candidate won in Kamareddy assembly seat
କାମରେଡ୍ଡୀ ଆସନରେ ହେବିୱେଟ୍‌ ଚିତପଟାଙ୍ଗ୍‌
author img

By ETV Bharat Odisha Team

Published : Dec 3, 2023, 7:37 PM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାରି ମଧ୍ୟରେ ହେବିୱେଟ୍‌ଙ୍କ ବିଧାନସଭା ଆସନରେ ଫଳାଫଳ ଘୋଷଣା ହୋଇଛି । କାମରେଡ୍ଡୀ ଆସନରେ ଅପ୍ରତ୍ୟାଶିତ ଭାବରେ ବିଜୟ ହାସଲ କରିଛନ୍ତି ବିଜେପି ପ୍ରାର୍ଥୀ କେ. ଭେଙ୍କଟ ରମଣ ରେଡ୍ଡୀ । ସେ ବିଆର୍‌ଏସ୍‌ ସୁପ୍ରିମୋ କସିଆର୍‌ ଓ ତେଲେଙ୍ଗାନା ପିସିସି ସଭାପତି ଏ. ରେବନ୍ତ ରେଡ୍ଡୀଙ୍କୁ 6741 ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି ।

ପ୍ରଥମ ରାଉଣ୍ଡରୁ କେସିଆର୍‌ ଓ ରେବନ୍ତ ରେଡ୍ଡୀ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଥିଲା । ତେବେ କିଛିଟା ରାଉଣ୍ଡ ପରେ ବିଜେପି ରେସ୍‌କୁ ଆସିଥିଲା । ଗୋଟିଏ ପରେ ଗୋଟିଏ ରାଉଣ୍ଡରେ ଆଗୁଆ ରହି ଆସିଥିଲେ ବିଜେପି ପ୍ରାର୍ଥୀ ଭେଙ୍କଟ ରମଣ ରେଡ୍ଡୀ । ସେ ମୋଟ 66652 ଭୋଟ ପାଇଛନ୍ତି ।

ସେହିଭଳି କେସିଆରଙ୍କୁ ଏହି ଆସନରୁ 59911 ଭୋଟ୍‌ ମିଳିଥିବା ବେଳେ 54916 ଭୋଟ ପାଇଛନ୍ତି ରେବନ୍ତ ରେଡ୍ଡୀ । ଏଠାରୁ କେସଆର୍‌ ବିଜୟୀ ହେବା ନେଇ ଆକଳନ କରାଯାଉଥିଲା । ତେବେ ସବୁ ଆକଳନକୁ ଭୁଲ୍‌ ପ୍ରମାଣିତ କରିଛନ୍ତି ବିଜେପି ପ୍ରାର୍ଥୀ । ଏଥର ତେଲେଙ୍ଗାନାରେ ବିଜେପି ମୋଟ 8 ଆସନରେ ବିଜୟ ହାସଲ କରିଥିବା ବେଳେ କଂଗ୍ରେସ 64 ଆସନ ସହ ମ୍ୟାଜିକ ନମ୍ବର ହାସଲ କରିଛି ।

ଏଠାରେ ରେବନ୍ତ ରେଡ୍ଡୀଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କୁହାଯାଉଛି । କିନ୍ତୁ ଏଯାଏଁ ଏହାକୁ ନେଇ କଂଗ୍ରେସ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ । ରାହୁଲ ଗାନ୍ଧୀ ଏବଂ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବ କୁମାର ତେଲେଙ୍ଗାନା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ଚେହେରା ସ୍ପଷ୍ଟ କରିବେ ବୋଲି କୁହାଯାଉଛି ।

ଏବେ କେବଳ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜୟୀ ଦଳ ଘୋଷଣା ଔପଚାରିକତା ବାକି ରହିଛି । ଏଠାରେ 64ଟି ଆସନରେ ବିଜୟ ହାସଲ କରିଛି । ଖବର ଲେଖାଯିବ ସୁଦ୍ଧା 56ଟି ଆସନରେ କଂଗ୍ରେସ ବିଜୟୀ ଘୋଷଣା ହୋଇ ସାରିଛି । ଅନୁରୂପ ଭାବରେ ବିଆର୍‌ଏସ୍‌ 31ଟି ଆସନରେ ବିଜୟୀ ଘୋଷଣା ହୋଇ ସାରିଥିବା ବେଳେ ବିଜେପି 7ଟି ଆସନରେ ବିଜୟୀ ହୋଇଛି । AIMIM ଦୁଇଟି ଆସନରେ ବିଜୟୀ ଘୋଷଣା ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.