ETV Bharat / bharat

Kashmiri Pandits killings: ଆତଙ୍କବାଦୀ ବିଟ୍ଟା କରାଟେର ଶୁଣାଣି ସ୍ଥଗିତ

author img

By

Published : Mar 30, 2022, 8:49 PM IST

କାଶ୍ମୀର ପଣ୍ଡିତ ହତ୍ୟା ମାମଲାର ଅଭିଯୁକ୍ତ ବିଟ୍ଟା କରାଟେର ଶୁଣାଣି ସ୍ଥଗିତ । ଶ୍ରୀନଗର ସେସନ କୋର୍ଟରେ ଆରମ୍ଭ ହୋଇଛି 31 ବର୍ଷ ତଳର ବହୁଚର୍ଚ୍ଚିତ ମାମଲାର ଶୁଣାଣି । ଆସନ୍ତା ମାସ 16 ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ । ଅଧିକ ପଢନ୍ତୁ

Kashmiri Pandits killings: ଅଭିଯୁକ୍ତ ବିଟ୍ଟା କରାଟେର ଶୁଣାଣି ସ୍ଥଗିତ

ଶ୍ରୀନଗର: ବହୁଚର୍ଚ୍ଚିତ କାଶ୍ମୀର ପଣ୍ଡିତ ଗଣହତ୍ୟା ମାମଲାର ଅଭିଯୁକ୍ତ ବିଟ୍ଟା କରାଟେର ଶୁଣାଣି ସ୍ଥଗିତ ରଖାଯାଇଛି । ଆଜି ଶ୍ରୀନଗର ସେସନ କୋର୍ଟ ଏହି ମାମଲର ଶୁଣାଣି ଆରମ୍ଭ ହୋଇଥିବା ବେଳେ ଏହାକୁ ସ୍ଥଗିତ ରଖାଯିବା ସହ ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ 16 ତାରିଖକୁ ଧାର୍ଯ୍ୟ କରିଛନ୍ତି ସେସନ କୋର୍ଟ । 1990 ମସିହାରେ କାଶ୍ମୀର ଘାଟିରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାରେ ଆଥଙ୍କବାଦୀ ବିଟ୍ଟା କାରାଟେ ପ୍ରାୟ 40 ପଣ୍ଡିତଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

ପ୍ରାୟ 31 ବର୍ଷ ପୂର୍ବେ ବିଟ୍ଟା ଦ୍ବାରା ହତ୍ୟାର ଶିକାର ହୋଇଥିବା ପଣ୍ଡିତ ସତୀଶ ଟିକ୍କୁ ପରିବାର ପକ୍ଷରୁ ଏହି ମାମଲା ଦାଏର ହୋଇଥିଲା । ଆବେଦନକାରୀ ତଥା ହତ୍ୟାକାଣ୍ଡର ଶିକାର ହୋଇଥିବା ସତୀଶର ପରିବାର ପକ୍ଷରୁ ଆଇନଜୀବୀ ଉତ୍ସବ ବୈଷ୍ଣ ଏହି ମାମଲା ଲଢୁଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ଆବେଦନାକାରୀ ଓକିଲ କହିଛନ୍ତି, ଆଜି ଏହି ମାମଲାର ପ୍ରଥମ ଶୁଣାଣି ଆରମ୍ଭ ହୋଇଛି । ଘଟଣା 30 ବର୍ଷ ତଳେ ଘଟିଥିଲେ ସୁଦ୍ଧା କାଶ୍ମୀର ପୋଲିସ ଉଚିତ ତଦନ୍ତ କିମ୍ବା ଅଭିଯୁକ୍ତ ବିଟ୍ଟା କରାଟେ ବିରୋଧରେ ଚାର୍ଜସିଟ ଦାଖଲ କରିନଥିବାରୁ ମାମଲା ଆଗକୁ ବଢିପାରି ନଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଏହି ଲମ୍ବା ସମୟ ପରେ ଆରମ୍ଭ ହୋଇଥିବା ଶୁଣାଣି ଟିକ୍କୁ ପରିବାରକୁ ନ୍ୟାୟ ମିଳିବା ନେଇ ଏକ ଆଶାର ରେଖା ସଦୃଶ ।

2017 ରେ ଏକାଧିକ ସାମାଜିକ ସଂଗଠନ ଓ ଏନଜିଓ ପକ୍ଷରୁ କାଶ୍ମୀର ପଣ୍ଡିତ ଗଣହତ୍ୟା ମାମଲାର ପୁଣି ଶୁଣାଣି ଆରମ୍ଭ କରିବା ସୁପ୍ରିମକୋର୍ଟରେ ଆବେଦନ ଦାଏର କରାଯାଇଥିଲା । ତେବେ ସେତେବେଳେ ଘଟଣାକୁ ଦୀର୍ଘ 27 ବର୍ଷ ବିତି ସାରିଥିବା ବେଳେ ପ୍ରମାଣ ସଂଗ୍ରହ କରି ତଦନ୍ତ କରିବା ପ୍ରାୟତଃ ସମ୍ଭବପର ନୁହେଁ ବୋଲି ଦର୍ଶାଇ ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.