ବେଙ୍ଗାଲୁରୁ: ପ୍ରଥମ ଥର ପାଇଁ ମେଡିସିନ ହୋମ୍ ଡେଲିଭର କରିବ ଡ୍ରୋନ । ଏନେଇ ସୋମବାର ଏକ ପରୀକ୍ଷଣ କରାଯିବ । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରୁ 80 କିଲୋମିଟର ଦୂରରେ ଥିବା ଚିକ୍କାବାଲାପୁରରେ ଥିବା ଗୌରୀବିଦାନପୁରକୁ ଡ୍ରାଏ ରନ୍ ଆରମ୍ଭ ହେବ ।
ଥ୍ରୋଟଲ୍ ଏରୋସ୍ପେସ୍ ସିଷ୍ଟମ୍ (TAS)ଙ୍କ ନେତୃତ୍ୱରେ ଏକ କନ୍ସରସିୟମ ପ୍ରଥମ ସେଟ୍ ପରୀକ୍ଷା କରିବ, ଯାହାକୁ ବିୟୁଣ୍ଡ୍ ଭିଜୁଆଲ୍ ଲାଇନ୍ ଅଫ୍ ସାଇଟ୍ (BVLOS) ମେଡିକାଲ୍ ଡ୍ରୋନ୍ କୁହାଯାଏ । ମାର୍ଚ୍ଚ 2020 ରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(DGCA) ଏହି ପ୍ରକଳ୍ପକୁ ଅନୁମୋଦନ ଦେଇଛି । TAS ବ୍ୟତୀତ ହନିୱେଲ ଏରୋସ୍ପେସ କମ୍ପାନୀ ସୁରକ୍ଷା ପ୍ରଦାନ କରିବ ।
ଏହି ପରୀକ୍ଷଣରେ ଦୁଇ ପ୍ରକାରର ଡ୍ରୋନ୍ ଏବଂ RANDINT ନାମକ ଏକ ବିତରଣ ସଫ୍ଟୱେର୍ ଅନ୍ତର୍ଭୁକ୍ତ ହେବ । TAS ର ସିଇଓ ନାଗେନ୍ଦ୍ରନ କାଣ୍ଡାସାମି କହିଛନ୍ତି ଯେ ପରୀକ୍ଷଣ ସମୟରେ କନ୍ସରସିୟମ ଏହାର ମେଡକୋପ୍ଟର ଡ୍ରୋନର ଦୁଇଟି ପ୍ରକାର ବ୍ୟବହାର କରିବ। " ଛୋଟ ମେଡକୋପ୍ଟରର 15 କିଲୋମିଟର ପର୍ଯ୍ୟନ୍ତ 1 କିଲୋଗ୍ରାମର ସାମଗ୍ରୀ ବହନ କରିପାରିବ, ଅନ୍ୟଟି 14 କିମି ପର୍ଯ୍ୟନ୍ତ 2 କିଲୋଗ୍ରାମ ବହନ କରିପାରିବ । ଆମେ ଦୁଇ ପ୍ରକାରର ଡ୍ରୋନର ବ୍ୟବହାର ପାଇଁ ଚେଷ୍ଟା ଜାରି ରଖିଛୁ ବୋଲି ନାଗେନ୍ଦ୍ରନ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ